ସ୍ୱପ୍ନରେ ଆସୁଛନ୍ତି କି ମହାଦେବ ? ଜାଣନ୍ତୁ କ’ଣ ରହିଛି ଭବିଷ୍ୟତର ସଙ୍କେତ

ସବୁ ଲୋକ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି। କିଏ ଭଲ ସ୍ୱପ୍ନ ଦେଖିଥାନ୍ତି ତ କିଏ ଖରାପ ସ୍ୱପ୍ନ। ସ୍ୱପ୍ନଶାସ୍ତ୍ର ଅନୁସାରେ ଆମେ ଯେଉଁ ସ୍ୱପ୍ନ ଦେଖିଥାନ୍ତି ସେଥିରେ ଭବିଷ୍ୟତର କିଛି ସଙ୍କେତ ଲୁଚି ରହିଥାଏ। ତେଣୁ କେଉଁ ସ୍ୱପ୍ନ ଆସୁଛି ଓ ଏହା ଭବିଷ୍ୟତର କି ସଙ୍କେତ ଦେଉଛି, ତାହା ଜାଣିଗଲେ ସଚେତନ ହୋଇପାରିବା। ଆପଣଙ୍କୁ ଆଧ୍ୟତ୍ମିକ ଓ ଧାର୍ମୀକ ସ୍ୱପ୍ନ ଆସୁଛି କି ? ବିଶେଷ କରି ଭଗବାନ ଶିବଙ୍କ ସହ ଜଡ଼ିତ […]

siva

siva

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 09:28 AM IST

ସବୁ ଲୋକ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି। କିଏ ଭଲ ସ୍ୱପ୍ନ ଦେଖିଥାନ୍ତି ତ କିଏ ଖରାପ ସ୍ୱପ୍ନ। ସ୍ୱପ୍ନଶାସ୍ତ୍ର ଅନୁସାରେ ଆମେ ଯେଉଁ ସ୍ୱପ୍ନ ଦେଖିଥାନ୍ତି ସେଥିରେ ଭବିଷ୍ୟତର କିଛି ସଙ୍କେତ ଲୁଚି ରହିଥାଏ। ତେଣୁ କେଉଁ ସ୍ୱପ୍ନ ଆସୁଛି ଓ ଏହା ଭବିଷ୍ୟତର କି ସଙ୍କେତ ଦେଉଛି, ତାହା ଜାଣିଗଲେ ସଚେତନ ହୋଇପାରିବା। ଆପଣଙ୍କୁ ଆଧ୍ୟତ୍ମିକ ଓ ଧାର୍ମୀକ ସ୍ୱପ୍ନ ଆସୁଛି କି ? ବିଶେଷ କରି ଭଗବାନ ଶିବଙ୍କ ସହ ଜଡ଼ିତ ସ୍ୱପ୍ନ ଆସୁଥିଲେ ଆପଣ ସମସ୍ତଙ୍କ ପ୍ରତି ସକାରାତ୍ମକ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ହୋଇଥିବେ। ହେଲେ ଆପଣଙ୍କୁ ଭଗବାନ ଶିବଙ୍କ ବିଭିନ୍ନ ରୂପ ଓ ସେ ଧାରଣ କରୁଥିବା ଦ୍ରବ୍ୟ ସ୍ୱପ୍ନରେ ଆସୁଥିଲେ ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ।

shiv୧. ସ୍ୱପ୍ନରେ ଶିବଲିଙ୍ଗ ଦେଖିବା ପୂର୍ବଜନ୍ମର ସଙ୍କେତ ଦେଇଥାଏ। ସ୍ୱପ୍ନଶାସ୍ତ୍ର ଅନୁସାରେ ଆପଣ ପୂର୍ବଜନ୍ମରେ ମହାଦେବଙ୍କ ପୂଜା କରୁଥିବାକୁ ଏହା ସୂଚାଇଥାଏ। ଶିବଲିଙ୍ଗ ସ୍ୱପ୍ନରେ ଆସିବା ଆପଣଙ୍କ ସବୁ ସମସ୍ୟାର ଅନ୍ତ ଘଟିଥିବାକୁ ସଙ୍କେତ କରିଥାଏ। ଏବେ ଆପଣଙ୍କୁ ଖୁସି ଖବର ମିଳିବାର ସମୟ ଆସିଯାଇଛି।

shiv୨. ଅର୍ଦ୍ଧନାରୀଶ୍ୱରଙ୍କ ସ୍ୱପ୍ନରେ ଆସିଲେ ଜାଣି ରଖନ୍ତୁ, ଶୀଘ୍ର ଆପଣଙ୍କୁ କିଛି ନୂଆ ସୁଯୋଗ ମିଳିବାକୁ ଯାଉଛି। ଶୀଘ୍ର ଆପଣ ଧନ, ସମ୍ପଦ ପାଇବାର ସୂଚନା ପାଇବେ।

shiv୩. ଶିବ ତାଣ୍ଡବ କ୍ରୋଧ ଓ ମନୋୟୋଗର ସଙ୍କେତ ଦେଇଥାଏ। ଯଦି ଆପଣ ମହାଦେବଙ୍କୁ ନାଚୁଥିବା ସ୍ୱପ୍ନରେ ଦେଖୁଛନ୍ତି ତ ଭାବି ନିଅନ୍ତୁ ଶୀଘ୍ର ଆପଣଙ୍କ ସବୁ ସମସ୍ୟାର ଅନ୍ତ ଘଟିବାକୁ ଯାଉଛି। ଆପଣଙ୍କୁ ଧନପ୍ରାପ୍ତି ହେବ, ହେଲେ ପରେ କିଛି ସମସ୍ୟା ଉପୁଜି ପାରେ।

shiv୪. ତ୍ରୀଶୁଳ ମଣିଷର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଦର୍ଶାଇଥାଏ। ସ୍ୱପ୍ନଶାସ୍ତ୍ର ଅନୁସାରେ  ତ୍ରୀଶୁଳ ସ୍ୱପ୍ନରେ ଆସିବା ଜନ୍ମ, ଜୀବନ ଓ ମୃତ୍ୟୁର ସଙ୍କେତ ଦେଇଥାଏ। ଏହା ସବୁ ସମସ୍ୟା ସମାପ୍ତର ସଙ୍କେତ ଦେଇଥାଏ। ସ୍ୱପ୍ନରେ ତ୍ରୀଶୁଳ ଦେଖିବା ବହୁତ ଶୁଭ ବିବେଚନା କରାଯାଇଥାଏ।

shiv୫. ମହାଦେବଙ୍କ ମୁଣ୍ଡରେ ଥିବା ଅର୍ଦ୍ଧଚନ୍ଦ୍ର ବୁଦ୍ଧିମତାକୁ ଦର୍ଶାଇଥାଏ। ଯଦି ଆପଣଙ୍କୁ ଏହି ସ୍ୱପ୍ନ ଆସୁଛି, ତେବେ ଧରିନିଅନ୍ତୁ ଶୀଘ୍ର ଆପଣ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏପରି ସ୍ୱପ୍ନ ଶିକ୍ଷା କ୍ଷେତ୍ରରେ ଭଲ ହେବାର ସଙ୍କେତ ଦେଇଥାଏ।

shiv୬. ଡମ୍ବରୁକୁ ଧ୍ୱନୀର ପ୍ରତୀକ କୁହାଯାଇଥାଏ। ଯଦି ସ୍ୱପ୍ନରେ ଡମ୍ବରୁ ଦେଖୁଛନ୍ତି ବୁଝିଯାଆନ୍ତୁ, ଆପଣଙ୍କ ବ୍ୟକ୍ତିଗତ ଓ ପେସାଗତ ଜୀବନରେ ସକାରାତ୍ମକ ଉର୍ଜା ଆସିବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos