ବର୍ଷା ଦିନେ ଏଠି ପ୍ରକୃତିର ମୁକୁଳା ରୂପର ମଜା ନିଆରା, ଥରେ ବୁଲିଯାଆନ୍ତୁ ଏସବୁ ସ୍ଥାନ

ବର୍ଷା ଦିନେ ଭିଜିବାର ମଜା କିଛି ନିଆରା। ପ୍ରେମୀଯୁଗଳଙ୍କ ପାଇଁ ଏହି ଋତୁଟି ଭାରି ରୋମାଣ୍ଟିକ୍‌ । ଏବେ ମୌସୁମୀ ଦକ୍ଷିଣ-ଭାରତ ତଥା ଆନ୍ଧ୍ରପ୍ରଦେଶ, କେରଳ, ପୁଡ଼ୁଚେରୀରେ  ପହଞ୍ଚି ସାରିଥିବା ବେଳେ  କିଛି ଦିନ ମଧ୍ୟରେ ଉତ୍ତର-ଭାରତରେ ପହଞ୍ଚିଯିବ। ଏହି ବର୍ଷା ଦିନରେ ଆପଣ ଯଦି କୌଣସି ଭଲ ଜାଗାକୁ ବୁଲିବାକୁ ଯିବା ପାଇଁ ଭାବୁଛନ୍ତି, ତେବେ ଏବେଠାରୁ ଯୋଜନା କରନ୍ତୁ। ବର୍ଷା ଦିନେ ପାହାଡ଼ ପର୍ବତଗୁଡ଼ିକ ଧୋଇ ହୋଇ ଚିର ସବୁଜ ହୋଇ ରହିଥାନ୍ତି। ହ୍ରଦ […]

lonawala

lonawala

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 10:46 AM IST

Sports

Latest News

ବର୍ଷା ଦିନେ ଭିଜିବାର ମଜା କିଛି ନିଆରା। ପ୍ରେମୀଯୁଗଳଙ୍କ ପାଇଁ ଏହି ଋତୁଟି ଭାରି ରୋମାଣ୍ଟିକ୍‌ । ଏବେ ମୌସୁମୀ ଦକ୍ଷିଣ-ଭାରତ ତଥା ଆନ୍ଧ୍ରପ୍ରଦେଶ, କେରଳ, ପୁଡ଼ୁଚେରୀରେ  ପହଞ୍ଚି ସାରିଥିବା ବେଳେ  କିଛି ଦିନ ମଧ୍ୟରେ ଉତ୍ତର-ଭାରତରେ ପହଞ୍ଚିଯିବ। ଏହି ବର୍ଷା ଦିନରେ ଆପଣ ଯଦି କୌଣସି ଭଲ ଜାଗାକୁ ବୁଲିବାକୁ ଯିବା ପାଇଁ ଭାବୁଛନ୍ତି, ତେବେ ଏବେଠାରୁ ଯୋଜନା କରନ୍ତୁ। ବର୍ଷା ଦିନେ ପାହାଡ଼ ପର୍ବତଗୁଡ଼ିକ ଧୋଇ ହୋଇ ଚିର ସବୁଜ ହୋଇ ରହିଥାନ୍ତି। ହ୍ରଦ ଓ ଝରଣାଗୁଡ଼ିକ ପାଣିରେ ଭର୍ତ୍ତିହୋଇ ରହିଥାନ୍ତି। ଏହା ସହିତ ୱାଟର୍‌ଫଲ୍‌ର ଦୃଶ୍ୟ ଦେଖିବା ଅଧିକ ମନୋରମ ହୋଇଥାଏ। ଆସନ୍ତୁ ଜାଣିବା ସେହି ଜାଗା ଗୁଡ଼ିକ ବିଷୟରେ ଯେଉଁଠିକି ବୁଲିବାକୁ ଗଲେ ଆପଣ କମ୍‌ ଖର୍ଚ୍ଚରେ ବର୍ଷା ଦିନର ମଜା ନେଇପାରିବେ।

ଲୋନାୱାଲା, ମହାରାଷ୍ଟ୍ର

ଯଦି ଆପଣ ମୁମ୍ବାଇରେ ରହୁଛନ୍ତି ଏବଂ ବର୍ଷା ଋତୁର ମଜା ନେବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବେଶୀ ଦୂର ଯିବାକୁ ପଡ଼ିବ ନାହିଁ। ମୁମ୍ୱାଇର ଠିକ୍‌ ପାଖରେ ରହିଛି ପର୍ବତ ଶୃଙ୍ଖଳ। ଏହି ପଶ୍ଚିମଘାଟ ବର୍ଷା ଦିନେ ପୂରା ସବୁଜିମା ହୋଇଯାଇଥାଏ। ମୁମ୍ବାଇ ଏବଂ ପୁନେ ସହର ଭଳି ଗହଳିରୁ ବାହାରି ଆପଣ ଲୋନାୱାଲାକୁ ବୁଲିବାକୁ ଯାଇପାରିବେ। ଯେଉଁଠି ଆପଣ ଶାନ୍ତ ପରିବେଶର ଅନୁଭୂତି ନେଇପାରିବେ। ଏହା ମୁମ୍ବାଇର ପାଖରେ ଥିବାରୁ ଆପଣଙ୍କୁ ବେଶୀ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

କେମିତି ଯିବେ

ମୁମ୍ବାଇରୁ ଲୁନାୱାଲା ୮୩ କିଲୋମିଟର । ଆପଣ ଏଠାରେ ୧ଘଣ୍ଟା ୪୫ମିନିଟ୍‌ରେ ପହଞ୍ଚି ଯିବେ। ପୁଣେରୁ ଲୋନାୱାଲାର ଦୂରତା ୬୭ କିଲୋମିଟର ସେଠାରେ ପହଞ୍ଚିବା ପାଇଁ ଆପଣଙ୍କୁ ୧ଘଣ୍ଟା ୩୦ମିନିଟ୍‌ ଲାଗିବ। ଲୋନାୱାଲାର ନିଜର ରେଲୱେ ଷ୍ଟେସନ ମଧ୍ୟ ରହିଛି ଏବଂ ବହୁତ ଲୋକ ଟ୍ରେନ୍‌ରେ ହିଁ ସେଠାକୁ ଯାଇଥାନ୍ତି।
କ’ଣ ଦେଖିବେ

-ଟାଇଗର ପଏଣ୍ଟରୁ ବାହାରୁଥିବା ଝରଣା

-ବୌଦ୍ଧ ସନ୍ନ୍ୟାସୀମାନେ ବନାଇଥିବା କାର୍‌ଲା ଗୁମ୍ଫା

-ବୁଶୀ ଡ଼୍ୟାମ୍‌ ପାଖରେ ଥିବା ୱାଟରଫଲ୍‌

କୋଡ଼ାଇକେନାଲ୍, ତାମିଲନାଡ଼ୁ

ହିଲ୍‌ ଷ୍ଟେସନର ପ୍ରସିଦ୍ଧ ରାଜକୁମାରୀଙ୍କ ନାମରେ ତାମିଲନାଡ଼ୁର କୋଡ଼ାଇକେନାଲର ନାମ ଦିଆଯାଇଛି। ଯାହା ବର୍ଷାରେ ବୁଲିବା ପାଇଁ ପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଅନ୍ୟତମ। ପଶ୍ଚିମ ଘାଟର ପଲାନୀ ପର୍ବତରେ ଥିବା କୋଡ଼ାଇକେନାଲ୍‌ରେ ବହୁତ ସୁନ୍ଦର ୱାଟରଫଲ୍‌, ହ୍ରଦ ଏବଂ ପ୍ରାକୃତିକ ସବୁଜିମାରେ ଭରା ପରିବେଶ ରହିଛି।
କେମିତି ଯିବେ

ନିକଟରେ ମୁଦୁରାଇ ଏୟାରପୋର୍ଟ ରହିଛି । ଯାହାର ଦୂରତା ୧୩୫ କିଲୋମିଟର।

କୋୟମ୍ବାଟୁର: ଏଠାରେ କୋଡ଼ାଇକେନାଲ ଭଳି ଲୋଭନୀୟ ଦର୍ଶନୀୟ ସ୍ଥାନ ରହିଛି। ବେଙ୍ଗାଲୁରୁରୁ କୋଡ଼ାଇକେନାଲର ଦୂରତା ୪୫୦ କିଲୋମିଟର। ସଡ଼କ ପଥରେ ଗଲେ ଆପଣ ୯ଘଣ୍ଟାରେ ପହଞ୍ଚିପାରିବେ।

୬୪କିଲୋମିଟର ଦୂରରେ ପଲାନୀ ରେଲୱେ ଷ୍ଟେସନ ରହିଛି

କ’ଣ ଦେଖିବେ?

-କୋଡ଼ାଇ ହ୍ରଦ

-ବେରିଜମ ହ୍ରଦ

-ପଲାନୀ ପର୍ବତର ସୁନ୍ଦର ଦୃଶ୍ୟ

କୁର୍ଗ, କର୍ଣ୍ଣାଟକ

ଘନ ଜଙ୍ଗଲ, ବିଭିନ୍ନ ବନସ୍ପତି ବୃକ୍ଷ ଏବଂ ଜୀବଜନ୍ତୁଙ୍କ ପାଇଁ ପ୍ରସିଦ୍ଧ କୁର୍ଗ ବର୍ଷା ଦିନେ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ଜାଗା। ଏଠାରେ ୱାଟରଫଲ୍‌, ହ୍ରଦ, କଫି ଗଛ ଏବଂ ସ୍ୱାଦିଷ୍ଟ ଖାଦ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।

କେମିତି ଯିବେ

ବେଙ୍ଗାଲୁରୁରୁ କୁର୍ଗ ୨୭୦କିଲୋମିଟର । ଆପଣ ଏଠି ୫ଘଣ୍ଟାରେ ପହଞ୍ଚିଯିବେ।

ସ୍ଥାନୀୟ ଏୟାରପୋର୍ଟରୁ ଉକ୍ତ ସ୍ଥାନକୁ ୧୨୦ କିଲୋମିଟର ହେବ। ସେହିପରି ମାଙ୍ଗାଲୋର ରେଲୱେ ଷ୍ଟେସନରୁ ଉକ୍ତ ସ୍ଥାନରୁ ୧୩୫ କିଲୋମିଟର ହେବ।

କ’ଣ ଦେଖିବେ

ପୁଷ୍ପାଗିରି ୱାଇଲ୍‌ଡ୍‌ ଲାଇଫ୍‌ ସେଞ୍ଚୁରୀ,ଏଠାରେ ଥିବା ଜଗ୍‌ ଫଲ୍‌ସ୍‌ ୱାଟରଫଲ୍‌କୁ ଦେଶର ସବୁଠୁ ବଡ଼ ୱାଟରଫଲ୍‌ କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos