ଏମିତି ଶୁଅନ୍ତୁ, ନଚେତ୍‌ ରୋଗରେ ପଡ଼ିପାରନ୍ତି

ଖାଇବା, ପିଇବା ଭଳି ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ। ଠିକ୍‌ ଭାବରେ ନ ଶୋଇଲେ ଶରୀର ଖରାପ ହୋଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ସେଥିପାଇଁ ଡାକ୍ତରମାନେ ପୂରା ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି। ଦିନସାରା କାମ କରି ଆମେ ଥକି ପଡ଼ନ୍ତି। ଆଉ ଥକାରେ ଶୋଇଲା ବେଳେ ଭୁଲ କି ଠିକ୍ ଶୈଳୀରେ ଶୋଇବାର ଜଣା ପଡ଼ିନଥାଏ। ବେଡ୍‌ ସଫା ଅଛି ନା ନାହିଁ […]

sleeping

sleeping

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 01:24 PM IST

Sports

Latest News

ଖାଇବା, ପିଇବା ଭଳି ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ। ଠିକ୍‌ ଭାବରେ ନ ଶୋଇଲେ ଶରୀର ଖରାପ ହୋଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ସେଥିପାଇଁ ଡାକ୍ତରମାନେ ପୂରା ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି।

ଦିନସାରା କାମ କରି ଆମେ ଥକି ପଡ଼ନ୍ତି। ଆଉ ଥକାରେ ଶୋଇଲା ବେଳେ ଭୁଲ କି ଠିକ୍ ଶୈଳୀରେ ଶୋଇବାର ଜଣା ପଡ଼ିନଥାଏ। ବେଡ୍‌ ସଫା ଅଛି ନା ନାହିଁ ସେ ସବୁ ବି ଆମେ ଭୁଲିଯାଉ। ଯାହା ଆମ  ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇ ଥାଏ।  ଆଉ ଆମକୁ ରୋଗରେ ମଧ୍ୟ ପକାଇ ପାରେ।  ଯଦି ଆପଣଙ୍କୁ ଲଗାତାର ଥଣ୍ଡା କିମ୍ବା କାସ ହେଉଛି ତେବେ ଜାଣି ରଖୁନ୍ତୁ କିଛିକାଂଶରେ ଏହାର କାରଣ ହେଉଛି ଆପଣଙ୍କ ଶୋଇବା ସ୍ଥାନ ବା ଶୋଇବାର ଶୈଳୀ।

-ଡାକ୍ତରଙ୍କ କହିବା ଅନୁସାରେ ସବୁବେଳେ ଶୋଇବାବେଳେ ବାମ ପଟକୁ ମୁହଁ କରି ଶୁଅନ୍ତୁ। ନଚେତ୍‌ ଦେହ ଖରାପ ହୋଇପାରେ।

-ସବୁବେଳେ  କପା ବା ତୁଳା ଗଦି, ତକିଆ ବ୍ୟବହାର କରନ୍ତୁ।

-ବେଡ୍‌ କିମ୍ବା ତଳେ ପକାଇ ଶୋଇବା ପାଇଁ  ଆପଣ ଯେଉଁ ବେଡ୍‌ସିଟ୍‌ କିମ୍ବା ତକିଆ ଖୋଳ ବ୍ୟବହାର କରୁଛନ୍ତି। ଧ୍ୟାନ ଦେବେ ତାହା ଯେମିତି  ସିନ୍‌ଥେଟିକ୍‌ ମ୍ୟାଟେରିଆଲର ହୋଇ ନ ଥିବ।

-ବେଡ୍‌ସିଟ୍‌ରେ ଅନେକ ଧୁଳିକଣା ଥାଏ।  ଯାହାଦ୍ୱାରା ଆପଣଙ୍କ ତ୍ୱଚାରେ ଆଲାର୍ଜି ହେବା ସହ ଶୋଇବା ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ବି ହୋଇପାରେ। ସେଥିପାଇଁ ବେଡ୍‌ସିଟ୍‌ ସଫା ସୁତୁରା ପ୍ରତି ଧ୍ୟାନ ଦେବେ।

-ବେଡ୍‌ସିଟ୍‌ ଧୋଇବାପରେ ତାକୁ ଖରାରେ ଶୁଖାଇ  ଭଲଭାବେ ଝାଡ଼ିକି ଶୁଖାଇ ଦିଅନ୍ତୁ । ଶୁଖାଇବା ସମୟରେ ଯାହା ବି ଧୂଳି ଲାଗିଥାଏ ତାହା ସବୁ ଝଡ଼ିଯାଏ।

-ଶୋଇବା ସମୟରେ ବ୍ୟବହାର କରୁଥିବା କମ୍ବଳକୁ  ସଫା କରିବା ପାଇଁ ଭଲ ଲିକ୍ୱିଡ୍‌ ବ୍ୟବହାର କରନ୍ତୁ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ସହ ନିଦ୍ରାର ଗଭୀର ସଂପର୍କ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଶୋଇବାର କିଛି ନିୟମ ରହିଛି ଯେଉଁଗୁଡ଼ିକୁ ପାଳନ କଲେ ଅନେକ ରୋଗରୁ ମୁକ୍ତି ମିଳିବା ସହ ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ…

  • ଜ୍ୟୋତିଷ ଶାସ୍ତ୍ରରେ ନିର୍ଜନ ବା ଅନ୍ଧାର ଘରେ ଏକଲା ଶୋଇବାକୁ ବାରଣ କରାଯାଇଛି।
  • ମନ୍ଦିର ଓ ଶ୍ମଶାନରେ ମଧ୍ୟ ଶୋଇବା ଅନୁଚିତ ।
  • ଭଲ ସ୍ୱାସ୍ଥ୍ୟ ପାଇଁ ଭୋରରୁ ଉଠିବା ଜରୁରୀ।
  • ଶୋଇବ ପୂର୍ବରୁ ଗୋଡ଼ ଧୋଇବା କିଛି ଲୋକଙ୍କ ଅଭ୍ୟାସ ରହିଛି। ଏହା ଭଲ, କିନ୍ତୁ ପାଦ ଓଦା କରି ଶୋଇବା ଅଶୁଭ ହୋଇଥାଏ। ପାଦ ଧୋଇବା ପରେ ଭଲ ଭାବେ ପୋଛି ଶୋଇଲେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ।
  • ଭଙ୍ଗା ପଲଙ୍କ ଅବା ଖଟରେ ଶୁଅନ୍ତୁ ନାହିଁ। ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ବିଛଣାକୁ ଯାଆନ୍ତୁ ନାହିଁ। ଅଇଣ୍ଠା ମୁହଁରେ ଶୁଅନ୍ତୁ ନାହିଁ।
  • ସର୍ବଦା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇଲେ ଚିନ୍ତା, ଉତ୍ତର ଦିଗ ଆଡକୁ ମୁହଁ କରି ଶୋଇଲେ ମୃତ୍ୟୁ ଏବଂ ଦକ୍ଷିଣ ଦିଗ ଆଡକୁ ମୁହଁ କରି ଶୋଇଲେ ଧନ ଓ ଆୟୁ ପ୍ରାପ୍ତି ହୋଇଥାଏ।
  • ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ବ୍ୟକ୍ତି ରୋଗୀ ଓ ଦରିଦ୍ର ହୋଇଥାନ୍ତି।
  • ବାମ କଡ଼କୁ ମୁହଁ କରି ଶୋଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ। ଦକ୍ଷିଣ ଦିଗକୁ ପାଦ କରି ଶୁଅନ୍ତୁ ନାହିଁ। ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମ୍‌ ହୋଇଥାଏ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos