୨୦ ଏପ୍ରିଲ, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଦୂର ସ୍ଥାନକୁ ଯାତ୍ରା କରିବେ

ମେଷ: ଚାକିରି ପରିବର୍ତ୍ତନ କରିବାର ଯୁଗ ରହିଛି। ଗାଡ଼ି କିଣିପାରନ୍ତି। ଦୂର ଯାତ୍ରାରେ ଯାଇପାରନ୍ତି। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟୁତ୍‌ ଉପକରଣ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିଛି। ଦୀର୍ଘ ଦିନରୁ ଦେଖା ମିଳୁନଥିବା ବନ୍ଧୁଙ୍କର ହଠାତ ଦେଖାହେବ। ବୈବାହିକ ସମସ୍ୟା ଥିଲେ ଦୂର ହେବ। ବିଶେଷକରି ପ୍ରମିକ ଓ ପ୍ରମୀକାଙ୍କ ପାଇଁ ଆଜିର ବହୁ ଭଲ ରହିବ। ମିଥୁନ୍‌: […]

Rasiphala-image

Rasiphala-image

Rakesh Mallick
  • Published: Friday, 20 April 2018
  • Updated: 20 April 2018, 05:00 AM IST

Sports

Latest News

ମେଷ: ଚାକିରି ପରିବର୍ତ୍ତନ କରିବାର ଯୁଗ ରହିଛି। ଗାଡ଼ି କିଣିପାରନ୍ତି। ଦୂର ଯାତ୍ରାରେ ଯାଇପାରନ୍ତି। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟୁତ୍‌ ଉପକରଣ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିଛି। ଦୀର୍ଘ ଦିନରୁ ଦେଖା ମିଳୁନଥିବା ବନ୍ଧୁଙ୍କର ହଠାତ ଦେଖାହେବ। ବୈବାହିକ ସମସ୍ୟା ଥିଲେ ଦୂର ହେବ। ବିଶେଷକରି ପ୍ରମିକ ଓ ପ୍ରମୀକାଙ୍କ ପାଇଁ ଆଜିର ବହୁ ଭଲ ରହିବ।

ମିଥୁନ୍‌: ଆଜିର ଦିନରେ ମାନ ଓ ସମ୍ମାନ ମିଳିବ। ପାରିବାରିକ ସମସ୍ୟା ଥିଲେ ଦୂର ହେବ। ଅର୍ଥ ମିଳିବାର ଯୁଗ ରହିଛି। ନେତାଙ୍କ ସହିତ ସମ୍ପର୍କ ମଜଭୁତ ହେବ। ବିଦେଶରେ ଶିକ୍ଷା ଗ୍ରହଣ କରିବା ଲାଗି ସମୟ ଶୁଭ।

କର୍କଟ: ଆଜିର ଦିନଟି ଆପଣଙ୍କ ବେଶୀ ଭଲ ନାହିଁ। ସତର୍କତାର ସହ କାର୍ଯ୍ୟ କରନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ବିଶେଷ କରି ପିତା-ପୁତ୍ରଙ୍କ ମଧ୍ୟ ପାଟିତୁଣ୍ଡ ହୋଇପାରେ। ଜମି ବାଡ଼ି ବିବାଦ ଦେଖାଦେଇ ପାରେ। ଘରୁ ବାହାରିବା ସମୟରେ ଦହି ଖାଇ ବାହାରନ୍ତୁ।

ସିଂହ: ବୈବାହିକ ଜୀବନରେ ସୁଧାର ଆସିବ। ବେପାର ବାଣିଜ୍ୟରେ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

କନ୍ୟା: ଚାକିରି ପରିବର୍ତ୍ତନର ଯୁଗ ରହିଛି। ଅର୍ଥ ମିଳିବାର ଅଛି। ଆଜିର ଦିନରେ ଦୂର ଯାତ୍ରା ରହିଛି। ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ।

ତୁଳା: ଅର୍ଥ ମିଳିବାର ସମ୍ଭାବନା ରହିଛି। ଦୀର୍ଘ ଦିନରୁ ଅଟକିଥିବା କାମ ହୋଇଯିବ। ଦୂର ଯାତ୍ରା ଯିବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଅଫିସରେ ଦିନଟି ଭଲରେ କଟିବ।

ବିଛା: ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଯାତ୍ରା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ। କୌଣସି କାମରେ ଘରୁ ବାହାରିବା ପୂର୍ବରୁ ଧଳା ରଙ୍ଗର ମିଠା ଦାନ କରନ୍ତୁ।

ଧନୁ: ପାରିବାରିକ ଜୀବନ ସୁଖମୟ ହେବ। କିନ୍ତୁ ବ୍ୟକ୍ତ ରହିବେ। ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ।

ମକର: ପରିଶ୍ରମ କଲେ ଭଲ ଫଳ ପାଇବେ। ବ୍ୟସ୍ତତା ଭିତରେ ସମୟ ଅତିବାହିତ ହେବ। କ୍ରୋଧ ଓ ତୁଣ୍ଡ ଉପରେ ଲଗାମ ଦିଅନ୍ତୁ। ନହେଲେ ସମସ୍ୟା ଦେଖାଦେଇପାରେ।

କୁମ୍ଭ: ପାରିବାରିକ ସମସ୍ୟା ଥିଲେ ଦୂର ହେବ। ଚାକିରି କ୍ଷେତ୍ରରେ ଆପଣଙ୍କ ଉପରେ ଥିବା ଅଧିକାରୀଙ୍କଠାରୁ ସହଯୋଗ ମିଳିବ।

ମୀନ: ଚାକିରିରେ ଚାପ ରହିବ। ବିବାଦ ଥିଲେ ସମାଧାନ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ସମସ୍ୟା ଜଟିଳ ହୋଇପାରେ। ଆଜିର ଦିନରେ କଦଳୀ ଦାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos