ଘରେ ଏହି ତିନୋଟି ଜିନିଷ ରଖନ୍ତୁ, ମିଳିପାରେ ମା’ ଲକ୍ଷ୍ମୀଙ୍କ କୃପା  

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ମା’ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହିଁଥାନ୍ତି। କିନ୍ତୁ ସମୟ ଚକ୍ରରେ ଜୀବନର କେଉଁ ସମୟରେ ଭାଗ୍ୟ ବଦଳିଯାଏ ତାହା କହିହେବ ନାହିଁ। ଗରିବ ଧନୀ ହେବାକୁ ଧନୀ ଗରିବ ହେବାକୁ ବେଶୀ ସମୟ ଲାଗେ ନାହିଁ। ଅନେକ ଲୋକ ପରିଶ୍ରମ କରି ସୁଦ୍ଧା ଆଶାନୁରୂପ ଫଳ ପାଆନ୍ତି ନାହିଁ। ପୁରାଣରେ ପ୍ରତ୍ୟେକ ସମସ୍ୟାର ନିବାରଣ ପାଇଁ ଉପାୟ  ରହିଛି। ଏହା ଅନୁଯାୟୀ ଘରେ ତିନୋଟି ଜିନିଷ ଥିଲେ ଦରିଦ୍ରତା ଦୂର ହେବା ସହ […]

MATA-LAKSHMI

MATA-LAKSHMI

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 12:23 PM IST

Sports

Latest News

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ମା’ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହିଁଥାନ୍ତି। କିନ୍ତୁ ସମୟ ଚକ୍ରରେ ଜୀବନର କେଉଁ ସମୟରେ ଭାଗ୍ୟ ବଦଳିଯାଏ ତାହା କହିହେବ ନାହିଁ। ଗରିବ ଧନୀ ହେବାକୁ ଧନୀ ଗରିବ ହେବାକୁ ବେଶୀ ସମୟ ଲାଗେ ନାହିଁ। ଅନେକ ଲୋକ ପରିଶ୍ରମ କରି ସୁଦ୍ଧା ଆଶାନୁରୂପ ଫଳ ପାଆନ୍ତି ନାହିଁ। ପୁରାଣରେ ପ୍ରତ୍ୟେକ ସମସ୍ୟାର ନିବାରଣ ପାଇଁ ଉପାୟ  ରହିଛି। ଏହା ଅନୁଯାୟୀ ଘରେ ତିନୋଟି ଜିନିଷ ଥିଲେ ଦରିଦ୍ରତା ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ହୁଏ। ତେବେ ଆସନ୍ତୁ ଜାଣିବା ଘରେ କେଉଁ ୩ଟି ଜିନିଷ ରହିଲେ  ଭାଗ୍ୟ ବଦଳିବା ସହ ମା’ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ବୋଲି କୁହାଯାଏ।

ହନୁମାନ ମୂର୍ତ୍ତି

ବଜରଙ୍ଗବାଲିଙ୍କୁ ଆରଧନା କରିବା ଦ୍ୱାରା ସବୁ ସଙ୍କଟ ଦୂର ହୋଇଥାଏ। ଘରର ଦକ୍ଷିଣ-ପଶ୍ଚିମ ଦିଗରେ ହନୁମାନ ମୂର୍ତ୍ତି ବା ଫଟୋ ଲଗାଇବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଧ୍ୟାନ ଦେବେ ହନୁମାନଙ୍କ ମୂର୍ତ୍ତି ପଞ୍ଚମୁଖୀର ହୋଇଥିବ। ପଞ୍ଚମୁଖୀ ହନୁମାନଙ୍କୁ ଆରଧନା କରିବା ଦ୍ୱାରା ଜୀବନରେ ଧନର ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି।

ବାସ୍ତୁ ଭଗବାନଙ୍କ ଫଟୋ

ଘରେ ବାସ୍ତୁ ଦୋଷ କାରଣରୁ ଧନର ଅଭାବ ହୋଇଥାଏ। କଠିନ ପରିଶ୍ରମ ପରେ ସୁଦ୍ଧା ଧନ ପ୍ରାପ୍ତି ହୋଇପାରେ ନାହିଁ। ଏଥିପାଇଁ ଘରେ ବାସ୍ତୁ ଦୋଷ ଦୂର କରିବାକୁ ଘରେ ଭଗବାନ ବାସ୍ତୁଙ୍କ ମୂର୍ତ୍ତି କିମ୍ୱା ଫଟୋ ଲଗାନ୍ତୁ। ଏହା ଘରୁ ବାସ୍ତୁଦୋଷ ଦୂର କରେ।

ପାଣି ସୁରେଇ

ଶୀତଳତାର ପ୍ରତୀକ ସୁରେଇ। ସୁରେଇର ପାଣି ଥଣ୍ଡା ରହେ। ସେହି କାରଣରୁ ଖରା ଦିନେ ଲୋକେ ସୁରେଇରେ ପାଣି ରଖି ପିଇଥାନ୍ତି। ଘରେ ସର୍ବଦା ଉତ୍ତର ଦିଗକୁ ମୁହଁ କରି ସୁରେଇ ରଖିବା ଦ୍ୱାରା ଧନର ଅଭାବ ଦେଖାଦିଏ ନାହିଁ। ସୁରେଇକୁ ଖାଲି ରଖିବେ ନାହିଁ।ସବୁବେଳେ ପାଣି ଭର୍ତ୍ତି କରି ରଖିବେ। ନହେଲେଏହାର ବିପରୀତ ପ୍ରଭାବ ଘରେ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos