ଏମିତି ଜାଗା, ଯେଉଁଠି କାମ କରୁନାହିଁ ମାଧ୍ୟାକର୍ଷଣ ଶକ୍ତି

ସୌରଜଗତରେ ମାଧ୍ୟାକର୍ଷଣ ଶକ୍ତି କାମ କରି ନଥାଏ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ହେଲେ ପୃଥିବୀରେ ଏପରି ସ୍ଥାନ ଥିବ ଯେଉଁଠି ମାଧ୍ୟାକର୍ଷଣ ଶକ୍ତି କାମ କରି ନଥାଏ କେବେ ଶୁଣିଛନ୍ତି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଆମେରିକାର ହୋଭର ଡ୍ୟାମ୍‌ ଏମିତି ଏକ ସ୍ଥାନ ଯେଉଁଠି ଏହି ଶକ୍ତି କାମ କରି ନଥାଏ। ଏଠାରେ କୌଣସି ଜିନିଷ ଆପଣ ପକାଇଲେ, ଏହା ତଳକୁ ନଯାଇ ଶୂନ୍ୟରେ ଉଡ଼ିଥାଏ। ବହୁ ସମୟରେ ଏହା କେବଳ ଏକ ଅପ […]

hoverdam

hoverdam

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 01:08 PM IST

Sports

Latest News

ସୌରଜଗତରେ ମାଧ୍ୟାକର୍ଷଣ ଶକ୍ତି କାମ କରି ନଥାଏ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ହେଲେ ପୃଥିବୀରେ ଏପରି ସ୍ଥାନ ଥିବ ଯେଉଁଠି ମାଧ୍ୟାକର୍ଷଣ ଶକ୍ତି କାମ କରି ନଥାଏ କେବେ ଶୁଣିଛନ୍ତି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଆମେରିକାର ହୋଭର ଡ୍ୟାମ୍‌ ଏମିତି ଏକ ସ୍ଥାନ ଯେଉଁଠି ଏହି ଶକ୍ତି କାମ କରି ନଥାଏ। ଏଠାରେ କୌଣସି ଜିନିଷ ଆପଣ ପକାଇଲେ, ଏହା ତଳକୁ ନଯାଇ ଶୂନ୍ୟରେ ଉଡ଼ିଥାଏ।

ବହୁ ସମୟରେ ଏହା କେବଳ ଏକ ଅପ ପ୍ରଚାର ବୋଲି କୁହାଯାଇଥାଏ। ହେଲେ ନିକଟରେ ହୋଇଥିବା ଏକ ସର୍ଭେରୁ ଏଥିରେ ସତ୍ୟତା ଥିବା ଜଣାପଡିଛି। ହେଲେ ପ୍ରକୃତ ସତ୍ୟଟି ଟିକେ ଭିନ୍ନ ପ୍ରକାର।

୧୯୩୬ରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା। ହୋଭର ଡ୍ୟାମ୍‌ ଉପରକୁ ଯାଇ ଯଦି ଆପଣ ଏକ ବୋତଲରୁ ପାଣି ଢାଳିବେ ଏହା ତଳକୁ ନ ଯାଇ ସେଠାରେ ଭାସମାନ ଅବସ୍ଥାରେ ରହିବ। ବୈଜ୍ଞାନିକଙ୍କ ମତ ହେଲା ଏଠାରେ ବହୁତ ଜୋରେ ପବନ ବୋହୁ ଥିବାରୁ ଏପରି ହେଉଛି। ରିସର୍ଚ୍ଚ କରୁଥିବା ଗବେଷକମାନେ କୁହନ୍ତି, ଏଠାରେ ବନ୍ଧର ଉପରି ଭାଗକୁ ପବନ ପ୍ରବାହିତ ହୋଇଥାଏ। ଏପରିସ୍ଥିତିରେ ପାଣି ମାଧ୍ୟାକର୍ଷଣ ଶକ୍ତିରେ ଆସି ନଥାଏ। ଏହି କାରଣରୁ ଏଠାରେ ପାଣି ତଳକୁ ନଯାଇ ଆକାଶରେ ଉଡ଼ିବା ପରି ରହିଥାଏ।

ଆହୁରି ମଧ୍ୟ ପଢନ୍ତୁ: ରହେ ୩ ହଜାର ଫୁଟ ସମୁଦ୍ର ତଳେ, ପାଦରେ ଶୁଙ୍ଘି ଶୁଙ୍ଘି ଖୋଜେ ଆହାର

କୋଲୋରାଡ଼ୋ ନଦୀ ଉପରେ ଥିବା ଏହି ବନ୍ଧ ଆକୃତିରେ ଧନୁତୀର ପରି। ଏହାକୁ ଆର୍କ ଡ୍ୟାମ୍ ମଧ୍ୟ କୁହାଯାଇଥାଏ।

ଏହି ଡ୍ୟମାଟି ୨୨୧.୪ ମିଟର ଉଚ୍ଚା ଓ ୩୭୯ ମିଟର ଲମ୍ବା। ବନ୍ଧର କାନ୍ଥରେ ପିଟି ହେଉଥିବା ପବନ ରାସ୍ତା ଖୋଜିବାକୁ ଉପରକୁ ଗତି କରିଥାଏ। ଘାଟି ଅଞ୍ଚଳ ହୋଇଥିବାରୁ ପବନର ଗତି ବଢ଼ିଯାଇଥାଏ। ଦ୍ରୁତ ଗତିରେ ଉପରକୁ ଆସୁଥିବା ପବନରେ ଯେତେବେଳେ ବୋତଲରୁ ପାଣି ଢଳାଯାଏ ଏହା ତଳକୁ ନ ଯାଇ ସେହିଠାରେ ହିଁ ଲଟକି ରହିଥାଏ। ଏହି ସ୍ଥିତି ଛୋଟ ଓ ହାଲକା ଜିନିଷ ପକାଇଲେ ମଧ୍ୟ ହୋଇଥାଏ।

ଓଡିଶା ରିପୋଟର ସ୍ପେସାଲ: ବିଶ୍ୱର ନମ୍ବର ୱାନ ଧନୀଙ୍କଠାରୁ ଶିଖନ୍ତୁ ସକ୍ସେସ୍‌ର ସିକ୍ରେଟ୍, ଜାଣନ୍ତୁ ତାଙ୍କର ୬ଟି ସଫଳ ମନ୍ତ୍ର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos