ଆଜି ସ୍ୱତନ୍ତ୍ର ଓଜେଇଇ

ଭୁବନେଶ୍ୱର: ବି. ଟେକ୍, ସମେତ ଏମବିଏ, ଏମସିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଦ୍ୱିତୀୟ ତଥା ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱରରେ ୧୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଅପରାହ୍ନ ୫ଟାରୁ ୬ଟା ଯାଏଁ ପରୀକ୍ଷା ହେବ। ବି.ଟେକ୍‌ରେ ୫୭୬୬, ଏମବିଏରେ ୯୫୦ ଓ ଏମସିଏରେ ୨୫୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ପରୀକ୍ଷା ପରିଚାଳନା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ। ୧୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। ୧୨ରେ ଛାତ୍ରଛାତ୍ରୀ ରାଙ୍କ […]

exam

exam

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 08:44 AM IST

Sports

Latest News

ଭୁବନେଶ୍ୱର: ବି. ଟେକ୍, ସମେତ ଏମବିଏ, ଏମସିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଦ୍ୱିତୀୟ ତଥା ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱରରେ ୧୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଅପରାହ୍ନ ୫ଟାରୁ ୬ଟା ଯାଏଁ ପରୀକ୍ଷା ହେବ। ବି.ଟେକ୍‌ରେ ୫୭୬୬, ଏମବିଏରେ ୯୫୦ ଓ ଏମସିଏରେ ୨୫୦ ଜଣ ଛାତ୍ରଛାତ୍ରୀ ଅଛନ୍ତି।

ପରୀକ୍ଷା ପରିଚାଳନା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ। ୧୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। ୧୨ରେ ଛାତ୍ରଛାତ୍ରୀ ରାଙ୍କ କାର୍ଡ ଡାଉନଲୋଡ୍ କରିବା ସହ ଅନଲାଇନରେ ଚଏସ୍ ଫିଲିଂ କରିବେ। ୧୩ରେ ସିଟ୍ ଆଲଟମେଣ୍ଟ ହେବ। ୧୪ରେ ଛାତ୍ରଛାତ୍ରୀ ପାଇଥିବା କଲେଜରେ ରିପୋର୍ଟିଂ କରିବେ। ୧୫ ତାରିଖ ଭିତରେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ କଲେଜଗୁଡ଼ିକୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ବିଟେକ୍‌ରେ ପ୍ରାୟ ୩୬ ହଜାର ସିଟ୍ ଖାଲି ପଡ଼ିଛି। ଏମ୍‌ବିଏ, ଏମ୍‌ସିଏରେ ପାଠ୍ୟକ୍ରମରେ ବି ନାମଲେଖା ଆଶାନୁରୂପ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos