ଏହି ଦୁଇଟି ରାଶିର ମହିଳା ବିବାହ ପରେ ଶ୍ୱଶୁର ଘରେ କରିଥାନ୍ତି ରାଜ

ବିବାହ ଏକ ପବିତ୍ର ବନ୍ଧନ। ଝିଅଟି ବୋହୂ ହେବା ପରେ ଶ୍ୱଶୁର ଘରେ ତା’ର ବାକି ଜୀବନ କଟିଥାଏ।  ସେମାନଙ୍କ ମନକୁ ନେଇ ଚଳିଥାଏ। ହସଖୁସିରେ ରହିଥାଏ। ସେଠାରେ ସେ ନୂଆ ସଂସାର କରେ। ମହିଳାଙ୍କ ରାଶି ଉପରେ ନିର୍ଭର କରିଥାଏ, ସେମାନେ ଶ୍ୱଶୁର ଘରେ କିପରି ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ମଧ୍ୟରୁ ଦୁଇଟି ରାଶିର ମହିଳା ବିବାହ ପରେ ଶ୍ୱଶୁର ଘରେ ରାଜ କରିଥାନ୍ତି। ଆସନ୍ତୁ ଜାଣିବା ସେହି ଦୁଇଟି ରାଶିର ମହିଳା ସମ୍ପର୍କରେ।

ସିଂହ: ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ମହିଳାଙ୍କ ସ୍ୱଭାବ ଭଲ ହୋଇଥାଏ। ଏମାନେ ନିଜର ସ୍ୱଭାବ ଦ୍ୱାରା ଅନ୍ୟକୁ ଆକର୍ଷିତ କରିଥାନ୍ତି। ଅନ୍ୟମାନଙ୍କ ସହ କଥାବାର୍ତ୍ତା କଲା ବେଳେ ସଂଯମତା ରଖି କଥା ହୋଇଥାନ୍ତି। ଏହି ରାଶିର ମହିଳାମାନେ ଗରୁରୁଜନଙ୍କୁ ସମ୍ମାନ କରିଥାନ୍ତି ଓ ସାନ ପିଲାଙ୍କୁ  ସେହ୍ନ କରିଥାନ୍ତି। ସବୁବେଳେ ପରିବାରର ସେହ୍ନର ପାତ୍ରୀ ହୋଇ ରହିବା ପାଇଁ ଚାହିଁଥାନ୍ତି। ଏମାନେ ଲିଡର ସିପ୍‌ କରିବାକୁ ପସନ୍ଦ କରନ୍ତି। ଏହି ରାଶିର ମହିଳା ନିଜର ସ୍ୱାମୀଙ୍କୁ ନିଜ ହାତ ମୁଠାରେ ରଖିଥାନ୍ତି।

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ମହିଳାମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏମାନଙ୍କ ସ୍ୱଭାବରେ ଅନ୍ୟମାନେ ଦିୱାନା ହୋଇଥାନ୍ତି। ଏହି ରାଶିର ମହିଳାମାନେ ଶ୍ୱଶୁର ଘରକୁ ନିଜ ଘର ବୋଲି ଭାବି ଚଳିଥାନ୍ତି। ଘରର ବରିଷ୍ଠ ସଦସ୍ୟଙ୍କୁ ସମ୍ମାନ କରନ୍ତି।  ପରିବାର ସଦସ୍ୟଙ୍କ ମନକୁ ନେଇ ଚଳିବାକୁ ଚେଷ୍ଟା କରନ୍ତି। ଏମାନେ ଘର ଭିତରେ କଳହ ସୃଷ୍ଟି କରିବା ଚାହିଁ ନ ଥାନ୍ତି। ସବୁବେଳେ ନିଜର ପରିବାରର ଉନ୍ନତି ବିଷୟରେ ଚିନ୍ତା କରିଥାନ୍ତି।

Previous ArticleNext Article

Leave a Reply

Send this to a friend