ଜାଣନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍‌ର ୧୩ଟି ସିକ୍ରେଟ୍‌ କୋଡ: ଯାହା ଫୋନ୍ ବ୍ୟବହାରକୁ କରିଦେବ ଆହୁରି ମଜାଦାର

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ଦୌନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସ୍ମାର୍ଟଫୋନ୍‌ ଦ୍ୱାରା ହେଉଥିବାରୁ ଏବେ ଏହା ସମସ୍ତଙ୍କର ପ୍ରିୟ। ଆଜିକାଲି ସ୍ମାର୍ଟଫୋନ୍ ବିନା ଜୀବନର କଳ୍ପନା କରିବା ଟିକେ କଷ୍ଟ। କାରଣ ଏବେ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିନା ପରିଶ୍ରମରେ ଫୋନ୍ ଦ୍ୱାରା ଘରେ ବସି କରିହେଉଛି। ତେବେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେଉଥିବା ସ୍ମାର୍ଟଫୋନ୍‌କୁ ଆମେମାନେ କ’ଣ ଭଲଭାବେ ଜାଣିଛନ୍ତି? କହିବାର ଅର୍ଥ ହେଲା ଆମେ ନିତିଦିନ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌ରେ ଏମିତି […]

images

images

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 04:37 PM IST

Sports

Latest News

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ଦୌନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସ୍ମାର୍ଟଫୋନ୍‌ ଦ୍ୱାରା ହେଉଥିବାରୁ ଏବେ ଏହା ସମସ୍ତଙ୍କର ପ୍ରିୟ। ଆଜିକାଲି ସ୍ମାର୍ଟଫୋନ୍ ବିନା ଜୀବନର କଳ୍ପନା କରିବା ଟିକେ କଷ୍ଟ। କାରଣ ଏବେ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିନା ପରିଶ୍ରମରେ ଫୋନ୍ ଦ୍ୱାରା ଘରେ ବସି କରିହେଉଛି। ତେବେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେଉଥିବା ସ୍ମାର୍ଟଫୋନ୍‌କୁ ଆମେମାନେ କ'ଣ ଭଲଭାବେ ଜାଣିଛନ୍ତି? କହିବାର ଅର୍ଥ ହେଲା ଆମେ ନିତିଦିନ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌ରେ ଏମିତି ଅନେକ ଫକଂସନ୍‌ ବା କୋଡ୍ ରହିଛି ଯାହା ବିଷୟରେ ଆମେ ବୋଧହୁଏ କମ୍‌ ଜାଣିଛନ୍ତି। ସେସବୁ ଜାଣିଲେ ଫୋନ୍‌ ବ୍ୟବହାର କରିବା ଆହୁରି ସହଜ ହୋଇଯାଆନ୍ତା।

ଆଣ୍ଡ୍ରଏଡ୍‌ ଫୋନ୍‌ ପାଇଁ କୋଡ୍-

୧) #୩୧#"ଫୋନ୍ ନମ୍ବର" ଡାଏଲ୍ କରିବା ଦ୍ୱାରା ଆପଣଙ୍କ ନମ୍ବର ସମସ୍ତ ଆଉଟ୍‌ ଗୋଇଗିଂ କଲ୍‌ରୁ ଲୁଚିଯିବ।

୨)*#୦୬# ଡାଏଲ୍ କରିବା ଦ୍ୱାରା ଆପଣଙ୍କ IMEI(International Mobile Equipment Identity) ନମ୍ବର ବିଷୟରେ ସୂଚନା ମିଳିଥାଏ। ଏହି IMEIକୋଡ୍‌ ଫୋନ୍ ଚୋରି ସମୟରେ ଟ୍ରାକ୍‌ କରିବା ପାଇଁ ଦରକାର ହୋଇଥାଏ।

୩)*#*#୪୬୩୬#*#* ଡାଏଲ୍ କରିବା ଦ୍ୱାରା WIFI ସିଗ୍‌ନାଲ୍ ଦେଖାଇବ ଏବଂ କେତେ ବ୍ୟାଟେରି ବ୍ୟବହାର ହୋଇଛି ଜଣା ପଡିଥାଏ।

୪)*#*#୭୭୮୦ #*#*ଡାଏଲ୍ କରିବା ଦ୍ୱାରା ସଙ୍ଗେସଙ୍ଗେ ପୂର୍ବ ବ୍ୟବହୃତ ଆପ୍ଲିକେସନ୍‌କୁ ଆପଣ ଫେରିପାରିବେ।

୫)*#*#୮୩୫୧ #*#* ଡାଏଲ୍ କରି ପୂର୍ବରୁ ରେକର୍ଡିଂ କରିଥିବା ୨୦ଟି ଭଏସ୍‌କୁ ଫୋନ୍‌ କଲ୍‌ କରୁଥିବା ସମୟରେ ଶୁଣିପାରିବେ।

ଆଇଫୋନ୍ ପାଇଁ କୋଡ୍-

୬)#୩୧#"ଫୋନ୍ ନମ୍ବର" ଡାଏଲ୍ କଲେ ଆପଣଙ୍କ ନମ୍ବର ସମସ୍ତ ଆଉଟ୍‌ ଗୋଇଂ କଲ୍‌ରୁ ଲୁଚିଯିବ।

୭)*#୦୬# ଡାଏଲ୍ କଲେ ଆପଣଙ୍କ IMEI(International Mobile Equipment Identity) ନମ୍ବର ବିଷୟରେ ସୂଚନା ମିଳିଥାଏ। ଏହି IMEIକୋଡ୍‌ ଫୋନ୍ ଚୋରି ସମୟରେ ଟ୍ରାକ୍‌ କରିବା ପାଇଁ ଦରକାର ହୋଇଥାଏ।

୮)*୩୩# ଆଉଟ୍‌ ଗୋଇଂ କଲ୍‌ ସମୟରେ ଆନ୍ୟ ଫଙ୍କସନ୍‌ ଚାଲୁ କରିବା ପାଇଁ ବ୍ୟବହାର କରାଯାଏ।

୯)*୩୩୭୦# EFR କୋଡିଂକୁ ଅନ୍ କରିବା ପାଇଁ ବ୍ୟବହାର କରାଯାଏ। ଏହା କଥାବାର୍ତ୍ତା ସମୟରେ ସାଉଣ୍ଡର କ୍ୱାଲିଟି ଭଲ ରଖିଥାଏ। କିନ୍ତୁ ଏହାକୁ ଅନ୍‌ କରିବା ଦ୍ୱାରା ବ୍ୟାଟେରି ଶୀଘ୍ର ସରିଯାଏ। ଆପଣ ଯଦି ଏହି ଫିକ୍ସନକୁ ଡିଆକ୍ଟିଭ୍‌ କରିବା ପାଇଁ ଚାହିଁବେ ତେବେ #୩୩୭୦# ଡାଏଲ୍ କରନ୍ତୁ।

୧୦)*#୫୦୦୫*୭୬୭୨# ଡାଏଲ୍ କରିବା ଦ୍ୱାରା ଆପଣଙ୍କ ଆଖପାଖରେ ଥିବା ଫୋନ୍ ସର୍ଭିସ୍ ସେଣ୍ଟର ବିଷୟରେ ଜଣିପାରିବେ।

୧୧)*୩୦୦୧#୧୨୩୪୫#* ଡାଏଲ୍‌ କରିବା ଦ୍ୱାରା ସେଲ୍‌ଫୋନ୍ ସିଗନାଲ୍ ବିଷୟରେ ସୂଚନା ମିଳେ।

୧୨)*#୦୦୧୧# ଡାଏଲ୍ କରିବା ଦ୍ୱାରା ସାମସଙ୍ଗ ଗ୍ୟାଲେକ୍ସିର ସର୍ଭିସ୍ ମେନୁ ଦେଖାଇଥାଏ।

୧୩)*#*#୪୬୩୬#*#* ଏହାକୁ ମଟୋରୋଲା ଫୋନ୍‌ରେ ଡାଏଲ୍ କରିବା ଦ୍ୱାରା ସେହି ଫୋନ୍‌ର ସିକ୍ରେଟ୍ ମେନୁ ଦେଖାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos