ମଣିଷ ପରି କୁତୁକୁତୁ ଅନୁଭବ କରନ୍ତି ଏହି ଗଛ: ଛୁଇଁଲେ ଡାଳ ଓ ପତ୍ର ହଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାର ଏକ ଜଙ୍ଗଲରେ ୫ଟି ନିଆରା ଗଛ ରହିଛି। ସେଗୁଡ଼ିକ ଦେଖିବାକୁ  ଅନ୍ୟ ଗଛ ଭଳି। କିନ୍ତୁ ସେଗୁଡ଼ିକ ପୂରା ଭିନ୍ନ। କାରଣ କେହି  ଛୁଇଁବା ମାତ୍ରେ ଏହି ଗଛ ଗୁଡ଼ିକ କୁତୁକୁତୁ ଅନୁଭବ କରନ୍ତି। ଜିଲ୍ଲାର କତର୍ନିଆଘାଟ ୱାଲର୍ଡ ଲାଇଫ୍‌ ଡିଭିଜନ୍‌ ଅନ୍ତର୍ଗତ ଗ୍ରାସ୍‌ଲ୍ୟାଣ୍ଡରେ ରହିଛି ଏହି ପାଞ୍ଚୋଟି ଗଛ। ଏହି ଗଛ ଗୁଡ଼ିକୁ ସ୍ପର୍ଶ କରିବା ମାତ୍ରେ କୁତୁକୁତୁ ଅନୁଭବ କରିଥାନ୍ତି। ସ୍ପର୍ଶ ପାଇବା ମାତ୍ରେ ଏହି ୫ଟି […]

Tree

Tree

Rakesh Mallick
  • Published: Monday, 09 April 2018
  • Updated: 09 April 2018, 11:43 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାର ଏକ ଜଙ୍ଗଲରେ ୫ଟି ନିଆରା ଗଛ ରହିଛି। ସେଗୁଡ଼ିକ ଦେଖିବାକୁ  ଅନ୍ୟ ଗଛ ଭଳି। କିନ୍ତୁ ସେଗୁଡ଼ିକ ପୂରା ଭିନ୍ନ। କାରଣ କେହି  ଛୁଇଁବା ମାତ୍ରେ ଏହି ଗଛ ଗୁଡ଼ିକ କୁତୁକୁତୁ ଅନୁଭବ କରନ୍ତି।

ଜିଲ୍ଲାର କତର୍ନିଆଘାଟ ୱାଲର୍ଡ ଲାଇଫ୍‌ ଡିଭିଜନ୍‌ ଅନ୍ତର୍ଗତ ଗ୍ରାସ୍‌ଲ୍ୟାଣ୍ଡରେ ରହିଛି ଏହି ପାଞ୍ଚୋଟି ଗଛ। ଏହି ଗଛ ଗୁଡ଼ିକୁ ସ୍ପର୍ଶ କରିବା ମାତ୍ରେ କୁତୁକୁତୁ ଅନୁଭବ କରିଥାନ୍ତି। ସ୍ପର୍ଶ ପାଇବା ମାତ୍ରେ ଏହି ୫ଟି ଗଛରେ ଏକ ଶିହରଣ ସୃଷ୍ଟି ହେବାର ସ୍ପଷ୍ଟ ଅନୁଭୂତ ହୋଇଥାଏ। ଗଛର ପତ୍ର ସହିତ ଡାଳଗୁଡ଼ିକ ହଲିବାକୁ ଲାଗେ।  ପତ୍ରଝଡା ସମୟରେ ଏହି ଗଛ ଗୁଡ଼ିକରେ ଆଦୌ ପତ୍ର ନଥିଲେ ବି ସେଥିଗୁଡ଼ିକରେ ହେଉଥିବା କମ୍ପନ ସହଜରେ ଜଣାପଡ଼ିଥାଏ। କାରଣ ସ୍ପର୍ଶ କରିବା ମାତ୍ରେ ଡାଳ ଗୁଡିକ ହଲିବା ସ୍ପଷ୍ଟ ଦେଖି ହୁଏ।

ଏବେ ଏହି ଗଛ ଗୁଡ଼ିକୁ ଦେଖିବାକୁ ପର୍ଯ୍ୟଟକମାନଙ୍କର ଖୁବ୍‌ ଭିଡ଼ ଜମୁଛି। ଏଗୁଡିକ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି କହିଛନ୍ତି କର୍ତନିଆଘାଟ ୱାଇଲଡ୍‌ ଲାଇଫ୍ ଡିଭିଜନ୍‌ର ବନ ଅଧିକାରୀ ଜେ.ପି ସିଂହ।

ସେ ଆହୁରି କହିଛନ୍ତି,“ ୫୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି କତର୍ନିଆଘାଟ ଜଙ୍ଗଲ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ଏହି ଜଙ୍ଗଲ ଦେଇ ପ୍ରବାହିତ ହୋଇଥିବା ନଦୀ ଗୁଡ଼ିକରେ ଡଲଫିନ୍‌, ଘଡ଼ିଆଳଓ କୁମ୍ଭୀର ଆଦି ଅଛନ୍ତି। ସେହିପରି ଜଙ୍ଗଲରେ  ୫ଟି ପ୍ରଜାତିର ହରିଣ, ଚିତା ବାଘ, ହାତୀ ଓ ଗଣ୍ଡା ବସବାସ କରନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos