ମଞ୍ଚ ପ୍ରେମରେ ବସ୍ତିକନ୍ୟା ପ୍ରୀତି ପ୍ରିୟଦର୍ଶିନୀ, ଅପେକ୍ଷା ବଡ଼ ବ୍ରେକ୍‌କୁ

odiagirl

ଭୁବନେଶ୍ୱର (ଦେବଜାନୀ ସାମନ୍ତରାୟ): ରଙ୍ଗୀନ ଆଲୁଅରେ ମତୁଆଲା ମ୍ୟୁଜିକର ତାଳେ ତାଳେ ବାଜୁଛି ତାଳି। ଷ୍ଟେଜ ଉପରେ ନାଚୁଛି ନାରୀ। ନାଚ ଭିତରେ ଅଭିନୟ, ଅଭିନୟ ଭିତରେ ଅଙ୍ଗଭଙ୍ଗୀ। ଅଣ୍ଟା ହଲେ, ମନ ଚହଲେ। ଆଉ ଚିକ୍‌ମିକ୍‌ ଆଲୁଅ ଲିଭିଯିବା ପରେ କରୁଣ ରାଗିଣୀ ଟାଣି ହୋଇଯାଏ ନୂଆଣିଆ ବସ୍ତି ଭିତରେ। ଭୁବନେଶ୍ୱର ସାଲିଆ ସାହିର ପ୍ରୀତି ପ୍ରିୟଦର୍ଶିନୀ ନାୟକ। ଗରିବୀର ଚକ୍ରବ୍ୟୂହରେ ଛଟପଟ ହେଉଛି ତାଙ୍କ ସ୍ୱପ୍ନ। ତେଣୁ ତ ବଡ଼ ମଞ୍ଚ, ବଡ଼ ବ୍ରେକ୍‌କୁ ଅପେକ୍ଷା ନକରି ସେ ସାଜିଛନ୍ତି ମେଲୋଡ଼ି ଡ୍ୟାନ୍ସର। ବୁଝି ବି ଅବୁଝା ରହୁଛନ୍ତି ଯେ, ସନ୍ଧ୍ୟ ହେଲେ ନିଲାମ ହେଉଛି ତାଙ୍କ ସମ୍ମାନ ଓ ସ୍ୱାଭିମାନ।

ପ୍ରୀତିଙ୍କ ମନରେ ମଧ୍ୟ ଡ୍ୟାନ୍‌ସର ହେବାର ଜିଦ। ତେଣୁ ତ ଅଧା ଅନ୍ଧାର ଘରେ ଖୁବ୍‌ ବୁହାଏ ଝାଳ। ଭଙ୍ଗା ରେକର୍ଡ଼ ବାଜିଲେ ଅଧିର ହୋଇପଡ଼େ ତାଙ୍କ ପାଦ। ଆଉ ସନ୍ଧ୍ୟା ନଇଲେ ଗରିବୀ ଘରର ଏରୁଣ୍ଡି ଡେଇଁ ଅଭାବୀ ଝିଅ ଚାଲିଆସେ ଛକ ବଜାରକୁ, ସମ୍ଭ୍ରାନ୍ତ ମେଲୋଡ଼ିର ଫ୍ରଣ୍ଟ ଡ୍ୟାନ୍ସର ସାଜିବାକୁ। ପଛରେ ଥାଆନ୍ତି ହାଇପେଡ୍‌ ସିଙ୍ଗର, ଆଉ ଆଗରେ ନାଚନ୍ତି ଏହି ଅଭାବୀ ଡ୍ୟାନ୍‌ସର। ଇଭେଣ୍ଟ ମ୍ୟାନେଜମେଣ୍ଟଙ୍କ ତାଗିଦ ଦର୍ଶକଙ୍କୁ ଦେବେ ଫୁଲ୍‌ଅନ୍‌ ମସ୍ତୀ। ତେଣୁ  କେତେବେଳେ ନାଚରେ ଅଶ୍ଲୀତାକୁ ସାମିଲ୍‌ କରିବାକୁ ପଡ଼େ ତ ପୁଣି କେତେବେଳେ ପିନ୍ଧିବାକୁ ପଡ଼େ ଛୋଟଛୋଟ ଫ୍ରକ୍‌। ନାଚ ତ ନୁହେଁ ପେଟ୍‌ ପାଇଁ ନାଟ।

ପ୍ରୀତି କହିଛନ୍ତି-“ଡ୍ୟାନ୍ସ କରିବାକୁ ଭଲ ଲାଗେ। ସେଥିପାଇଁ ବଡ଼ ସୁଯୋଗକୁ ଅପେକ୍ଷା ନକରି ପର୍ବପବାଣୀରେ ଡାକରା ପାଇ ନାଚିବାକୁ ଯାଇଥାଏ। ଏଥିପାଇଁ ମୋତେ ବହୁ ପରିଶ୍ରମ କରିବାକୁ ପଡ଼େ। ଯାହା ଉପାର୍ଜନ କରେ ସେହି ଅର୍ଥ ବାପାଙ୍କୁ ଦେଇଥାଏ।”

ଶୋଷଣର ଅନେକ କାହାଣୀ ଲୁଚିଯାଏ ରଙ୍ଗବୋଳା ଜୀବନ ଭିତରେ। କାରଣ ଯାହା ରୋଜଗାର ହୁଏ, ତାହା ଘରକୁ ଆସେନି। ବାଟମାରଣା କରେ ଇଭେଣ୍ଟ ମ୍ୟାନେଜର। ହେଲେ ଏକଥା କିନ୍ତୁ ଖୋଲାଖୋଲି ଆସେନି ପାଦାକୁ।

Previous ArticleNext Article

Send this to a friend