ଏହି ୯ଟି କଥା କାହାପାଖରେ କୁହନ୍ତୁ ନାହିଁ, ଅସୁବିଧାରେ ପଡ଼ିପାରନ୍ତି

ମନର କଥାକୁ ଅନ୍ୟ କାହାପାଖରେ କହିଦେଲେ ମନ ହାଲୁକା ହୋଇଯାଏ  ଓ ମନକୁ ଶାନ୍ତି ମିଳିଥାଏ ବୋଲି ଆମେ ଜାଣିଛେ। ସେଥିପାଇଁ ଦୁଃଖ ହେଉବା ସୁଖ ଯେକୌଣସି  କଥା ହେଲେ ଆମେ ନିଜ ଲୋକଙ୍କ ପାଖରେ କହିଥାଉ। କିନ୍ତୁ ଶୁକ୍ରଚାର୍ଯ୍ୟ କହିବା ଅନୁସାରେ ୯ଟି କଥା କାହା ପାଖରେ କହିବା ଉଚିତ ନୁହେଁ। ଏହି କଥାକୁ ମନ ଭିତରେ ରଖିବା ଉଚିତ। ଏହି ୯ଟି କଥା ଅନ୍ୟ ଲୋକ ଜାଣିଲେ ନିଜର କ୍ଷତି ହୋଇପାରେ। ସମାଜରେ ନିଜର […]

rinky image

rinky image

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 01:50 PM IST

ମନର କଥାକୁ ଅନ୍ୟ କାହାପାଖରେ କହିଦେଲେ ମନ ହାଲୁକା ହୋଇଯାଏ  ଓ ମନକୁ ଶାନ୍ତି ମିଳିଥାଏ ବୋଲି ଆମେ ଜାଣିଛେ। ସେଥିପାଇଁ ଦୁଃଖ ହେଉବା ସୁଖ ଯେକୌଣସି  କଥା ହେଲେ ଆମେ ନିଜ ଲୋକଙ୍କ ପାଖରେ କହିଥାଉ। କିନ୍ତୁ ଶୁକ୍ରଚାର୍ଯ୍ୟ କହିବା ଅନୁସାରେ ୯ଟି କଥା କାହା ପାଖରେ କହିବା ଉଚିତ ନୁହେଁ। ଏହି କଥାକୁ ମନ ଭିତରେ ରଖିବା ଉଚିତ। ଏହି ୯ଟି କଥା ଅନ୍ୟ ଲୋକ ଜାଣିଲେ ନିଜର କ୍ଷତି ହୋଇପାରେ। ସମାଜରେ ନିଜର ମାନ-ସମ୍ମାନ ଓ ପ୍ରତିଷ୍ଠା ଉପରେ କୁପ୍ରଭାବ ପକାଇପାରେ। ତାହାହେଲେ ଆସନ୍ତୁ ଜାଣିବା ୯ଟି କଥା କ’ଣ, ଯାହାକୁ କହିବା ଅନୁଚିତ।

ସ୍ୱାମୀ ସ୍ତ୍ରୀର ସମ୍ପର୍କ:ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଗୁପ୍ତ କଥା କାହାକୁ କହିବା ଉଚିତ ନୁହେଁ। ଏହି କଥାକୁ ଯେତେ ଗୁପ୍ତ ରଖିବେ, ସେତେ ଭଲ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଗୁପ୍ତ କଥା ଅନ୍ୟ କାହା ପାଖରେ କହିଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଓ ବିଭିନ୍ନ ସମସ୍ୟା ଦେଖାଯାଇଥାଏ।

 ନିଜର ବୟସ: ନିଜର ବୟସ କାହାକୁ କହିବା ଅନୁଚିତ ବୋଲି ଶୁକ୍ରଚାର୍ଯ୍ୟ କହିଛନ୍ତି। ନିଜର ବୟସ ଗୁପ୍ତ ରଖିବା ଭଲ। ନିଜର ବୟସ କାହାକୁ କହିଲେ ଅନ୍ୟ ଲୋକ ଏହାର ଫାଇଦା ଉଠାଇଥାନ୍ତି ଓ ବିଭିନ୍ନ ଅସୁବିଧାରେ ପକାଇଥାନ୍ତି। ସେଥିପାଇଁ ଭୁଲରେ ବି ନିଜର ବୟସ କାହାକୁ କୁହନ୍ତୁ ନାହିଁ।

ନିଜ ଘରର କଥା:ଅନେକ ଲୋକ ଅଛନ୍ତି, ନିଜ ଘର ପରିବାର କଥା ବନ୍ଧୁ ଓ ସମ୍ପର୍କୀୟଙ୍କ ପାଖରେ କହିଥାନ୍ତି। ପରେ ଏହି କଥାକୁ ନେଇ  ପଶ୍ଚାତାପ  କରିଥାନ୍ତି। ଏହି କଥାନେଇ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥାଏ। ପରସ୍ପର ପରସ୍ପର ମଧ୍ୟରେ ଅବିଶ୍ୱାସ ବଢ଼ିଥାଏ। ଘରର କଥା  ଅନ୍ୟ କାହା ପାଖରେ ନ କହିବା ଭଲ। ଏହା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ଓ ପରିବାରରେ ସୁଖଶାନ୍ତି ବଢ଼ିଥାଏ।

ଟଙ୍କା ପଇସା: ଯିଏ ଅଧିକ ଟଙ୍କା ରୋଜଗାର କରିଥାଏ ସେ ସୁଖଶାନ୍ତିରେ ରହିଥାଏ। କିନ୍ତୁ ନିଜର ରୋଜଗାର ବିଷୟରେ କାହାକୁ କହିବା ଉଚିତ ନୁହେଁ। ଏପରି କିଛି ଲୋକ ଅଛନ୍ତି ରୋଜଗାର ବିଷୟରେ ଜାଣିବାପରେ ବିଭିନ୍ନ ଅସୁବିଧାରେ  ପକାଇଥାନ୍ତି। ଟଙ୍କା ଲାଲଚରେ ଆପଣଙ୍କ ସହ ସମ୍ପର୍କ ତିଆର କରି  ବିଭିନ୍ନ ସମସ୍ୟାରେ ପକାଇଥାନ୍ତି।

ଡାକ୍ତର: ରୋଗହେଲେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ। ଡାକ୍ତରଙ୍କ ପାଖରେ ରୋଗ କଥା କହୁ କହୁ ପରିବାର କଥା ମଧ୍ୟ କହିଦେଇଥାଉ। ଏପରି କରିବା ଅନୁଚିତ। ପରବର୍ତ୍ତୀ ସମୟରେ ଏହା ସମସ୍ୟାରେ  ସୃଷ୍ଟି କରିଥାଏ। ଯଦି କେହି ଶତ୍ରୁ ଥିବା ତାହାହେଲେ ଡାକ୍ତରଙ୍କ ପାଖକୁ ଯାଇ ଆପଣଙ୍କ କଥା ଜାଣିନେବ। ଆପଣଙ୍କୁ ଅସୁବିଧାରେ ପକାଇପାରିବ।

ଦାନ: ଦାନ କରିବା ପୂର୍ଣ୍ଣ କାମ ହୋଇଥାଏ। ଯଦି ଆପଣଙ୍କ କାହାକୁ ଦାନ କରୁଛନ୍ତି ତା’ହେଲେ ଗୁପ୍ତ ରଖିବା ଭଲ। ଏହାକୁ ଗୁପ୍ତ ରଖିଲେ ଏହାର ଫଳ ମିଳିଥାଏ। ଯେଉଁ ଲୋକ ନିଜକୁ ଅନ୍ୟ ପାଖରେ ଦେଖାଇହୋଇଥାଏ, ନିଜକୁ ମହାନ୍ ଓ ବଡ଼ ବୋଲି ଭାବିଥାଏ।। ସେହି ବ୍ୟକ୍ତି ଯେଉଁ ପୂର୍ଣ୍ଣ କାମ କରିଥାଏ ତାହା ନଷ୍ଟ ହୋଇଯାଇଥାଏ।

ମନ୍ତ୍ର:ଭଗବାନଙ୍କ କୃପା ପାଇବା ପାଇଁ ଆମେ ପ୍ରତିଦିନ ପୂଜାପାଠ କରିଥାଉ। ପୂଜାକଲା ବେଳେ ମନ୍ତ୍ର ଯପ କରିଥାଉ। ଶୁକ୍ରଚାର୍ଯ୍ୟଙ୍କ କହିବା ଅନୁସାରେ ଯେଉଁ ମନ୍ତ୍ର ଆମେ ଯପ କରିଥାନ୍ତି, ତାହାକୁ  ଗୁପ୍ତ ରଖି ଉଚିତ। ଏହା ଦ୍ୱାର ପୂଣ୍ଣ୍ୟ ମିଳିଥାଏ।

ମାନ-ସମ୍ମାନ:କେତେକ ଲୋକ ନିଜର ମାନସମ୍ମାନ ଓ ନିଜର ପଦବୀ ବିଷୟରେ ଅନ୍ୟ ପାଖରେ ଦେଖାଇ ହୋଇଥାନ୍ତି। ଏହା ଠିକ୍‌ ନୁହେଁ। ଏହାଦ୍ୱାରା ଆପଣଙ୍କୁ ସମସ୍ତେ ଖରାପ ଭାବିବେ। ସମସ୍ତଙ୍କ ନଜରରେ ଛୋଟ ହୋଇଯିବେ।

 ଅପମାନ:ଯଦି କେବେ କହି ଗାଳି ଦେଇଥାଏ ବା ଅପମାନ କରିଥାଏ, ତାହାହେଲେ  ଆମେ ଅନ୍ୟ ପାଖରେ ସଙ୍ଗେସଙ୍ଗେ ପ୍ରକାଶ କରିଥାଉ। ଏହା କରନ୍ତୁ ନାହିଁ। ଏହି କଥା  ଅନ୍ୟ କାହାକୁ କହିବା ଦ୍ୱାରା ଆପଣଙ୍କ ସମସ୍ୟାରେ ପଡ଼ିପାରନ୍ତି। ଏହି କଥା କହିଲେ ଆପଣଙ୍କୁ ସେହି ଲୋକ ସମ୍ମାନ କରିବ ନାହିଁ। ଆପଣଙ୍କ ପରିହାସ ପାତ୍ର ହୋଇପାରନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos