ଏ ହେଉଛନ୍ତି ଭାରତରେ ସବୁଠାରୁ ଅଧିକ ଡିଗ୍ରୀ ହାସଲ କରିଥିବା ଭାରତୀୟ

ନୂଆଦିଲ୍ଲୀ: ଭାରତ ଏକ ଏପରି ଦେଶ ଯେଉଁଠି ଶିକ୍ଷାକୁ ଉଚ୍ଚ ଆସନ ଦିଆଯାଇଥାଏ। ଶିକ୍ଷାରେ ସଫଳ ହେଲେ ଜୀବନ ସଫଳ ହୁଏ ବୋଲି କୁହାଯାଏ। ଜାଣନ୍ତି କି, ଆଜି ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଅଧିକ ଡିଗ୍ରୀ ହାସଲ କରିଥିବା ଭାରତୀୟ କିଏ ? ଯଦି ଜାଣିନାହାନ୍ତି, ତେବେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ। ଶିକ୍ଷା କ୍ଷେତ୍ରରେ ସବୁଠାରୁ ଅଧିକ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶ୍ରୀକାନ୍ତ ଜିଚକର। ଏହି ବ୍ୟକ୍ତିଙ୍କ ନାମ ଭାରତର ଶିକ୍ଷା […]

education

education

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 11:02 AM IST

Sports

Latest News

ନୂଆଦିଲ୍ଲୀ: ଭାରତ ଏକ ଏପରି ଦେଶ ଯେଉଁଠି ଶିକ୍ଷାକୁ ଉଚ୍ଚ ଆସନ ଦିଆଯାଇଥାଏ। ଶିକ୍ଷାରେ ସଫଳ ହେଲେ ଜୀବନ ସଫଳ ହୁଏ ବୋଲି କୁହାଯାଏ। ଜାଣନ୍ତି କି, ଆଜି ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଅଧିକ ଡିଗ୍ରୀ ହାସଲ କରିଥିବା ଭାରତୀୟ କିଏ ? ଯଦି ଜାଣିନାହାନ୍ତି, ତେବେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ।

shrikantଶିକ୍ଷା କ୍ଷେତ୍ରରେ ସବୁଠାରୁ ଅଧିକ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶ୍ରୀକାନ୍ତ ଜିଚକର। ଏହି ବ୍ୟକ୍ତିଙ୍କ ନାମ ଭାରତର ଶିକ୍ଷା କ୍ଷେତ୍ରରେ ସବୁଠାରୁ ଯୋଗ୍ୟ ବ୍ୟକ୍ତି ଭାବେ ଲିମ୍‌କାବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ସେ ଚିତ୍ରଶିଳ୍ପୀ, ଫଟୋଗ୍ରାଫର ଓ ଅଭିନେତା ମଧ୍ୟ। ଅନେକ ଡିଗ୍ରୀ ହାସଲ କରିବା ସହ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ନିଜ ଘରେ ୫୨ ହଜାର ପୁସ୍ତକ ଥିବା ପାଠଗାର ମଧ୍ୟ ପ୍ରତିଷ୍ଠା କରିଥିଲେ।

ଶ୍ରୀକାନ୍ତ ୧୯୫୪ରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ।  ସେ ପ୍ରଥମେ ଏମ୍‌ବିବିଏସ୍‌ ଏମ୍‌ଡି ପାଠ୍ୟକ୍ରମ ସମାପ୍ତ କରିଥିଲେ। ଏହାପରେ ବିଜ୍ଞାନ ସହ ରାଜନୀତି, ଥିଏଟର, ସାମ୍ୱାଦିକତାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ଏମ୍‌ବିବିଏସ୍‌ କରିବା ପରେ ସେ ଏଲ୍‌ଏଲ୍‌ବି ଓ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ହାସଲ କରିଥିଲେ। ଏହାପରେ ଏମ୍‌ବିଏ ଓ ସାମ୍ୱାଦିକତା ପାଠ୍ୟକ୍ରମ ମଧ୍ୟ ସମାପ୍ତ କଲେ।

ପରେ ସମସ୍ତ ଚାକିରି ଛାଡି ୧୯୮୦ରେ ରାଜନୀତିରେ ପ୍ରବେଶ କରିଥିଲେ। ବରିଷ୍ଠ ନେତା ଭାବେ କଂଗ୍ରେସ ପାର୍ଟିରେ କାମ କରିଥିଲେ। ୨୦୦୪ରେ ଏକ କାର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos