ପଢ଼ନ୍ତୁ ପ୍ରତିଦିନ କାହିଁକି ଖାଇବେ କମଳା?

କମଳା ଖାଇବା ଦ୍ୱାରା  ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଭିଟାମିନଏ, ବି, କ୍ୟାଲସିୟମ, ପୋଟାସିୟମ୍, ମ୍ୟାଗ୍‌ନେସିୟମ, ଫସ୍‌ଫରସ,ଓ କୋଲିନ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହାଛଡ଼ା କମଳାରେ ଭିଟାମିନ ସି ଅଧିକ ମାତ୍ରାରେ ରହିଛି। ଗବେଷକଙ୍କ ମତରେ ଏକ ଗ୍ଲାସ୍‌ କମଳା ଜୁସ୍‌ ପିଇବା ଭିଟାମିନ ସି ସପ୍ଲିମେଣ୍ଟ ଖାଇବାଠାରୁ ଅଧିକ ଲାଭକାରୀ। ଆସନ୍ତୁ ଜାଣିବା କମଳାରେ ଥିବା ଔଷଧୀୟ ଗୁଣ ଓ ଏଥିରୁ ମିଳୁଥିବା ଫାଇଦା ସଂପର୍କରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ କମଳା […]

orange

orange

Rakesh Mallick
  • Published: Wednesday, 08 November 2017
  • Updated: 16 November 2017, 09:55 PM IST

Sports

Latest News

କମଳା ଖାଇବା ଦ୍ୱାରା  ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଭିଟାମିନଏ, ବି, କ୍ୟାଲସିୟମ, ପୋଟାସିୟମ୍, ମ୍ୟାଗ୍‌ନେସିୟମ, ଫସ୍‌ଫରସ,ଓ କୋଲିନ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହାଛଡ଼ା କମଳାରେ ଭିଟାମିନ ସି ଅଧିକ ମାତ୍ରାରେ ରହିଛି। ଗବେଷକଙ୍କ ମତରେ ଏକ ଗ୍ଲାସ୍‌ କମଳା ଜୁସ୍‌ ପିଇବା ଭିଟାମିନ ସି ସପ୍ଲିମେଣ୍ଟ ଖାଇବାଠାରୁ ଅଧିକ ଲାଭକାରୀ। ଆସନ୍ତୁ ଜାଣିବା କମଳାରେ ଥିବା ଔଷଧୀୟ ଗୁଣ ଓ ଏଥିରୁ ମିଳୁଥିବା ଫାଇଦା ସଂପର୍କରେ

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ

କମଳା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢ଼େ। ଏଥିରେ ଥିବା ଭିଟାମିନ ସି ଶ୍ୱେତ ରକ୍ତକଣିକା ବୃଦ୍ଧିରେ ସହାୟକ ହୋଇଥାଏ। ଏହା ବ୍ୟାକ୍ଟେରିଆ ଓ ଭୂତାଣୁ ସହ ଲଢ଼ି ଆମକୁ ଭୟାନକ ରୋଗରୁ ବଞ୍ଚାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଥିଲେ ପ୍ରତିଦିନ କମଳା ଖାଆନ୍ତୁ।

ତ୍ୱଚାକୁ ସୁସ୍ଥ ଓ ଯବାନ ରଖେ

ଏଥିରେ ଥିବା ଭିଟାମିନ ସି ତ୍ୱଚାକୁ ପୋଷଣ ପ୍ରଦାନ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ  ତ୍ୱଚାକୁ ସୂର୍ଯ୍ୟକିରଣ ଓ ପ୍ରଦୂଷଣରୁ ହେବାକୁ ଥିବା ହାନିରୁ ରକ୍ଷା କରିଥାଏ। ନିୟମିତ କମଳା ଖାଇବା ଦ୍ୱାରା ମୁହଁରେ ଭାଙ୍ଗ ପଡ଼ି ନଥାଏ ଏବଂ ମୁହଁ ବେଳକୁ ବେଳ ଉଜ୍ୱଳ ଦିଶେ।

ଆହୁରି ମଧ୍ୟ ପଢନ୍ତୁ: କ୍ଷୀରରେ  ତୁଳସୀପତ୍ର ମିଶାଇ ପିଅନ୍ତୁ : ହେବ ନାହିଁ ଏହି ୫ଟି ରୋଗ

ଉଚ୍ଚ ରକ୍ତଚାପକୁ ସାମାନ୍ୟ କରେ

କମଳାରେ ପେକ୍ଟିନ ପରିମାଣ ଅଧିକ ଥିବାରୁ ଅତିରିକ୍ତ ଚର୍ବିକୁ ଶରୀରରୁ କମାଇଥାଏ। କମଳା ଖାଇବା ଦ୍ୱାରା କୋଲେଷ୍ଟ୍ରଲର ମାତ୍ରା ହ୍ରାସ ପାଏ। ଏହାସହ କମଳା ରସକୁ ପ୍ରତିଦିନ ପିଇବା ସହ ଉଚ୍ଚ ରକ୍ତଚାପ ସାମାନ୍ୟ ରହିଥାଏ।

ହୃତ୍‌ପିଣ୍ଡକୁ ସୁସ୍ଥ ରଖେ

କମଳାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଫୋଲେଟ ଓ ପୋଟାସିୟମ୍‌ ରହିଥିବା କାରଣରୁ ସମସ୍ତ ପ୍ରକାର ହୃଦ୍‌ରୋଗ ପାଇଁ ଏହା ଭଲ। ଯେକୌଣସି ପ୍ରକାର ହୃଦରୋଗ ହୋଇଥିଲେ ବି ପ୍ରତିଦିନ ଗୋଟିଏ ଗ୍ଲାସ୍ କମଳା ରସ ପିଅନ୍ତୁ।

କ୍ୟାନସର ଆଶଙ୍କାକୁ କମ୍‌ କରେ

କମଳାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କ୍ୟାନସର ସହ ଲଢିବା ପାଇଁ ଶକ୍ତି ଯୋଗାଏ । ଏଥିରେ ଥିବା limonids compound ମୁହଁ, ପେଟ, ଫୁସ୍‌ଫୁସ ଓ ସ୍ତନ କ୍ୟାନସର ଭଳି ଭୟାନକ ରୋଗ ସହ ଲଢ଼ିଥାଏ ।

ଆଖିକୁ ସୁସ୍ଥ ରଖେ

କମଳାରେ ବିଟା-କେରୋଟିନ ଓ ଭିଟାମିନ ଏ ଥିବାରୁ ଆଖି ପାଇଁ ଭଲ ହୋଇଥାଏ।

ଓଜନକୁ ନିୟନ୍ତ୍ରଣ ରଖେ

କମଳାରେ ଥିବା ଫାଇବର ଓ ଭିଟାମିନ ସି ଶରୀରର ଓଜନ ନିୟନ୍ତ୍ରଣ କରେ । କମଳାରେ ଥିବା ଫାଇବର ଯୋଗୁଁ ପେଟ ଭର୍ତ୍ତି ହୋଇଯାଏ ଓ କମ୍‌ ଭୋକ ଲାଗେ । ଏଥିରେ ଥିବା ଫ୍ୟାଟ ଫ୍ରି ପୋଷକ ଓଜନକୁ ନବଢାଇ ଶରୀରକୁ ପୋଷଣ ଯୋଗାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos