ଶଙ୍ଖ ଦୂର କରେ  ଏସବୁ ସମସ୍ୟା

କୌଣସି ଧାର୍ମିକ କାର୍ଯ୍ୟକ୍ରମ ତଥା, ପୂଜା ପାଠ ଓ ଭଜନ କୀର୍ତ୍ତନ ସମୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ ରହିଛି ପୂଜା ଆରମ୍ଭ କରିବା ପୂର୍ବରୁ ତିନିଥର ଶଙ୍ଖ ବଜାଇବା ଦ୍ୱାରା ବାତାବରଣରେ ଥିବା ସବୁ ଅଶୁଦ୍ଧି ଦୂର ହୋଇଥାଏ। ଶଙ୍ଖ ଧ୍ୱନିରୁ ଦେବା-ଦେବୀ ଆକର୍ଷିତ ହୋଇଥାନ୍ତି। ଏହା ମନକୁ ମଧ୍ୟ ଶାନ୍ତି ଦେଇଥାଏ। ଏହା ପୂଜାକୁସାର୍ଥକ କରିଥାଏ। ଧାର୍ମିକ ଓ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ଶଙ୍ଖ ବଡ ଉପଯୋଗୀ। ତେବେ […]

why-conch-blown-in-puja_650x400_61489681148

why-conch-blown-in-puja_650x400_61489681148

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 08:55 AM IST

Sports

Latest News

କୌଣସି ଧାର୍ମିକ କାର୍ଯ୍ୟକ୍ରମ ତଥା, ପୂଜା ପାଠ ଓ ଭଜନ କୀର୍ତ୍ତନ ସମୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ ରହିଛି ପୂଜା ଆରମ୍ଭ କରିବା ପୂର୍ବରୁ ତିନିଥର ଶଙ୍ଖ ବଜାଇବା ଦ୍ୱାରା ବାତାବରଣରେ ଥିବା ସବୁ ଅଶୁଦ୍ଧି ଦୂର ହୋଇଥାଏ। ଶଙ୍ଖ ଧ୍ୱନିରୁ ଦେବା-ଦେବୀ ଆକର୍ଷିତ ହୋଇଥାନ୍ତି। ଏହା ମନକୁ ମଧ୍ୟ ଶାନ୍ତି ଦେଇଥାଏ। ଏହା ପୂଜାକୁସାର୍ଥକ କରିଥାଏ। ଧାର୍ମିକ ଓ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ଶଙ୍ଖ ବଡ ଉପଯୋଗୀ। ତେବେ ଆସନ୍ତୁ ଏହାର ଆଉ କିଛି ଗୁଣ ସମ୍ପର୍କରେ ଜାଣିବା।

୧. ଶଙ୍ଖକୁ ରାତି ସାରା ଜଳରେ ଗଙ୍ଗାଜଳରେ ରଖି ସେହି ପାଣିକୁ ପିଇଲେ ଶରୀରର କ୍ୟାଲସିୟମ୍‌ ତତ୍ତ୍ୱର ଅଭାବ ଦେଖାଯାଏ ନାହିଁ।

୨. ଆୟୁର୍ବେଦ ଅନୁସାରେ ଶଙ୍ଖ ବଜାଇଲେ ଶରୀରର ବିଭିନ୍ନ ଅଙ୍ଗ ଉତ୍ତମ ଭାବେ କାର୍ଯ୍ୟକାରୀ ହେବା ସହ ମାସଂପେଶୀ ଭଲ ଭାବେ କାର୍ଯ୍ୟକ୍ଷମ ହୋଇଥାଏ।

୩. ଦକ୍ଷିଣବର୍ତ୍ତୀ ଶଙ୍ଖ ଧନଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ରୂପେ ମାନ୍ୟତା ରହିଛି।

ଧନଲାଭ ଓ ସୁଖ ସମୃଦ୍ଧି ପାଇଁ ଘରର ଉତ୍ତର-ପୂର୍ବ ଦିଗର ଅବା ପୂଜା ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରେ ରଖନ୍ତୁ।

୪. ଅମବାସ୍ୟା ଓ ଶନିବାର ଦିନ ଦକ୍ଷିଣ ଦିଗକୁ ମୁହଁ କରି ତର୍ପଣ କରିବା ଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇ ଆର୍ଶୀବାଦ ଦେଇଥାନ୍ତି।

୫. ନବଗ୍ରହର ଶାନ୍ତି ପାଇଁ ଶଙ୍ଖ  ଏକ ଉପଯୋଗୀ ରତ୍ନ ।ସୂର୍ଯ୍ୟ ଗ୍ରହକୁ ଶାନ୍ତି ରଖିବା ଲାଗି ସୂର୍ଯ୍ୟ ଉଦୟରେ ସୂର୍ଯ୍ୟଦେବଙ୍କୁ ଶଙ୍ଖରେ ଜଳ ଅର୍ପଣ କରନ୍ତୁ।

୬. ଚନ୍ଦ୍ରଗ୍ରହର ଅଶୁଭ ପ୍ରଭାବ ଦୂର କରିବା ଲାଗି ଶଙ୍ଖରେ କଞ୍ଚା କ୍ଷୀର ଭରି ସୋମବାର ଭଗବାନ ଶିବଙ୍କୁ ଚଢାନ୍ତୁ।

୭. ମଙ୍ଗଳବାର ସୁନ୍ଦରାକାଣ୍ଡ ପାଠ କରି ଶଙ୍ଖ ବଜାଇଲେ ମଙ୍ଗଳ ଗ୍ରହ ଶାନ୍ତ ରହେ।

୮. ଶଙ୍ଖରେ ଜଳ ଓ ତୁଳସୀ ପତ୍ର  ଦେଇ ଶାଳଗ୍ରାମରେ ଜଳ ଅର୍ପଣ କରନ୍ତୁ ବୁଧ ଗ୍ରହ ଶାନ୍ତ ରହିବ।

୯. ଧନ ଓ ଆର୍ଥିକ ସମୃଦ୍ଧି ପାଇବା ଲାଗି ଶଙ୍ଖରେ ଚାଉଳ ଲାଲ ରଙ୍ଗର କପଡାରେ ବାନ୍ଧି ଆଲମାରୀରେ ରଖିଦିଅନ୍ତୁ।

 

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos