ଏହିସବୁ ଭୁଲ୍‌ ପାଇଁ ପୁରୁଷଙ୍କଠାରେ ଶୁକ୍ରାଣୁ ସଂଖ୍ୟା କମୁଛି

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜ ଶରୀରର ଯତ୍ନ ନେବାକୁ ଭୁଲିଯାଉଛନ୍ତି।  ଫଳରେ ଆମକୁ ବିଭିନ୍ନ ପ୍ରକାରର ରୋଗ ମାଡ଼ିବସୁଛି। ପୁରୁଷଙ୍କଠାରେ ଶୁକ୍ରାଣୁର କମିଯିବା ମଧ୍ୟ ଏହି ବେପରୁଆ ଜୀବନଶୈଳୀର ଏକ କାରଣ। ଏଥିପାଇଁ ପୁରୁଷ ଶରୀରର ଉଜ୍ୱଳତା ହ୍ରାସ ପାଇବା ସହିତ ପ୍ରଜନନ କ୍ଷମତା ମଧ୍ୟ କମିଯାଉଛି। ଏଥିପାଇଁ ବହୁ ଲୋକ ଡାକ୍ତରଙ୍କ ପରାମର୍ଶ ନେଉଚନ୍ତି। ତେବେ ଆୟୁର୍ବେଦ ଚିକିତ୍ସା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ। ଆସନ୍ତୁ ଜାଣିବା ଆୟୁର୍ବେଦ ସାହାଯ୍ୟରେ କିପରି ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁ ସଂଖ୍ୟା ବଢ଼ାଇ ହେବ।

ଶୁକ୍ରାଣୁ କମିବାର କାରଣ

୧. ସୋୟାବିନ୍‌ ଶରୀର ପାଇଁ ହିତକର। କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ପୁରଷଙ୍କଠାରେ ଶୁକ୍ରାଣୁ ସଂଖ୍ୟା କମିଯାଇଥାଏ।

୨. ମଦ୍ୟପାନ ଓ ସିଗାରେଟ ଟାଣିଲେ ମଧ୍ୟ ଶୁକ୍ରାଣୁ ସଂଖ୍ୟା କମିଥାଏ।

୩. ମଣିଷର ଚିନ୍ତନ ଶକ୍ତି ମଧ୍ୟ ଶରୀର ହାନୀଲାଭ ପାଇଁ ଦାୟୀ ହୋଇଥାଏ। ଆପଣ ସର୍ବଦା କ୍ରୋଧ କିମ୍ବା ଟେନ୍‌ସନରେ ରହିଲେ ଅଣ୍ଡକୋଷରେ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇଥାଏ।

ସମାଧାନ

୧. ସର୍ବଦା ଚିନ୍ତାମୁକ୍ତ ହୋଇ ହସଖୁସିରେ ରହିବାକୁ ଚେଷ୍ଟା କରନ୍ତୁ।

୨. ସକାଳ ଜଳଖିଆରେ ଫଳ ଖାଇବା ଅଭ୍ୟାସ କରନ୍ତୁ।

୩. ଅଶ୍ୱଗନ୍ଧା ଓ ମୁସଲି ଚୂର୍ଣ୍ଣକୁ ପ୍ରତିଦିନ ସକାଳେ ମହୁରେ ମିଶାଇ ଖାଆନ୍ତୁ।

୪. ଭିଟାମିନ ସି ଶୁକ୍ରାଣୁ ଜନିତ ସମସ୍ୟା ଦୂର କରିବା ସହିତ ଶୁକ୍ରକୀଟର ଜୀବନକାଳ ବଢ଼ାଇଥାଏ। ତେଣୁ ଯଥା ସମ୍ଭବ ଭିଟାମିନ ସି ଯୁକ୍ତ ଖାଦ୍ୟ କିମ୍ବା ଫଳ ଖାଆନ୍ତୁ।

୫. ଅଁଳା, କମଳା ଓ କାଗିଜି ଲେମ୍ବୁ, ଅଙ୍ଗୁର, ଟମାଟୋ, କଦଳୀ, ବରକୋଳି, ପିଜୁଳି, ଆପଲ୍, କଣ୍ଟା ପଣସ, ଶାଲଗମ, ପୁଦିନା, ମୂଳା ଶାଗ, ସଜନା ଶାଗ, ଦୁଗ୍ଧ, ଛଚିନ୍ଦ୍ରା, ନେଉଟିଆ ଶାଗ, ବନ୍ଧାକୋବି, ଧନିଆ ପତ୍ର, ପାଳଙ୍ଗ, ପିଆଜ ଆଦି ନିୟମିତ ଖାଇବାକୁ ଆରମ୍ଭ କରନ୍ତୁ। ଏଥିରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ରହିଥାଏ।

 

Previous ArticleNext Article

Send this to a friend