ଧର୍ମେନ୍ଦ୍ରଙ୍କ ‘ଓଲା’,‘ଉବେର’ ମନ୍ତବ୍ୟକୁ ବିଜେଡିର ତୀବ୍ର ସମାଲୋଚନା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଟିଚର ଅନ୍ କଲ୍‌’ ଯୋଜନାକୁ ‘ଓଲା’ ଓ ‘ଉବର’ ଟ୍ୟାକ୍ସି ସେବା ସହ ତୁଳନା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆଜି ବର୍ଷିଛନ୍ତି ବିଜେଡିର ୩ ହେବିୱେଟ୍‌ ନେତା। ଧର୍ମେନ୍ଦ୍ରଙ୍କ ଗତକାଲିର ଏହି ମନ୍ତବ୍ୟକୁ ନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସାଂସଦ କଳିକେଶ ନାରାୟଣ ସିଂହଦେଓ ତାଙ୍କୁ ଟାର୍ଗେଟ କରିଛନ୍ତି। ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ଯେଉଁମାନଙ୍କର ଶିକ୍ଷାଦୀକ୍ଷା ଯେଉଁ ସ୍ତରର ସେମାନେ ସହି […]

dama-kalikesh-pradeep-prtutiraj

dama-kalikesh-pradeep-prtutiraj

Rakesh Mallick
  • Published: Monday, 29 August 2016
  • Updated: 29 August 2016, 08:22 PM IST

bjp-dharmendraଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଟିଚର ଅନ୍ କଲ୍‌’ ଯୋଜନାକୁ ‘ଓଲା’ ଓ ‘ଉବର’ ଟ୍ୟାକ୍ସି ସେବା ସହ ତୁଳନା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆଜି ବର୍ଷିଛନ୍ତି ବିଜେଡିର ୩ ହେବିୱେଟ୍‌ ନେତା। ଧର୍ମେନ୍ଦ୍ରଙ୍କ ଗତକାଲିର ଏହି ମନ୍ତବ୍ୟକୁ ନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସାଂସଦ କଳିକେଶ ନାରାୟଣ ସିଂହଦେଓ ତାଙ୍କୁ ଟାର୍ଗେଟ କରିଛନ୍ତି।

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ଯେଉଁମାନଙ୍କର ଶିକ୍ଷାଦୀକ୍ଷା ଯେଉଁ ସ୍ତରର ସେମାନେ ସହି ସ୍ତରର କଥାବାର୍ତ୍ତା କରିବେ। ମୁଁ ସେମାନଙ୍କ ସହ ନିଜକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହେଁନା।”

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଦି ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥାନ୍ତେ ତେବେ ସେ ‘ଓଲା’ ଓ ‘ଉବର’ ପରି ଟ୍ୟାକ୍ସି ସେବା ସହ ଏହି ଯୋଜନାକୁ ତୁଳନା କରି ନ ଥାନ୍ତେ। ଜଣେ ଦାୟତ୍ୱବାନ୍‌ କେନ୍ଦ୍ରମନ୍ତ୍ରୀ ଭାବେ ଏପରି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ।”

ସାଂସଦ କଳିକେଶ ସିଂହ ଦେଓ କହିଛନ୍ତି,“ଟିଚରଙ୍କୁ ଆମେ ଗୁରୁ କହୁଁ। ମା’ବାପାଙ୍କ ପରେ ଆମେ ତାଙ୍କ ପାଦ ଛୁଇଁ ପ୍ରଣିପାତ କରୁ। ସରକାରଙ୍କ ‘ଟିଚର୍ସ ଅନ୍‌ କଲ’ ଯୋଜନା ସହ ଟ୍ୟାକ୍ସି ସେବା ଯୋଗାଉଥିବା କମ୍ପାନୀ ସହ ତୁଳନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।”

ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ବୟାନର ଯଥାର୍ଥତା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶାସକ ବିଜେଡି ଦଳକୁ କଡ଼ା ଜବାବ ଦେଇଛି ବିଜେପି। ଦଳ ଅଭିଯୋଗ କରି କହିଛି ଯେ ବିଜେଡି ମୂଳ ପ୍ରସଙ୍ଗକୁ ଛାଡି ରାଜନୈତିକ ପଇଁତରାବାଜି କରୁଛି। ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ୪୩,୮୧୦ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ସ୍ଥାୟୀ ନିଯୁକ୍ତି ନ କରି ସରକାର କାହିଁକି ‘ଟିଚର ଅନ୍‌ କଲ’ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଶ୍ନ କରୁଛି ଦଳ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିପରି ସମ୍ପୂର୍ଣ୍ଣ ଧ୍ୱସ୍ତ ହେବ ସେଥିପାଇଁ ସରକାର ଏକ ସୁଚିନ୍ତିତ ଷଡଯନ୍ତ୍ର କରିଛନ୍ତି। ଏହି ଯୋଜନା ହେଉଛି ତାହାର ଏକ ପରିଣାମ। ରାଜ୍ୟ ସରକାର ଉଚ୍ଚଶିକ୍ଷିତ ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦରକାର।”

ଏପଟରେ ସରକାରଙ୍କ ‘ଟିଚର ଅନ୍‌ କଲ’ ଯୋଜନାକୁ ବିରୋଧ କରିଛନ୍ତି ଶିକ୍ଷିତ ବେକାର ବିଇଡି ଓ ସିଇଟି ଡିଗ୍ରୀଧାରୀ ଯୁବକଯୁବତୀ। ଭୁବନେଶ୍ୱରସ୍ଥିତ ଓପେପା ଅଫିସ ସମ୍ମୁଖରେ ସେମାନେ ବିକ୍ଷୋଭ କରିବା ସହ ଏହି ଯୋଜନାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story