ଏହାକୁ ସାଧାରଣ କଥା ଭାବି ଅଣଦେଖା କରନ୍ତୁ ନାହିଁ: ହୋଇପାରେ ମଳଦ୍ୱାରରେ କ୍ୟାନ୍ସର

ନୂଆଦିଲ୍ଲୀ: କ୍ୟାନ୍‌ସର ଏକ ଜୀବନନାଶକ ରୋଗ। ଏକଥା ଆମେ ସମସ୍ତେ ଜାଣନ୍ତି। ଏକଥା ମଧ୍ୟ ଜାଣନ୍ତି ଯେ, କ୍ୟାନସର ସେଲ୍‌ ଆମ ସମସ୍ତଙ୍କ ଶରୀରରେ ମଧ୍ୟରେ ରହିଥାଏ। ଯଦି ଏହି ସେଲ୍‌ ଅନିୟମିତ ଭାବେ ବଢ଼ିବାକୁ ଲାଗେ ତାହାଲେ କ୍ୟାନସର ଭଳି ଭୟଙ୍କର ରୋଗ ହୋଇଥାଏ। ତେଣୁ ଏଭଳି ଭୟଙ୍କର ରୋଗଠାରୁ ଦୁରେଇ ରହିବାକୁ ହେଲେ ଆମକୁ ଏସମ୍ପର୍କିତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ ମଳଦ୍ୱାରରେ ହେଉଥିବା କ୍ୟାନସର ବିଷୟରେ ଜଣାଇବୁ, ଯାହା […]

lipun

lipun

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 05:56 PM IST

Sports

Latest News

ନୂଆଦିଲ୍ଲୀ: କ୍ୟାନ୍‌ସର ଏକ ଜୀବନନାଶକ ରୋଗ। ଏକଥା ଆମେ ସମସ୍ତେ ଜାଣନ୍ତି। ଏକଥା ମଧ୍ୟ ଜାଣନ୍ତି ଯେ, କ୍ୟାନସର ସେଲ୍‌ ଆମ ସମସ୍ତଙ୍କ ଶରୀରରେ ମଧ୍ୟରେ ରହିଥାଏ। ଯଦି ଏହି ସେଲ୍‌ ଅନିୟମିତ ଭାବେ ବଢ଼ିବାକୁ ଲାଗେ ତାହାଲେ କ୍ୟାନସର ଭଳି ଭୟଙ୍କର ରୋଗ ହୋଇଥାଏ। ତେଣୁ ଏଭଳି ଭୟଙ୍କର ରୋଗଠାରୁ ଦୁରେଇ ରହିବାକୁ ହେଲେ ଆମକୁ ଏସମ୍ପର୍କିତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ ମଳଦ୍ୱାରରେ ହେଉଥିବା କ୍ୟାନସର ବିଷୟରେ ଜଣାଇବୁ, ଯାହା ଜାଣିବା ନିହାତି ଆବଶ୍ୟକ।

ମଳଦ୍ୱାରରେ ଏମିତି ଅନେକ ସମସ୍ୟା ଦେଖାଯାଇଥାଏ, ଯାହାକୁ ଆମେ ଅଣଦେଖା କରିଥାଉ। ଆଉ ଏହି ଅବହେଳା ହିଁ ଶେଷରେ ଆମ ପାଇଁ କାଳ ପାଲଟିଯାଏ। ପୂର୍ବରୁ ସତର୍କତା ଅବଲମ୍ବନ କଲେ ଆନଲ କ୍ୟାନସର ଭଳି ରୋଗରୁ ମୁକ୍ତି ମିଳିଥାଏ। ଆଜି ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ।

କେଉଁମାନଙ୍କୁ ହୋଇଥାଏ ଓ କାହିଁକି: ୬୦ ବର୍ଷରୁ ଅଧିକ ଆୟୁର ଲୋକମାନଙ୍କଠାରେ ଆନଲ କ୍ୟାନସର ଭଳି ରୋଗ ହୋଇଥାଏ। ୩୫ ବର୍ଷରୁ କମ ବୟସ ପୁରୁଷଙ୍କୁ ମଧ୍ୟ ଏହି ରୋଗ ଅଧିକ ମାତ୍ରାରେ ହୋଇଥାଏ। ସେହିପରି ମହିଳାଙ୍କ କ୍ଷେତ୍ରରେ ୫୦ ବର୍ଷ ଟପିଗଲା ପରେ ଆକ୍ରାନ୍ତ ଆଶଙ୍କା ଅଧିକ ଥାଏ। ତଥ୍ୟ କହୁଛି ଯେ ବିବାହିତ ପୁରଷଙ୍କଠାରୁ ଅବିବାହିତ ପୁରୁଷଙ୍କୁ ଏହି ରୋଗ ୬ ଗୁଣା ଅଧିକ ହୋଇଥାଏ। କୁହାଯାଏ ଆନଲ୍‌ ସେକ୍ସ କାରଣରୁ ଏହି ରୋଗ ହୋଇଥାଏ। ଖାଲି ଯେ ଆନଲ୍‌ ସେକ୍ସ ତା ନୁହେଁ Human Papillomavirus (HPV) ଯୋଗୁଁ ମଧ୍ୟ ହୋଇଥାଏ। ଏହା ହେଉଛି ଏକ ସେସ୍କୁଆଲ୍ ଟ୍ରାନ୍ସମିଟେଡ୍ ଭାଇରସ। ଏହି ଭାଇରସ ଏକ ପ୍ରକାର ସଂକ୍ରମଣ ଜନ୍ମାଇଥାଏ। ଫଳରେ ଆନଲ୍‌ରେ ଘା’ ସୃଷ୍ଟି ହେଲାଭଳି ହୋଇଯାଏ। ପରେ ଏହା କ୍ୟାନ୍‌ସର ରୂପ ନିଏ।

ଏହାର ଲକ୍ଷଣ: ଏହି ରୋଗ ହେଲେ ସାଧାରଣତଃ ମଳଦ୍ୱାରରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ଯନ୍ତ୍ରଣା ଧୀରେ ଧୀରେ ବଢ଼ିଯାଏ ଓ ଅସହ୍ୟ ହୋଇପଡ଼େ। ମଳଦ୍ୱାର କୁଣ୍ଡାଇ ହେବା ଏକ ସାଧାରଣ କଥା। କିନ୍ତୁ କୁଣ୍ଡାଇ ହେବା ସହିତ ଯଦି ଯନ୍ତ୍ରଣା ହୁଏ କିମ୍ବା ରକ୍ତ ପଡ଼େ ତାହେଲେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମଳ ଦ୍ୱାରରେ ରକ୍ତ ପଡ଼ିବା ଆନଲ୍‌ କ୍ୟାନ୍‌ସର ରୋଗର ପ୍ରରମ୍ଭିକ ଲକ୍ଷଣ। ମଳଦ୍ୱାରରେ ପଥୁରୀ ରୋଗ ବା ବାଟ୍ୟୁମର ଭଳି ସମସ୍ୟା ଦେଖା ଦେଲେ, ଏହା ବଢ଼ିଯାଇ କ୍ୟାନସର ରୂପ ନିଏ। ଏପରି  ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos