ଅବ୍ୟବସ୍ଥା ନେଇ ହଷ୍ଟେଲ ଛାଡ଼ି ୮ କିଲୋମିଟର ଚାଲିଲେ ୬୦ ଛାତ୍ରୀ

ବାରିପଦା: ପୁଣି ଥରେ ହଷ୍ଟେଲ ଅବ୍ୟବସ୍ଥା ନେଇ ପଦାକୁ ବାହାରିଲେ ଛାତ୍ରୀ। ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ସ୍କୁଲରୁ ୮ କିଲୋମିଟର ଚାଲିଛନ୍ତି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ନାଗ୍ରାଶୋଳ ଆଦିବାସୀ ବାଳିକା ହାଇସ୍କୁଲର ୬୦ରୁ ଅଧିକ ଛାତ୍ରୀମାନେ ଆଜି ଏପରି କରିଛନ୍ତି। ହଷ୍ଟେଲରୁ ବାହାରି ୮ କିଲୋମିଟର ଚାଲି ଚାଲି ଗଲା ପରେ ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚ ବୁଝାସୁଝା କରି ଫେରାଇ ନେଇଛନ୍ତି। ସ୍କୁଲଠାରୁ ଜିଲ୍ଲାପାଳଙ୍କ ଅଫିସର ଦୂରତା ୨୫ କିଲୋମିଟର ଦୂର। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇବାକୁ ଯାଉଥିବା ସମସ୍ତ ଛାତ୍ରୀ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର।

ସ୍କୁଲରେ ମେଟ୍ରେନ୍ ଓ ପ୍ରଧାନଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା, ରୁଟିନ୍ ଅନୁଯାୟୀ ଖାଦ୍ୟ ନ ଦେବା, ହଷ୍ଟେଲରେ ପାଣି ଓ ବିଜୁଳି ବ୍ୟବସ୍ଥା ଠିକ୍ ନ ଥିବା ଛାତ୍ରୀମାନେ  ଅଭିଯୋଗ କରିଛନ୍ତି। ବାରମ୍ୱାର ଏନେଇ ପ୍ରଧାନ ଶିକ୍ଷକ ଓ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ସେମାନେ କହିଛନ୍ତି।

ସୂଚନାଯୋଗ୍ୟ,ଗତ ୨୦୧୬ ମସିହା ଜାନୁଆରୀ ୨୫ ତାରିଖରେ ପାକଟିଆ ସରକାରୀ ବାଳିକା ହାଇସ୍କୁଲର ଶତାଧିକ ଛାତ୍ରୀ ରାତି ପ୍ରାୟ ଗୋଟାଏରେ ହଷ୍ଟେଲର ୧୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ୨୫ କି.ମି. ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ହଷ୍ଟେଲ ପରିଚାଳିକାଙ୍କ ନାଁରେ ଅଭିଯୋଗ କରିଥିଲେ। ସମସ୍ୟା ସମାଧାନର ପ୍ରତିଶ୍ରୁତି ନ ମିଳବା ପର୍ଯ୍ୟନ୍ତ ସେମାନେ ହଷ୍ଟେଲ ନ ଯିବାକୁ ଯିଦ୍ ଧରି ବସି ରହିଲେ। ରାତି ପ୍ରାୟ ୨ଟାରେ ଜିଲ୍ଲାପାଳ ଛାତ୍ରୀଙ୍କ ସମସ୍ୟା ଶୁଣିବା ସହ ଶୀଘ୍ର ସମାଧାନ ଲାଗି ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଫେରିଥିଲେ।

Ordigital Desk
• Published: Thursday, 19 October 2017
• Updated: 19 October 2017, 02:40 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos