ଆଜି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ପୁଣି ଉଠିବ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅଧିବେଶନରେ ଚାଷୀ ଆତ୍ମହତ୍ୟା ଓ ଚାଷ ପ୍ରସଙ୍ଗକୁ ନେଇ ପୁଣି ଗୃହ ହୁଲସ୍ତୁଲ ହେଇପାରେ। ଏହାସହ ବିରୋଧୀ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବେ। ସେହିପରି ରାଜନୈତିକ ହିଂସା, ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି-କଂଗ୍ରେସ ମେଣ୍ଟ ପ୍ରସଙ୍ଗ ବି ଉଠିବାର ସମ୍ଭାବନା ରହିଛି। ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ବରଗଡ଼ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ପୁଣି ବିଧାନସଭାରେ ଆସିବ। ବରଗଡ଼ର […]

Odisha-Assembly-5

Odisha-Assembly-5

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 07:05 AM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅଧିବେଶନରେ ଚାଷୀ ଆତ୍ମହତ୍ୟା ଓ ଚାଷ ପ୍ରସଙ୍ଗକୁ ନେଇ ପୁଣି ଗୃହ ହୁଲସ୍ତୁଲ ହେଇପାରେ। ଏହାସହ ବିରୋଧୀ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବେ। ସେହିପରି ରାଜନୈତିକ ହିଂସା, ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି-କଂଗ୍ରେସ ମେଣ୍ଟ ପ୍ରସଙ୍ଗ ବି ଉଠିବାର ସମ୍ଭାବନା ରହିଛି।

ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ବରଗଡ଼ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ପୁଣି ବିଧାନସଭାରେ ଆସିବ। ବରଗଡ଼ର ଚାଷୀ ହାଡ଼ୁ ବଗର୍ତ୍ତି ପାରିବାରିକ କଳିକୁ ନେଇ ଆତ୍ମହତ୍ୟା କରିଥିବା ମହାରଥୀ ଗୃହରେ କହିଥିଲେ। ତେବେ ତାଙ୍କ ଘରକୁ କୌଣସି ଅଧିକାରୀ ଯାଇ ନ ଥିବା ବେଳେ ଜିଲ୍ଲା ପ୍ରଶାସନ କିଭଳି ଏମିତି ରିପୋର୍ଟ ଦେଲା ବୋଲି ହାଡ଼ୁଙ୍କ ପରିବାର ପ୍ରଶ୍ନ କରିଥିଲେ। ଜିଲ୍ଲା ପ୍ରଶାସନ ରିପୋର୍ଟ ଅନୁସାରେ ଗୃହରେ ବିବୃତି ଦେଇଥିବା ମନ୍ତ୍ରୀ କହିବା ସହ ଘଟଣାର ପୁନଃତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।  ଏହାକୁ ନେଇ ବିରୋଧୀ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଅଣିବେ।

ଅନ୍ୟପକ୍ଷରେ ବିଜେପି ଗୃହରେ ଚାଷୀ ସମସ୍ୟା, ଧାନର ଅଭାବି ବିକ୍ରି, ମଣ୍ଡି ସମସ୍ୟା, ପିଇବା ପାଣି ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ସମୟରେ ହିଂସାକାଣ୍ଡ ପ୍ରସଙ୍ଗ ଉଠିବ। ଏନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ସ୍କୁଲରେ ଶିକ୍ଷକ ନାହାନ୍ତି। ମେଡିକାଲରେ ଡାକ୍ତର ନାହାନ୍ତି। ଜଳସେଚନର ସୁବିଧା ନାହିଁ। ଏହାକୁ ନେଇ ବିଜେପି ଗୃହରେ ସରକାରଙ୍କ ଠାରୁ ଜବାବ ମାଗିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos