ସୁଧହାର କମାଇଲା ଏସ୍‌ବିଆଇ

sbi -4

ନୂଆଦିଲ୍ଲୀ: ସୁଧହାର କମାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)। ୧ କୋଟି ଟଙ୍କାରୁ କମ୍‌ ଜମା ଉପରେ ବାର୍ଷିକ ୪ରୁ ୩.୫ ପ୍ରତିଶତକୁ ସୁଧହାର ଖସାଇ ଦିଆଯାଇଛି। ତେବେ ୧ କୋଟିରୁ ଅଧିକ ଜମା ଉପରେ ୪ ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଛି । ସୋମବାର ଏସବିଆଇ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଦ୍ରାସ୍ପିତୀହାରରେ ହ୍ରାସ ଘଟିବା ଅର୍ଥାତ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେଉଥିବାରୁ ଏସବିଆଇ ପକ୍ଷରୁ ସୁଧହାରରେ ଏହି ସଂଶୋଧନ କରାଯାଇଛି।

ଅନ୍ୟପକ୍ଷରେ ଗ୍ରାହକଙ୍କୁ ଆକର୍ଷିତ ତଥା ୧ କୋଟି ଟଙ୍କାରୁ ଅଧିକ ଜମା ପାଇଁ ଏମିତି  ନିଷ୍ପତ୍ତି ନିଆଯାଇଛି। କାରଣ ୧ କୋଟି ଟଙ୍କାରୁ ଅଧିକ ଜମା କଲେ ଗ୍ରାହକ ୪ ପ୍ରତିଶତ ସୁଧ ପାଇବେ। ଏଥିରେ ବ୍ୟାଙ୍କକୁ ମଧ୍ୟ ଅଧିକ ଫାଇଦା ମିଳିବ। ଏବେ ଏସବିଆଇର ସେଭିଂ ଆକାଉଣ୍ଟକୁ ହିସାବକକୁ ନେଲେ ପ୍ରାୟ ୯୦ ପ୍ରତିଶତ ଖାତାରେ ୧ କୋଟି ଟଙ୍କାରୁ କମ୍‌ ଜମା ରହିଛି।  ତେବେ ବିମୁଦ୍ରାକରଣ ବେଳେ ୧.୫ ଲକ୍ଷ କୋଟି ଟଙ୍କା ଜମା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend