ରାତିରେ ନିଦ ହେଉନି? ଆପଣାନ୍ତୁ ଏହି ଉପାୟ

sleep

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦିନ ତମାମ ଥକ୍କା ଓ କ୍ଲାନ୍ତି ପାଇଁ ରାତିରେ ଭଲ ଭାବେ ନିଦ୍ରା ହୁଏନାହିଁ। ଥକ୍କାପଣ ଯୋଗୁଁ ଶୀଘ୍ର ନିଦ ଆସେନାହିଁ। ଫଳରେ ରାତି ଅନିଦ୍ରା, ଡେରିରେ ଶୋଇବା ସମସ୍ୟା ସହ ଅନ୍ୟାନ ରୋଗ ମାଡିଆସେ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ଭଲ ନିଦ୍ରା ହେବା ପାଇଁ ଏକ ଉପାୟ ରହିଛି। ବିଛଣାକୁ ଯିବା ପୂର୍ବରୁ ଗୋଡ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ। ବିଛଣାରେ ବସନ୍ତୁ। ପୂର୍ବ ଦିଗକୁ ମୁହଁ କରି ହାତ ଯୋଡି ‘ଓଂ ହୁଂ ନିଦ୍ରାଦେବୀ ନମଃ’ ସାତଥର ଉଚ୍ଚାରଣ କରନ୍ତୁ। ନିଜ ବିଛଣାକୁ ୩ଥର ଟିଙ୍କା ମାରନ୍ତୁ। ତାପରେ ଶୋଇପଡି କପାଳର ମଧ୍ୟ ଭାଗରେ ଆଙ୍ଗୁଳି ଚଳାନ୍ତୁ। ଦେଖିବେ ଭଲ ନିଦ୍ରାହେବ।

Previous ArticleNext Article

Send this to a friend