ଏଇସବୁ ଚାକିରିରେ ମିଳେ ଅଧିକ ଦରମା

high-paid-salary

ନୂଆଦିଲ୍ଲୀ: ଅଧିକ ଦରମା ଥିବା ଚାକିରି କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ସେଥିପାଇଁ ଆଇଟି, ଇ-କମର୍ସ ଭଳି ବଡ଼ ବଡ଼ ସେକ୍ଟରରେ ଚାକିରି ଆବେଦନ କରନ୍ତି ଯୁବପିଢ଼ି। ଏସବୁ ମଧ୍ୟରେ ଏମିତି କିଛି ଚାକିରି ରହିଛି ଯେଉଁଥିରେ ବାର୍ଷିକ ଆୟ ଅଧିକ। ଏଥିରେ ନିଜର ଅନୁଭବ ଓ ଦକ୍ଷତା ନେଇ ଦରମା ବଢ଼ିଥାଏ। ଆସନ୍ତୁ ଜାଣିବା ସେହିଭଳି କିଛି ଅଧିକ ଦରମାଯୁକ୍ତ ଚାକିର ସମ୍ପର୍କରେ।

ମେନେଜ୍‌ମେଣ୍ଟ ପ୍ରଫେଶନାଲ୍: ମ୍ୟାନେଜ୍‌ମେଣ୍ଟ କରିବା ଏହାର ମୁଖ୍ୟ କାମ। କମ୍ପାନୀର ବିଭିନ୍ନ ପ୍ରୋଜେକ୍ଟ ଆୟୋଜନ କରିବାଠୁ ନେଇ ସଫଳ ଭାବେ ସମ୍ପୂର୍ଣ୍ଣ କରିବା ଏମାନଙ୍କ ଦାୟିତ୍ୱ। ଏଥିପାଇଁ ଦରମା ଏଣ୍ଟ୍ରି ଲେବଲ୍‌ରେ -୩ଲକ୍ଷଟଙ୍କା, ମିଡିଲ୍‌ ଲେବଲ୍‌ରେ-୨୫ ଲକ୍ଷ ଓ ଦକ୍ଷତା ଆସିଗଲେ ଦରମା ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର: ଏମାନେ କମ୍ପାନୀର ଆର୍ଥୀକ ପରାମର୍ଶଦାତା ହୋଇଥାନ୍ତି। ପ୍ରବେଶ ସମୟରେ ଦରମା ୧୨ ଲକ୍ଷ, ପରେ ବଢି ୩୦ ଲକ୍ଷ ଓ ଅଭିଜ୍ଞତା ହୋଇଗଲେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିଥାଏ।

ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍: କମ୍ପାନୀ ବ୍ୟବସାୟରେ ଲାଭକ୍ଷତିର ହିସାବନିକାସ୍‌ କରିବା ଚାର୍ଟାଡ୍ ଆକାଉଣ୍ଟାଣ୍ଟର କାର୍ଯ୍ୟ। ଏଥିପାଇଁ ପ୍ରାଥମିକ ଦରମା ୫.୫୦ଲକ୍ଷ, ମଧ୍ୟବର୍ତ୍ତିକାଳୀନ ଦରମା ୧୨ ଲକ୍ଷ ଓ ଅଭିଜ୍ଞତା ଆସିଗଲେ ୨୫ ଲକ୍ଷ ପର୍ଯ୍ୟନ୍ତ ଦରମା ମଳିଥାଏ।

ତୈଳ ଓ ପ୍ରାକୃତିକ ଇନ୍ଧନ ବିଭାଗରେ ଚାକିରି

ଏହି ବିଭାଗରେ ଭୂତତ୍ତ୍ୱବିତ୍ ଓ ମେରାଇନ୍‌ ଇଞ୍ଜିନୟର ଭଳି ଚାକିର ମିଳିଥାଏ। ଏଥିରେ ନିଜର ଅନୁଭବକୁ ନେଇ ଦରମା ବୃଦ୍ଧି ହୋଇଥାଏ। ଏଥିପାଇଁ ପ୍ରାଥମିକ ଦରମା ୩ ଲକ୍ଷ ଟଙ୍କା, ମଧ୍ୟବର୍ତ୍ତିକାଳୀନ ଦରମା ୬ ଲକ୍ଷ ଟଙ୍କା ଓ ଅନୁଭବି ହେଲେ ୧୫ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଇବାକୁ ଯୋଗ୍ୟ ହୋଇଥାନ୍ତି ପ୍ରାର୍ଥୀ।

ଚିକିତ୍ସା ବିଭାଗରେ ଚାକିରି: ଏହି ବିଭାଗ କେବେ ମାନ୍ଦା ପଡ଼ିନଥାଏ। ଏଥିରେ ଯେତେ ଅନୁଭବ ବଢ଼େ ଦରମ ସେତେ ଅଧିକ ବଢ଼ିଥାଏ। କିନ୍ତୁ ଏହା ଡାକ୍ତରଖାନାର କ୍ଷମତା ଉପରେ ନିର୍ଭର କରିଥାଏ। ଏଥିରେ ଜେନେରାଲ ପ୍ରାକ୍ଟିସ୍ ପାଇଁ ୪.୮୦ ଲକ୍ଷ ଟଙ୍କା, ଜେନେରାଲ୍‌ ସର୍ଜନ୍ ୮ ଲକ୍ଷ ଟଙ୍କା ଓ ମେଡିକାଲ୍‌ ଡାକ୍ତର ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଆନ୍ତି।

ମାର୍କେଟିଂ: ଏହା ବ୍ୟବସାୟର ଏକ କଳା। ଏଥିରେ ଦକ୍ଷତା ଥିବା ମଣିଷ କମ୍ପାନୀର ମାଲିକ ମଧ୍ୟ ହୋଇପାରେ। ଦକ୍ଷତା ସହିତ ଏହି କାର୍ଯ୍ୟ କରିପାରିଲେ ଏଣ୍ଟ୍ରି ଲେବୁଲ୍‌ରେ ଦରମା-୧.୫୦ ଲକ୍ଷରୁ ୪.୫୦ ଟଙ୍କା, ମିଡିଲ୍‌ ଲେବୁଲ୍‌ରେ ୫ ଲକ୍ଷ ଟଙ୍କା, ଏକ୍ସପିରିଏନ୍‌ସ ଲେବୁଲରେ ୧୦ ଲକ୍ଷ ଟଙ୍କା ଦରମା ମିଳିଥାଏ।

ଆଇଟି ଏବଂ ସଫ୍ଟଓୟାର ଇଞ୍ଜିନିୟର: ଏଥିରେ କ୍ୟାରିୟର କଲେ ଦେଶ ବିଦେଶର ବି ଚାକିରି କରିବାକୁ ସୁଯୋଗ ମଳିଥାଏ। ଏଥିରେ କମ୍ପ୍ୟୁର ସମ୍ବନ୍ଧୀୟ କାର୍ଯ୍ୟ ଓ ସଫ୍ଟଓୟାର ଡିଜାଇନିଂ ଭଳି କାର୍ଯ୍ୟ କରିବାକୁ ପଡ଼ିଥାଏ। ଦରମା ଏଣ୍ଟ୍ରିଲେବୁଲ୍‌ରେ ୩.୫୦ ଲକ୍ଷ ଟଙ୍କା,ମିଡିଲ୍ ଲେବୁଲ୍‌ରେ ୮.୩୦ ଲକ୍ଷ ଟଙ୍କା,ଓ ଏକ୍ସପିରିଏନ୍‌ସ ହୋଇଗାଲେ ୧୫ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ଦରମା ମିଳିଥାଏ।

Previous ArticleNext Article

Send this to a friend