ଆଜିକାଲି ଲୋକମାନେ ଫିଟ୍ ରହିବା ପାଇଁ ଗ୍ରିନ୍ ଟି ପିଇବାକୁ ପସନ୍ଦ କରୁଛନ୍ତି। ଗ୍ରିନ୍ ଟି ଶରୀର ପାଇଁ ଉପକାରୀ ମଧ୍ୟ ହୋଇଥାଏ। କିନ୍ତୁ ଏହା ଅତ୍ୟଧିକ ପିଇବା ଆପଣଙ୍କ ଶରୀର ପକ୍ଷେ କ୍ଷତିକାରକ ହୋଇପାରେ। ଅଧିକ ମାତ୍ରାରେ ଗ୍ରିନ୍ ଟି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା, ପେଟ ରୋଗ, ଏସିଡିଟି, ଡାଇରିଆ ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଦେଇପାରେ। ବିଶେଷ କରି ଗର୍ଭବତୀ ମହିଳାଙ୍କ ପାଇଁ ଗ୍ରିନ୍ ଟି ଆହୁରି କ୍ଷତିକାରକ।
ଗ୍ରିନ୍ ଟିରେ ଟେନିନ୍ସ୍ ନାମକ ତତ୍ତ୍ୱ ରହିଥାଏ, ଏହାଦ୍ୱାରା ପେଟ କାଟିବା, କୋଷ୍ଠକାଠିନ୍ୟ, ଏସିଡିଟି ଓ ଡାଇରିଆ ପରି ସମସ୍ୟା ଦେଖାଦେଇପାରେ। ଖାଲି ପେଟରେ ଗ୍ରିନ୍ ଟି ପିଇବା ଅଧିକ କ୍ଷତିକାରକ। ତେଣୁ କଦାପି ଖାଲିପେଟରେ ଏହାକୁ ପିଅନ୍ତୁ ନାହିଁ।
ଦରକାରରୁ ଅଧିକ ଗ୍ରିନ୍ ଟି ପିଇଲେ ଏନିମିଆ ହେବାର ଭୟ ରହିଥାଏ। ଗ୍ରିନ୍ ଟିରେ ଥିବା କ୍ୟାଫିନ୍ ଦ୍ୱାରା ମୁଣ୍ଡ ବିନ୍ଧା ହୋଇପାରେ। ଚେଷ୍ଟା କରନ୍ତୁ ଦିନରେ ୨ କପ୍ରୁ ଅଧିକ ଗ୍ରିନ୍ ଟି ନ ପିଇବା ପାଇଁ। ବହୁମାତ୍ରାରେ ଗ୍ରିନ୍ ଟିର ବ୍ୟବହାର ଦ୍ୱାରା ଅନିଦ୍ରା ସମସ୍ୟା ମଧ୍ୟ ଦେଖାଦେଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।