ଯୁବକଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ: ପରିବାରର ଅଭିଯୋଗ ପୋଲିସ ମାଡ଼ରେ ଗଲା ପୁଅର ଜୀବନ

ସମ୍ୱଲପୁର: ପୋଲିସ ମାଡ଼ରେ ଯୁବକ ମୃତ। ଏହି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା କାଳୁପଡ଼ାରୁ। ଗାଁର ଜଣେ ଯୁବକର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ପୋଲିସ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୁବକଙ୍କ ନାଁ ବିଶ୍ୱନାଥ ବେହେରା। ତାଙ୍କ ଶରୀରର କେତେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଜଘଂ ଓ ପିଠିରେ ପୋଲିସର ମାଡ଼ ଯୋଗୁଁ  କ୍ଷତ ଚିହ୍ନ ସୃଷ୍ଟି ହୋଇଥିବା ପରିବାର ଲୋକେ କହିଛନ୍ତି। ଗତ ୧୭ ତାରିଖରେ […]

death

death

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 12:20 PM IST

Sports

Latest News

ସମ୍ୱଲପୁର: ପୋଲିସ ମାଡ଼ରେ ଯୁବକ ମୃତ। ଏହି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା କାଳୁପଡ଼ାରୁ। ଗାଁର ଜଣେ ଯୁବକର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ପୋଲିସ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୁବକଙ୍କ ନାଁ ବିଶ୍ୱନାଥ ବେହେରା। ତାଙ୍କ ଶରୀରର କେତେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଜଘଂ ଓ ପିଠିରେ ପୋଲିସର ମାଡ଼ ଯୋଗୁଁ  କ୍ଷତ ଚିହ୍ନ ସୃଷ୍ଟି ହୋଇଥିବା ପରିବାର ଲୋକେ କହିଛନ୍ତି।

ଗତ ୧୭ ତାରିଖରେ ବିଶ୍ୱକର୍ମା ପୂଜା ସମୟରେ ଗଣ୍ଡଗୋଳ କରୁଥିବା ଅଭିଯୋଗରେ ବିଶ୍ୱନାଥଙ୍କୁ ପୋଲିସ ଥାନାକୁ ନେଇଥିଲା। ହେଲେ ତା’ପରଦିନ ପୋଲିସ ତାଙ୍କ  ବାପାଙ୍କ ଉପସ୍ଥିତିରେ ଛାଡ଼ି ଦେଇଥିଲା। ଘରକୁ ଆସିଲା ପରେ ପୋଲିସ ମାଡ଼ ଯୋଗୁଁ ଯନ୍ତ୍ରଣା ହେଉଥିବା  ସେ ପରିବାର ଲୋକଙ୍କୁ କହିଥିଲେ। ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହୀରାକୁଦ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହୀରାକୁଦ ଏସ୍‌ଡିପିଓ କହିଛନ୍ତି,“ ବିଶ୍ୱନାଥର ଅପରାଧ ପୃଷ୍ଠଭୂମି ଥିଲା। ପୂର୍ବରୁ ହୀରାକୁଦ ଥାନାରେ ତା’ ନାଁରେ୧୦ଟି ମାମଲା ରହିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos