ଫେସବୁକରେ ଅଜଣା ବ୍ୟକ୍ତିଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛନ୍ତି କି?

ଫେସବୁକରେ ଅଜଣା ବ୍ୟକ୍ତିଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଷ୍ଟ ପଠାଉଛନ୍ତି କି? ତାହେଲେ ସାବଧାନ ହୋଇଯାଆନ୍ତୁ। ନ ହେଲେ ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିପାରେ। ଫେସବୁକ୍‌ରେ ହଜାର ହଜାର ଅଚିହ୍ନା ବନ୍ଧୁ ଥିଲେ ବି କେତେକ ବ୍ୟକ୍ତି ଅଜଣା ଲୋକଙ୍କୁ ମେସେଜ୍ ପଠାଇବା କିମ୍ବା  ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ଭଳି କାମ କରୁଛନ୍ତି।  ଯଦି ଆପଣ ବି ଏପରି ଅଜଣା ଲୋକଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। ନହେଲେ ପୋଲିସ୍‌ର ତଦନ୍ତ ଘେରରେ ଆସିପାରନ୍ତି। ମଧ୍ୟପ୍ରଦେଶର […]

qz-fb copy

qz-fb copy

Rakesh Mallick
  • Published: Thursday, 04 January 2018
  • Updated: 04 January 2018, 11:16 AM IST

Sports

Latest News

ଫେସବୁକରେ ଅଜଣା ବ୍ୟକ୍ତିଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଷ୍ଟ ପଠାଉଛନ୍ତି କି? ତାହେଲେ ସାବଧାନ ହୋଇଯାଆନ୍ତୁ। ନ ହେଲେ ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିପାରେ।

ଫେସବୁକ୍‌ରେ ହଜାର ହଜାର ଅଚିହ୍ନା ବନ୍ଧୁ ଥିଲେ ବି କେତେକ ବ୍ୟକ୍ତି ଅଜଣା ଲୋକଙ୍କୁ ମେସେଜ୍ ପଠାଇବା କିମ୍ବା  ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ଭଳି କାମ କରୁଛନ୍ତି।  ଯଦି ଆପଣ ବି ଏପରି ଅଜଣା ଲୋକଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। ନହେଲେ ପୋଲିସ୍‌ର ତଦନ୍ତ ଘେରରେ ଆସିପାରନ୍ତି।

ମଧ୍ୟପ୍ରଦେଶର ଇନ୍ଦୌର ପୋଲିସ୍‌ ଗୁଣ୍ଡାମାନଙ୍କ ଫେସବୁକ୍‌ ଫ୍ରଣ୍ଡ ଲିଷ୍ଟରେ ଯୋଡି ହୋଇଥିବା ଲୋକଙ୍କର ଲିଷ୍ଟ ତିଆରି କରୁଛି। ସୋସିଆଲ ମିଡିଆରେ ବଢ଼ୁଥିବା ଅପରାଧକୁ ରୋକିବା କ୍ଷେତ୍ରରେ ପୋଲିସ ଏପରି କରୁଥିବାର ଶୁଣିବାକୁ ମିଳୁଛି। ଅପରାଧିକ ମାମଲାରେ ଯୋଡ଼ି ହୋଇଥିବା ସମସ୍ତ ଗୁଣ୍ଡାମାନଙ୍କ ଫେସବୁକ ଫ୍ରେଣ୍ଡ ଉପରେ ନଜର ରଖାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଥାନାକୁ ଡକାଯାଇ ପଚରା ଉଚରା ମଧ୍ୟ କରାଯିବ। ପୋଲିସ୍‌ ଅପରାଧୀଙ୍କର ଇ-ମୋଲ୍‌, ଟ୍ୱିଟର, ଫେସବୁକର ପାସୱର୍ଡ ବି ନିଜ ପାଖର ରଖିବ। ଯଦି କେହି ପାସୱାର୍ଡ ବଦଳାଇବାକୁ ଚେଷ୍ଟା କରନ୍ତି ତାହେଲେ ତୁରନ୍ତ ପୋଲିସ୍‌ ପାଖରେ ଖବର ପହଞ୍ଚିଯିବ। ଓ ସେହି ବ୍ୟକ୍ତିକୁ ଆରେଷ୍ଟ କରାଯିବ। ଏ ନେଇ ପୋଲିସ୍ କେତେକ ଅପରାଧୀଙ୍କୁ ଫେସବୁକ ଫ୍ରେଣ୍ଡର ଲିଷ୍ଟ ମଧ୍ୟ ମାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos