ଆଜିର ଉଡ଼ା ଖବର: ସିବିଆଇ ସକ୍ରିୟ, ବିଜେଡିରେ କମ୍ପନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଚିଟ୍ ଫଣ୍ଡ  ମାମଲାରେ ସିବିଆଇ ପୁଣିଥରେ ଆକ୍ସନ୍ ମୋଡକୁ ଫେରିଛି । ଚିଟ୍ ଫଣ୍ଡ ମାମଲାରେ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପୃକ୍ତି ଥିବା ବିଜେଡି ନେତାଙ୍କ ଉପରେ ଏବେ ସିବିଆଇର ନଜର ପଡ଼ିଛି । ଚର୍ଚ୍ଚା ହେଉଛି, ବିଜେଡିର ୩ଜଣ ପୂର୍ବତନ ମନ୍ତ୍ରୀ ଓ ଜଣେ ପ୍ରଭାବଶାଳୀ ବିଧାୟକଙ୍କ ନିକଟରେ ପହଞ୍ଚିବା ପାଇଁ ସିବିଆଇ ଏବେ ସେମାନଙ୍କର ଘନିଷ୍ଠ ସହଯୋଗୀମାନଙ୍କୁ ଆଣି ଜେରା କରୁଛି । ଆଉ ସୁଚିନ୍ତିତ […]

chitfundph

chitfundph

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 08:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଚିଟ୍ ଫଣ୍ଡ  ମାମଲାରେ ସିବିଆଇ ପୁଣିଥରେ ଆକ୍ସନ୍ ମୋଡକୁ ଫେରିଛି । ଚିଟ୍ ଫଣ୍ଡ ମାମଲାରେ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପୃକ୍ତି ଥିବା ବିଜେଡି ନେତାଙ୍କ ଉପରେ ଏବେ ସିବିଆଇର ନଜର ପଡ଼ିଛି । ଚର୍ଚ୍ଚା ହେଉଛି, ବିଜେଡିର ୩ଜଣ ପୂର୍ବତନ ମନ୍ତ୍ରୀ ଓ ଜଣେ ପ୍ରଭାବଶାଳୀ ବିଧାୟକଙ୍କ ନିକଟରେ ପହଞ୍ଚିବା ପାଇଁ ସିବିଆଇ ଏବେ ସେମାନଙ୍କର ଘନିଷ୍ଠ ସହଯୋଗୀମାନଙ୍କୁ ଆଣି ଜେରା କରୁଛି । ଆଉ ସୁଚିନ୍ତିତ ଢଙ୍ଗରେ ଏସବୁ ଖବର ଯେଭଳି ଗଣମାଧ୍ୟମକୁ ନଆସିବ ସେଥିପାଇଁ ମଧ୍ୟ ବିଜେଡି ପକ୍ଷରୁ କୁଆଡ଼େ ଉଦ୍ୟମ ହେଉଛି । ଶୁଣିବାକୁ ମିଳୁଛି, ଅର୍ଥତତ୍ତ୍ଵ  ଚିଟ୍ ଫଣ୍ଡ ମାମଲାରେ ୨ଜଣ ପୂର୍ବତନ ମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପାଇଁ ସେମାନଙ୍କର ୨ଜଣ ଖାସ୍ ଅନୁଗତଙ୍କୁ କୁଆଡ଼େ ସିବିଆଇ ଜେରା କରିସାରିଛି । ସି’ସୋର ଚିଟ୍ ଫଣ୍ଡ ମାମଲାରେ ଅନ୍ୟଜଣେ ପୂର୍ବତନ ମନ୍ତ୍ରୀଙ୍କ ସହଯୋଗୀଙ୍କୁ ମଧ୍ୟ ନୋଟିସ୍ ପଠାଇଛି । ପାୱାର କରିଡରରେ ସକ୍ରିୟ ଥିବା ଅବିଭକ୍ତ କଟକ ଜିଲ୍ଲାର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ସହଯୋଗୀକୁ ଆସ୍ଥା ଚିଟ୍ ଫଣ୍ଡ ମାମଲାରେ ସିବିଆଇ ଗତ ଦୁଇଦିନ ତଳେ ଡାକି ଜେରା କରିସାରିଛି । ଅର୍ଥତତ୍ତ୍ଵ ଚିଟ୍ ଫଣ୍ଡ ମାମଲାରେ ଗଞ୍ଜାମ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତିର ପ୍ରମାଣ ସିବିଆଇ ହାତରେ ଲାଗିଥିବାରୁ ତାଙ୍କୁ କୁଆଡ଼େ ସ୍ପଷ୍ଟୀକରଣ ରଖିବାକୁ ନୋଟିସ୍ ଜାରି କରିଛି । ଗଞ୍ଜାମ ଜିଲ୍ଲାର ବର୍ତ୍ତମାନର ଜଣେ ମନ୍ତ୍ରୀଙ୍କ ପୁଅକୁ ମଧ୍ୟ ସିବିଆଇ ଜେରା କରିସାରିଛି । ଚର୍ଚ୍ଚା ହେଉଛି, ଅର୍ଥତତ୍ତ୍ଵ ମାମଲାର ତଦନ୍ତବେଳେ ରାଜ୍ୟ କ୍ରାଇମବ୍ରାଞ୍ଚ  କୁଆଡ଼େ ବିଜେଡି ନେତାଙ୍କ ସମ୍ପୃକ୍ତିର କିଛି ପ୍ରମାଣକୁ ନଷ୍ଟ କରିଦେଇଛି । ଯାହାର ସୁରାକ୍ ଏବେ ସିବିଆଇକୁ ମିଳିଥିବାରୁ ତଦନ୍ତର ଦିଗକୁ ଧୀରେଧୀରେ ବ୍ୟାପକ କରୁଥିବାର ଆଭାସ ମିଳିଛି । ସିବିଆଇର ଏଭଳି ତତ୍ପରତାକୁ ନେଇ ବିଜେଡି ଶିବିରରେ କୁଆଡ଼େ ଛନକା ପଶିଛି ।  ଚିଟ୍ ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ଆଳରେ ସିବିଆଇ ପ୍ରାୟ ୮ରୁ ୧୦ଜଣ ବିଜେଡି ନେତାଙ୍କୁ ଗିରଫ କରିବାକୁ ଯୋଜନା କରିଥିବାରୁ ବିଜେଡି କୁଆଡ଼େ ଏହାର ମୁକାବିଲା ପାଇଁ ଏବେ ଦିଲ୍ଲୀ ଦରବାରରେ ଶରଣ ପଶିଛି । ତେବେ ରାଜ୍ୟରେ କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଥିବା ବିଜେପି ଏବେ ବିଜେଡିର ଏହି ଦୁର୍ବଳତାରୁ ଫାଇଦାଭିତିରି ସଲାସୁତରା କରିବ ତାକୁ ନେଇ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos