ବ୍ଲୁ ହ୍ୱେଲ ଖେଳୁଥିବା ଛାତ୍ରକୁ ଉଦ୍ଧାର କଲା ପୋଲିସ୍‌

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଘାତକ ବ୍ଲୁ ହ୍ୱେଲ ପଞ୍ଝାରୁ ଉଦ୍ଧାର ହୋଇଛି ବାଲେଶ୍ୱର ଜିଲ୍ଲାର ଜଣେ ଛାତ୍ର। ୧୧ ଷ୍ଟେପ୍ ପର୍ଯ୍ୟନ୍ତ ଖେଳି ସାରିଥିବା ବାଲେଶ୍ୱର ସରକାରୀ ଆଇଟିଆଇର ଏହି ଛାତ୍ରଙ୍କୁ ଉଦ୍ଧାର କରିଛି ସହଦେବଖୁଣ୍ଟା ପୋଲିସ୍।

ଆଜି ଓ୍ୱାର୍କସପ୍ ଚାଲୁଥିବାବେଳେ ଛାତ୍ର ଜଣକ ବ୍ଲୁ ହ୍ୱେଲ୍ ଖେଳୁଥିବା ଅନ୍ୟ ସାଙ୍ଗମାନେ ଜାଣି ଅଧ୍ୟକ୍ଷଙ୍କୁ ଖବର ଦେଇଥିଲେ। ଏହା ପରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ ତୁରନ୍ତ ସଂପୃକ୍ତ ଛାତ୍ରଙ୍କୁ ଅଟକ ରଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ପଚରାଉଚରା କରାଯିବା ପରେ ପୋଲିସ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣା ପରେ ଆଇଟିଆଇ କର୍ତ୍ତୃପକ୍ଷ ହଷ୍ଟେଲରେ ଯାଞ୍ଚ କରି ୩୭ଟି ମୋବାଇଲ୍ ଜବତ କରିଛନ୍ତି।

Previous ArticleNext Article

Send this to a friend