ଏହି ୫ଟି ସ୍ଥାନରେ ନିଆରା ଢଙ୍ଗରେ ଖେଳନ୍ତୁ ରଙ୍ଗ

ଆସୁଛି ରଙ୍ଗର ପର୍ବ ହୋଲି। କୁହାଯାଏ ହୋଲିରେ ସବୁ ଶତ୍ରୁତା ଭୁଲି ଲୋକେ ପରସ୍ପରକୁ ଆଲିଙ୍ଗନ କରନ୍ତି ଓ ହୋଲି ଖେଳନ୍ତି। ହୋଲିରେ ଦେଶ ବିଦେଶରୁ ପ୍ରିୟ ପରିଜନମାନେ ଆସି ଏକଜୁଟ ହୁଅନ୍ତି। ନାଚ ଗୀତରେ ଝୁମିଯାଏ ପରିବେଶ। ହୋଲିର ଭରପୁର ମଜା ନେବା ପାଇଁ ଗାଁରୁ ସହର, ସାହି ବସ୍ତି ସବୁ ଉତ୍ସବମୁଖର ହୋଇପଡେ । ବର୍ଷକେ ଥରେ ଆସୁଥିବା ହୋଲିକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି। […]

holi cvr img

holi cvr img

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 06:42 PM IST

Sports

Latest News

ଆସୁଛି ରଙ୍ଗର ପର୍ବ ହୋଲି। କୁହାଯାଏ ହୋଲିରେ ସବୁ ଶତ୍ରୁତା ଭୁଲି ଲୋକେ ପରସ୍ପରକୁ ଆଲିଙ୍ଗନ କରନ୍ତି ଓ ହୋଲି ଖେଳନ୍ତି। ହୋଲିରେ ଦେଶ ବିଦେଶରୁ ପ୍ରିୟ ପରିଜନମାନେ ଆସି ଏକଜୁଟ ହୁଅନ୍ତି। ନାଚ ଗୀତରେ ଝୁମିଯାଏ ପରିବେଶ। ହୋଲିର ଭରପୁର ମଜା ନେବା ପାଇଁ ଗାଁରୁ ସହର, ସାହି ବସ୍ତି ସବୁ ଉତ୍ସବମୁଖର ହୋଇପଡେ । ବର୍ଷକେ ଥରେ ଆସୁଥିବା ହୋଲିକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି। ଆପଣବି ଥିବେ, କାରଣ ଏଥର ହୋଲିକୁ ରହିଯାଇଛି ଆଉ ମାତ୍ର କିଛି ଦିନ। ସବୁଥର ପରି ଏଥରବି ଆପଣ ହୋଲିକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆମେ ଆପଣଙ୍କୁ କିଛି ସ୍ଥାନ ସମ୍ପର୍କରେ କହିବୁ, ଯେଉଁଠି ହୋଲିର ମଜା ନିଆରା। ଯେଉଁଠି ଥରେ ହୋଲି ଖେଳିଲେ ଜୀବନ ଯାକ ମନେରହିବ। ଆସନ୍ତୁ ସେମିତି କିଛି ଜାଗା ସମ୍ପର୍କରେ ଜାଣିବା।

୧) ବରସାନା ହୋଲି

ପୂରା ବିଶ୍ୱରେ ପ୍ରସିଦ୍ଧ ୟୁପିର ଲଟ୍‌ଠମାର ହୋଲି। ଏଠାକୁ ହୋଲିରେ ସାମିଲ୍‌ ହେବା ପାଇଁ ଦେଶ ତଥା ଦେଶ ବାହାରୁ ଅନେକ ଲୋକ ଏଠାକୁ ଆସନ୍ତି। ତିନି ଦିନ ଧରି ଏଠାରେ ହୋଲି ପାଳନ କରାଯାଏ।

୨) ଆନନ୍ଦପୁର ସାହିବ

ପଞ୍ଜାବର ଆନନ୍ଦପୁର ସାହିବ ହୋଲି ପୂରା ନିଆରା। ଏଠାରେ ରଙ୍ଗ ପରିବର୍ତ୍ତେ ସିଖ୍ ମାନଙ୍କର କର୍ତ୍ତବ୍ୟ ଏବଂ କଳା କୌଶଳ ଦେଖିବାକୁ ମିଳେ, ଯାହାକୁ ‘ହୋଲା ମୋହଲ୍ଲା’ କୁହାଯାଏ।

୩) ଉଦୟପୁର ହୋଲି

ଯଦି ଆପଣ ରାଜକୀୟ ଅନ୍ଦାଜ୍‌କୁ ପସନ୍ଦ କରନ୍ତି ତେବେ ଏଥର ହୋଲି ଉଦୟପୁରରେ ପାଳନ କରନ୍ତୁ। ରାଜସ୍ଥାନୀ ଗୀତ ସହ ଏଠାରେ ଧୂମ୍‌ଧାମ୍‌ରେ ହୋଲି ପାଳନ କରାଯାଏ।

୪) ମଥୁରା-ବୃନ୍ଦାବନ ହୋଲି

କୃଷ୍ଣ ଏବଂ ରାଧାଙ୍କ ନଗରୀ ମଥୁରା। ଏଠାରେ ଫୁଲରେ ହୋଲି ମହୋତ୍ସବର ପାଳନ କରାଯାଏ। ସପ୍ତାହେ ଧରି ଏଠାରେ ହୋଲି ଉତ୍ସବ ପାଳନ କରାଯାଏ। ହୋଲି ଖେଳିବା ସହ ଆପଣ ଏଠାରେ ଭିନ୍ନ ଭିନ୍ନ ଖାଦ୍ୟର ମଧ୍ୟ ମଜା ନେଇପାରିବେ।

୫) ଶାନ୍ତିନିକେତନ ହୋଲି

ଯଦି ଆପଣଙ୍କୁ ଅବିର ଓ ରଙ୍ଗ ଖେଳିବାକୁ ପସନ୍ଦ ତେବେ ଶାନ୍ତିନିକେତନ ହୋଲି ଆପଣଙ୍କୁ ବେଶ୍ ପସନ୍ଦ ଆସିବ। ଶାନ୍ତିନିକେତନ ପଶ୍ଚିମ ବଙ୍ଗଳାର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ। ଏଠାରେ ସଂସ୍କୃତିକ ଓ ପାରମ୍ପରିକ ଢଙ୍ଗରେ ହୋଲି ପାଳନ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos