ଡାଇନୋସର ଥିଲେ ୭୦୦ ପ୍ରଜାତିର, ଜାଣନ୍ତୁ ଆଉ କିଛି ତଥ୍ୟ

ଆଜି ହୁଏତ ଡାଇନୋସର ନାଁ ଶୁଣିଲେ କାହାକୁ ଆଶ୍ଚର୍ଯ୍ୟ କରି ନ ପାରେ। କିନ୍ତୁ ସମୟ ଥିଲା ଏହି ବିଶାଳକାୟ ଜୀବ ଅତି ଭୟଙ୍କର ଓ ହିଂସ୍ର ଥିଲା। ଏହି ଜୀବ ଖୁବ୍‌ ଶକ୍ତିଶାଳୀ ଥିଲା।  ସମଗ୍ର ଜୀବଜଗତକୁ ଥରହର କରୁଥିଲା ଏହି ଜଙ୍ଗଲୀ ଜନ୍ତୁ ।  କିନ୍ତୁ ବିବର୍ତ୍ତନ ପ୍ରକ୍ରିୟା ତଥା ଜଳବାୟୁ ପରିବର୍ତ୍ତନ  ଓ ଅନ୍ୟାନ୍ୟ କାରଣରୁ ଏହି ବିଶାଳକାୟ ଜୀବର ବିଲୋପ ହୋଇ ଗଲା। ଡାଇନୋସରର ଶକ୍ତି, ସାମର୍ଥ୍ୟ ଓ ତାର ହିଂସ୍ରନିତ […]

dinosaur

dinosaur

Rakesh Mallick
  • Published: Monday, 30 April 2018
  • Updated: 30 April 2018, 04:45 PM IST

Sports

Latest News

ଆଜି ହୁଏତ ଡାଇନୋସର ନାଁ ଶୁଣିଲେ କାହାକୁ ଆଶ୍ଚର୍ଯ୍ୟ କରି ନ ପାରେ। କିନ୍ତୁ ସମୟ ଥିଲା ଏହି ବିଶାଳକାୟ ଜୀବ ଅତି ଭୟଙ୍କର ଓ ହିଂସ୍ର ଥିଲା। ଏହି ଜୀବ ଖୁବ୍‌ ଶକ୍ତିଶାଳୀ ଥିଲା।  ସମଗ୍ର ଜୀବଜଗତକୁ ଥରହର କରୁଥିଲା ଏହି ଜଙ୍ଗଲୀ ଜନ୍ତୁ ।  କିନ୍ତୁ ବିବର୍ତ୍ତନ ପ୍ରକ୍ରିୟା ତଥା ଜଳବାୟୁ ପରିବର୍ତ୍ତନ  ଓ ଅନ୍ୟାନ୍ୟ କାରଣରୁ ଏହି ବିଶାଳକାୟ ଜୀବର ବିଲୋପ ହୋଇ ଗଲା। ଡାଇନୋସରର ଶକ୍ତି, ସାମର୍ଥ୍ୟ ଓ ତାର ହିଂସ୍ରନିତ ପ୍ରବୃତ୍ତିକୁ ନେଇ ହଲିଓଡରେ ଅନେକ ଫିଲ୍ମ ନିର୍ମାଣ ହୋଇଛି। ତେବେ ଡାଇନୋସର ବିଷୟରେ ଆସନ୍ତୁ ଜାଣିବା କିଛି ତଥ୍ୟ।

୧- ଆଜିକୁ ପ୍ରାୟ ୧୫୦ ନିୟୁତ ବର୍ଷ ପୂର୍ବେ  ଧରାପୃଷ୍ଠରେ ଚଳପ୍ରଚଳ କରୁଥିଲେ ଡାଇନୋସର । ଏହି ସମୟରେ ପୃଥିବୀର ଅସ୍ତିତ୍ୱ ମଧ୍ୟମ କାଳ ଥିଲା।

୨- କିଛି ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଡାଇନୋସରଙ୍କ ଜାବନ କାଳ ୨୦୦ ବର୍ଷ  ଥିଲା। ହେଲେ ଏହାର କୌଣସି ଉପଯୁକ୍ତ ପ୍ରମାଣ ନାହିଁ।

୩. ଡାଇନୋସର  ଲମ୍ବା ଲାଙ୍ଗୁଡ଼ ଥିଲା। ସେ ଦୌଡ଼ିବା ସମୟରେ ଏହା ତାଙ୍କ ଶରୀରକୁ ସନ୍ତୁଳିତ ରଖିଥାଏ।  କିଛି ଡାଇନୋସରଙ୍କ ଲାଙ୍ଗୁଡ଼ ପାଖାପାଖି ୪୫ ଫୁଟଥାଏ।

୪ଡାଇନୋସର ସବୁ ପ୍ରଜାତି ଅଣ୍ଡା ଦେଉଥିଲେ। ଏବେ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ୪୦ ପ୍ରକାରର ଅଣ୍ଡା ପାଇବାରେ ସଫଳ ହୋଇଛନ୍ତି।

୫. ଅନେକ ବୌଜ୍ଞାନିକଙ୍କ ଅନୁଯାୟୀ ଆଜିକୁ ୬୫.୫ ନିୟୁତ ବର୍ଷ ପୂର୍ବେ ମେକ୍‌ସିକୋରେ ଦୁଇଟି ଉଲକାପିଣ୍ଡ ମଧ୍ୟରେ  ଧକ୍କା ଲାଗି ଡାଇନୋସର  ପୃଥିବୀ ପୃଷ୍ଠରୁ ଲୋପ ପାଇଯାଇଥିଲା ।

୬-ଡାଇନୋସର ଶବ୍ଦ ଗ୍ରୀକ ଭାଷାରୁ ଆସିଛି। ଯାହାର ଅର୍ଥ ଭୟାନକ ଝିଟିପିଟି।

୭- କୁହାଯାଏ ଡାଇନୋସର  ବଡ଼ ବଡ଼ ପଥରକୁ ମଧ୍ୟ ଗିଳି ଦେଉଥିଲା। ଏହି ପଥରଗୁଡ଼ିକ ସେମାନଙ୍କ ପେଟରେ ରହି ଖାଦ୍ୟ ପାଚନରେ ସାହାଯ୍ୟ କରୁଥିଲେ।

୮. କିଛି ଡାଇନୋସର ମାଂସାହାରୀ ଥିଲେ। ଆଉ କିଛି ଶାକାହାରୀ ଥିଲେ। ଆଉ କିଛି ଉଭୟ ଶାକାହାରୀ ଓ ମାଂସାହାରୀ ଥିଲେ।

୯-ଏକ ବୟସ୍କ ଡାଇନୋସର ମସ୍ତିଷ୍କ ଏକ ଛୋଟ ପିଲାର ମସ୍ତିଷ୍କରୁ ବି ଛୋଟ ହୋଇଥାଏ।

୧୦-ଡାଇନୋସର ପକ୍ଷୀ ପରି ବସା ବାନ୍ଧି ସେଥିରେ ଅଣ୍ଡା ଦେଉଥିଲେ। କିଛି ଡାଇନାସୋର ନିଜ ଅଣ୍ଡାକୁ ଅନ୍ୟମାନଙ୍କଠାରୁ  ବଞ୍ଚାଉଥିଲାବେଳେ କିଛି ଡାଇନାସୋର ନିଜେ ଖାଇଦେଉଥିଲେ।

୧୧-ଯେଉଁ ଡାଇନୋସର ମାନେ ମାଂସାହାରୀ ସେମାନଙ୍କ ହାଡ଼ରେ ପବନ ରହୁଥିଲା। ଫଳରେ ସେମାନଙ୍କ ଓଜନ କମ୍‌ ହୋଇଥାଏ।

୧୨- ସାପ ଭଳି ଡାଇନୋସର ମଧ୍ୟ ଦେହରୁ ଚମଡ଼ା ଛଡ଼ାଇଥାଏ।

୧୩-  ବ୍ରେଚିୟୋସରସ ଡାଇନୋସୋରର ଓଜନ ସବୁଠୁ ଅଧିକ ଥିଲା। ଏମାନଙ୍କର ଓଜନ ପ୍ରାୟ ୮୦ ଟନ୍‌ ହୋଇଥାଏ। ଏମାନଙ୍କର ଉଚ୍ଚତା ପ୍ରାୟ ୧୬ ମିଟର ଓ ଲମ୍ବ ୨୬ ମିଟର।

୧୪-ଏମାନଙ୍କ ଅଣ୍ଡା ଭିନ୍ନ ଭିନ୍ନ ଆକୃତିର ହୋଇଥାଏ।  ଗୋଲାକୃତି ଅଣ୍ଡା ୩୦ ସେଣ୍ଟିମିଟରର ହୋଇଥାଏ। ଏବେ ଯାଏ ସବୁଠୁ ଛୋଟ ଅଣ୍ଡା ୩ ସେ.ମି.ର ମିଳିଛି।

୧୫-ଟ୍ରୁଡୋନ ଡାଇନୋସର ସବୁଠୁ ଚାଲାକ ଥିଲେ। ଏମାନେ ମାଂସାହାରୀ। ଏମାନଙ୍କର ଲମ୍ବ ପ୍ରାୟ ୨ ମିଟର।

୧୬- ଏବେ ଯାଏ ଡାଇନୋସର ୭୦୦ ପ୍ରଜାତି  ବିଷୟରେ ଜଣାପଡ଼ିଛି। ଏମାନଙ୍କର ନାଁ ମଧ୍ୟ ରଖାସରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos