ଏହି ଆପ୍‌ ଗୁଡ଼ିକ ସ୍ମାର୍ଟଫୋନ୍‌ରେ ଦେବ ଡିଏସ୍‌ଏଲ୍‌ଆର୍ ଭଳି ଫଟୋ

ଆପଣଙ୍କୁ ଫଟୋଗ୍ରାଫି କରିବାକୁ ଭଲଲାଗେ କି? ଯଦି ହଁ ତେବେ ଆମର ଏହି ଖବରଟି ଖାସ୍‌ ଆପଣଙ୍କ ପାଇଁ। ପ୍ରାୟ ସମସ୍ତଙ୍କର ଧାରଣା ଯେ ଫଟୋଗ୍ରାଫି ଯଦି ଡିଏସ୍‌ଏଲ୍‌ଆର୍‌ରେ କରାଯାଏ ତେବେ ହିଁ ଯାଇ ଫଟୋ ଭଲ ଆସିବ। ଏହି ଚିନ୍ତାଧାରା ଯୋଗୁଁ ଅନେକ ଲୋକ ସ୍ମାର୍ଟଫୋନରେ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏବେ ଆଉ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ। କାରଣ ଆଜି ଆମେ ଆପଣଙ୍କୁ କିଛି ଏପରି ଆପ୍‌ ବିଷୟରେ […]

11_04_2018-smartphones_for_photography

11_04_2018-smartphones_for_photography

Rakesh Mallick
  • Published: Thursday, 19 April 2018
  • Updated: 19 April 2018, 09:29 AM IST

ଆପଣଙ୍କୁ ଫଟୋଗ୍ରାଫି କରିବାକୁ ଭଲଲାଗେ କି? ଯଦି ହଁ ତେବେ ଆମର ଏହି ଖବରଟି ଖାସ୍‌ ଆପଣଙ୍କ ପାଇଁ। ପ୍ରାୟ ସମସ୍ତଙ୍କର ଧାରଣା ଯେ ଫଟୋଗ୍ରାଫି ଯଦି ଡିଏସ୍‌ଏଲ୍‌ଆର୍‌ରେ କରାଯାଏ ତେବେ ହିଁ ଯାଇ ଫଟୋ ଭଲ ଆସିବ। ଏହି ଚିନ୍ତାଧାରା ଯୋଗୁଁ ଅନେକ ଲୋକ ସ୍ମାର୍ଟଫୋନରେ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏବେ ଆଉ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ। କାରଣ ଆଜି ଆମେ ଆପଣଙ୍କୁ କିଛି ଏପରି ଆପ୍‌ ବିଷୟରେ କହିବୁ ଯାହା ଆପଣଙ୍କୁ ଡିଏସ୍‌ଏଲ୍‌ଆର୍‌ ମାନର ଫଟୋ ଦେବ। ଆସନ୍ତୁ ଜାଣିବା ସେ ଆପ୍‌ଗୁଡ଼ିକ ବିଷୟରେ।

୧) Adobe Photoshop Lightroom CC: ଏହି ଆପ୍‌କୁ ଆପଣ ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ। ଏହାକୁ ବର୍ତ୍ତମାନ ସୁଧା ୧ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଏହାକୁ ୪.୩ ଷ୍ଟାର ମିଳିଛି। ଏଥିରେ ଅନେକ ଭଲ ଫିଚର ରହିଛି। ଏହି ଆପ୍‌ର ସାଇଜ ୫୭ ଏମବି। ଫଟୋର ଲାଇଟକୁ ଆପଣ ଏହି ଆପ୍‌ ସାହାଯ୍ୟରେ ମନମୁତାବକ ସେଟ୍‌ କରିପାରିବେ। ଏହା ବ୍ୟତୀତ ସ୍କ୍ରିନ୍‌ରେ ଧୁଆଁ ଫଟୋକୁ କ୍ଲିୟର କରିବା ସହ ଅରିଜିନାଲ୍ କଲର ଭଳି ବିକଳ୍ପ ରହିଛି ଏଥିରେ।

୨) VSCO: ଏହି ଆପକୁ ପ୍ଲେଷ୍ଟୋରରୁ ୫ନ କୋଟିରୁ ଅଧିକ ୟୁଜର ଡାଉନଲୋଡ କରିଛନ୍ତି। ଏହାକୁ ୪.୪ ଷ୍ଟାର ରେଟିଂ ମିଳିଛି। ଯାହାକି ୬ ଲକ୍ଷରୁ ଅଧିକ ୟୁଜର ଦେଇଛନ୍ତି।  ଆପ୍‌ଟିର ସାଇଜ ୪୯ ଏମବି। ଏହି ଆପ୍‌ ଆପଣଙ୍କ ଫଟୋ କ୍ୱାଲିଟିକୁ ବଢ଼ାଇଥାଏ। ଏଥିରେ ଏଡିଟିଂ ଓ ନେକ ସ୍ପେସାଲ ଇଫେକ୍ଟ ଦିଆଯାଇଛି। ଏହାସହ ଏଥିରେ ସୋସିଆଲ ମିଡିଆ ସେୟାରିଂର ମଧ୍ୟ ବିକଳ୍ପ ରହିଛି।

୩) Camera Zoom FX: ଏହି ଆପ୍‌କୁ ୫୦ ହଜାରରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି। ଏହାକୁ ପ୍ଲେଷ୍ଟୋରରେ ୪.୦ ରେଟିଂ ମିଳିଛି ଯାହା ୮୮ ହଜାରରୁ ଅଧିକ ଲୋକ ଦେଇଛନ୍ତି। ଆପ୍‌ଟିର ସାଇଜ ୫ ଏମ୍‌ବି।ଏଥିରେ ଡିପ୍‌ ଜୁମ୍, ସ୍ଲାଇଡର ସଟ୍,ଏଚ୍‌ଡି କୋଲାଜ ଭଳି ଅନେକ ଭଲ ଭଲ ଫିଚର ରହିଛି ଯାହା ଆପଣଙ୍କ ଫଟୋର କ୍ୱାଲିଟିକୁ ଡିଏସ୍‌ଏଲ୍‌ଆର ଭଳି କରିଦେବ।

୪) Camera Connect & Control: ଏହି ଆପ୍‌କୁ ପ୍ଲେଷ୍ଟୋର୍‌ରେ ୧ ହଜାରରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି। ଏହାକୁ ପ୍ଲେଷ୍ଟୋରରେ ୩.୯ ରେଟିଂ ମିଳିଛି। ଆପ୍‌ଟିର ସାଇଜ ୬.୪ ଏମ୍‌ବି। ଏହି ଆପ୍‌ଟି ଆପଣଙ୍କ ସ୍ମାର୍ଟଫୋନ୍‌ କ୍ୟାମେରାକୁ କଣ୍ଟ୍ରୋଲ କରିଥାଏ। ଯାହା ଫଳରେ  ଆପଣ ଭଲ କ୍ୱାଲିଟିର ଫଟୋ ଉଠାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos