ସାବଧାନ! ଏହି ୫ଟି ବ୍ୟୁଟି ପ୍ରଡକ୍ଟ ହୋଇପାରେ କ୍ୟାନ୍‌ସରର କାରଣ

ସୁନ୍ଦର ଦିଶିବାକୁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ପୁଅ ହୁଅନ୍ତୁ ଅବା ଝିଅ ମୁହଁରେ ବ୍ରଣ ଉଠି କଳାଦାଗ ପଡ଼ିଗଲେ ଚିନ୍ତା ବଢ଼ିଯାଇଥାଏ। ଏହି ଦାଗ ହଟାଇବାକୁ ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଫେସ୍‌ୱାସ୍‌ କିଣି ଆଣିଥାନ୍ତି। ବିଶେଷ କରି ନିଜକୁ ସୁନ୍ଦର ଦେଖାଇ ହେବାକୁ ଝିଅମାନେ ପୁଅମାନଙ୍କ ଅପେକ୍ଷା ଅଧିକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି ପ୍ରଡକ୍ଟ କ୍ୟାନସରର କାରଣ ହୋଇପାରେ। ଆସନ୍ତୁ ଜାଣିବା ଆପଣଙ୍କ ବାଥରୁମ୍‌ରେ […]

buite

buite

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 10:09 AM IST

Sports

Latest News

ସୁନ୍ଦର ଦିଶିବାକୁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ପୁଅ ହୁଅନ୍ତୁ ଅବା ଝିଅ ମୁହଁରେ ବ୍ରଣ ଉଠି କଳାଦାଗ ପଡ଼ିଗଲେ ଚିନ୍ତା ବଢ଼ିଯାଇଥାଏ। ଏହି ଦାଗ ହଟାଇବାକୁ ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଫେସ୍‌ୱାସ୍‌ କିଣି ଆଣିଥାନ୍ତି। ବିଶେଷ କରି ନିଜକୁ ସୁନ୍ଦର ଦେଖାଇ ହେବାକୁ ଝିଅମାନେ ପୁଅମାନଙ୍କ ଅପେକ୍ଷା ଅଧିକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି ପ୍ରଡକ୍ଟ କ୍ୟାନସରର କାରଣ ହୋଇପାରେ। ଆସନ୍ତୁ ଜାଣିବା ଆପଣଙ୍କ ବାଥରୁମ୍‌ରେ ଥିବା ଏମିତି ୫ଟି ବ୍ୟୁଟି ପ୍ରଡକ୍ଟ ବିଷୟରେ ଯାହାର ବ୍ୟବହାର ଆପଣଙ୍କୁ ମୃତ୍ୟୁମୁଖକୁ ଟାଣିନେଇଥାନ୍ତି।

ବଡି ଲୋଶନ୍‌: ପିଚ୍‌ ମିଲ୍ଲ, କୋକୋ ମିଲ୍ଲ ଓ ଶୋୟା ବଟର ଭଳି ବହୁତ ବଡ଼ି ଲୋଶନ ବଜାରରେ ମିଳୁଛି। ଡ୍ରାଏ ସ୍କିନ୍‌କୁ ରକ୍ଷା କରିବାକୁ ଏଗୁଡିକ ଭଲ ବୋଲି ସବୁ କମ୍ପାନୀ ଦାବି କରିଥାନ୍ତି। ହେଲେ ଏହାର ପାର୍ଶ୍ୱପ୍ରତିକ୍ରିୟା ବିଷୟରେ କେହି କହି ନଥାନ୍ତି। ଏହି ସବୁ ପ୍ରଡକ୍ଟ ଅତ୍ୟଧିକ ସୁଗନ୍ଧ ଯୁକ୍ତ ହୋଇଥାଏ। Phthalates କାରଣରୁ ଏପରି ସୁଗନ୍ଧ ହୋଇଥାଏ। ଏହି Phthalates ଆପଣଙ୍କ ଯୌନାଙ୍ଗକୁ କ୍ଷତି ପହଞ୍ଚାଇପାରେ। କିଛି ବଡ଼ି ଲୋଶନ୍‌ରେ କୋଲତାରା ବ୍ୟବହାର ହୋଇଥାଏ। କୋଲତାରା ଏପରି ଏକ ତତ୍ତ୍ୱ ଯାହା ଚର୍ମ କ୍ୟାନ୍‌ସରର ମୁଖ୍ୟକାରଣ। ଏପରି ସ୍ଥିତିରେ ବଡି ଲୋଶନ୍‌ ବ୍ୟବହାର କରିବା ବଦଳରେ ତେଲ ଲଗାନ୍ତୁ। ବଜାରରେ ବହୁତ ନେଚୁରାଲ ତେଲ ମିଳୁଛି, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର।

ଫେସ୍‌ୱାସ୍‌: ଫେସ୍‌ୱାସ୍‌ରେ ଥିବା ପୋରାବିନ ବ୍ରେନ୍‌ ଡ୍ୟାମେଜର କାରଣ ପାଲଟିଥାଏ। ଏହାସହ ସ୍କିନକୁ କ୍ଷତି ପହଞ୍ଚାଇଥାଏ। ଏପରିକି ଏହା ଯୌନାଙ୍ଗ ପାଇଁ ମଧ୍ୟ କ୍ଷତିକାରକ। ସୂଚନାଯୋଗ୍ୟ, ପୋରାବିନ୍‌ ବ୍ରେଷ୍ଟ କ୍ୟାନସରରେ ମିଳିଥାଏ। ଏପରି ବହୁତ ଫେସ୍‌ୱାସ୍‌ ଅଛି ଯେଉଁଥିରେ ଏହି ପୋରାବିନ୍‌ ମିଳିଥାଏ। କିଛି ଟୁଥ୍‌ପେଷ୍ଟରେ ମଧ୍ୟ ଏହା ମିଳିଥାଏ।

ଫେସ୍‌ ମଶ୍ଚରାଇଜର: Phthalates ଓ ପୋରାବିନ ଫେସ୍‌ ମଶ୍ଚରାଇଜରରେ ମଧ୍ୟ ମିଳିଥାଏ। ଏହି କାରଣରୁ ଫେସ୍‌ ମଶ୍ଚରାଇଜର ବଦଳରେ ତ୍ୱଚାର ଯତ୍ନ ପାଇଁ ସୁଗନ୍ଧ ନଥିବା ତେଲ ବ୍ୟବହାର କରନ୍ତୁ।

ଡିଓଡ୍ରାଣ୍ଟ: ଆପଣଙ୍କ ପସନ୍ଦର ଡିଓଡ୍ରାଣ୍ଟ ଓ ପରଫ୍ୟୁମ୍‌ରେ Triclosan ଓ Propylene Glycol ରହିଛି। ଏହା Phthalates ଓ ଫୋରାବିନ୍‌ ସହ ଆସିଥାଏ। ଏପରି ସ୍ଥିତିରେ ଆଉ ଆପଣଙ୍କୁ ବୁଝିବାକୁ କଷ୍ଟ ହେବନି ଯେ, ଡିଓଡ୍ରାଣ୍ଟ ବ୍ୟବହାର କେତେ କ୍ଷତିକାରକ। ଏପରି ଡିଓଡ୍ରାଣ୍ଟ ବ୍ୟବହାର କରନ୍ତୁ ଯେଉଁଥିରେ ଭିଟାମିନ-ଇ ଓ ନଡିଆ ତେଲ ବ୍ୟବହାର ହେଉଥିବ।

ପାଉଡର: ପାଉଡର ତାଲକ୍‌ରୁ ପ୍ରସ୍ତୁତ ହୋଇଥାଏ। ଏଥିରେ ଅକ୍ସିଜେନ, ମ୍ୟାଗନେସିୟମ ଓ ସିଲିକନ୍‌ ରହିଥାଏ। ଏଥିରେ ଏସ୍ୱେଷ୍ଟସ୍‌ ବି ରହିଥାଏ। ଯାହା କ୍ୟାନସର ହେବାର ଅନ୍ୟ ଏକ କାରଣ। ଏହା ସାଧାରଣତଃ କସମେଟିକ୍‌ ଓ ବେବି ପ୍ରଡକ୍ଟରେ ଦେଖିବାକୁ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos