ମନକୁ କେମିତି କରିବେ କାବୁ?

ଆଜିର ଦୁନିଆରେ ହାତ ପାହାଁନ୍ତାରେ ସବୁକିଛି ମିଳୁଛି। କ୍ଷଣକ ଭିତରେ ଜାଣି ହେଉଛି ଦେଶ ଓ ଦୁନିଅର ଖବର। ଏସବୁ ଭିତରେ କିନ୍ତୁ ମିଳୁନି ଶାନ୍ତି ବା ଏକାଗ୍ରତା। ଯେଉଁଥିପାଇଁ ପଥ ଭ୍ରଷ୍ଟ ହେଉଛି ମଣିଷ। ନାନା ଅସାମାଜିକ କାମରେ ଲିପ୍ତ ହେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଦରକାର ଶାନ୍ତି। ଏଥିପାଇଁ ସ୍ୱାମୀ ବିବେକାନନ୍ଦଙ୍କ ମାର୍ଗ ଦର୍ଶନ ଏକାନ୍ତ ଆବଶ୍ୟକ। ସ୍ୱାମୀଜୀଙ୍କ ବାଣୀ ଅନୁସାରେ ଯେଉଁ ବ୍ୟକ୍ତି ମନକୁ କାବୁ କରିପାରିବ, ତାକୁ ହିଁ ଶାନ୍ତି […]

swami vivekananda

swami vivekananda

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 05:15 AM IST

Sports

Latest News

ଆଜିର ଦୁନିଆରେ ହାତ ପାହାଁନ୍ତାରେ ସବୁକିଛି ମିଳୁଛି। କ୍ଷଣକ ଭିତରେ ଜାଣି ହେଉଛି ଦେଶ ଓ ଦୁନିଅର ଖବର। ଏସବୁ ଭିତରେ କିନ୍ତୁ ମିଳୁନି ଶାନ୍ତି ବା ଏକାଗ୍ରତା। ଯେଉଁଥିପାଇଁ ପଥ ଭ୍ରଷ୍ଟ ହେଉଛି ମଣିଷ। ନାନା ଅସାମାଜିକ କାମରେ ଲିପ୍ତ ହେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଦରକାର ଶାନ୍ତି। ଏଥିପାଇଁ ସ୍ୱାମୀ ବିବେକାନନ୍ଦଙ୍କ ମାର୍ଗ ଦର୍ଶନ ଏକାନ୍ତ ଆବଶ୍ୟକ। ସ୍ୱାମୀଜୀଙ୍କ ବାଣୀ ଅନୁସାରେ ଯେଉଁ ବ୍ୟକ୍ତି ମନକୁ କାବୁ କରିପାରିବ, ତାକୁ ହିଁ ଶାନ୍ତି ମିଳିବ।

ସ୍ୱାମୀ ବିବେକାନନ୍ଦଙ୍କ ପ୍ରକୃତ ନାଁ ନରେନ୍ଦ୍ର। ସେ ଯେଉଁ ବହିକୁ ଥରେ ପଢ଼ି ନିଅନ୍ତି, ସବୁ ମନେ ରଖନ୍ତି। ଥରେ ସେ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ। ସେହି ସମୟରେ ବନ୍ଧୁ ଜଣକ ଘରେ ନଥିଲେ। ତେଣୁ ସ୍ୱାମୀଜୀ ତାଙ୍କ ଘରେ ବସିଥିଲେ। ପରେ ସେଠାରେ ଥିବା ସବୁ ପୁରୁଣା ବହି ପଢ଼ିଥିଲେ। କିଛି ସମୟ ପରେ ବନ୍ଧୁ ଜଣକ ଆସି ସେଠାରେ ପହଞ୍ଚିଲେ। ସଙ୍ଗେ ସଙ୍ଗେ ସ୍ୱାମୀଜୀଙ୍କୁ ପଚାରିଥିଲେ କ’ଣ ସବୁ ବହି ପଢ଼ି ସାରିଲେ? ସ୍ୱାମୀଜୀ ହସି ସହି କହିଥିଲେ ହଁ ସବୁ ପଢ଼ି ଦେଇଛି। ଯେଉଁ ବହି ଏଠାରେ ପଢ଼ିଲି ତାହା ଜୀବନରେ କେବେ ପଢ଼ିନଥିଲି ବୋଲି ସ୍ୱାମୀଜୀ କହିଥିଲେ। ଏହାଛଡ଼ା କେଉଁ ପୃଷ୍ଠାରେ କଣ ଲେଖାଯାଇଛି, ତାହା ମଧ୍ୟ କହିଥିଲେ ସ୍ୱାମୀଜୀ। ଏହା ଶୁଣି ବନ୍ଧୁ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ସ୍ୱାମୀଜୀଙ୍କୁ ପଚାରିଥିଲେ, ଏତେ ଶୀଘ୍ର କେମିତ ମନେ ରଖୁଛ?

ଏହାର ଉତ୍ତରରେ ସ୍ୱାମୀଜୀ କହିଥିଲେ-“ଚିନ୍ତା ବା ସମସ୍ୟାର ଚାପକୁ କେବେହେଲେ ମନ ଉପରେ ପଡ଼ିବାକୁ ଦିଏନାହିଁ। ସେଥିପାଇଁ ସବୁଠି ଶାନ୍ତି ଓ ଏକଗ୍ରତା ଚିତ୍ତରେ ବସିପାରୁଛି। ଜୀବନରେ ମନକୁ କାବୁ କରିପାରିଲେ କେବେହେଲେ ଶାନ୍ତିକୁ ଖୋଜିବାକୁ ପଡ଼ିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos