ପାଠପଢ଼ାରେ ପିଲାର ମନ ଲାଗି ରହୁ ଚାହୁଁଛନ୍ତି: ଧ୍ୟାନ ଦିଅନ୍ତୁ ଏସବୁ ଉପରେ

ଜ୍ଞାନ ଆରୋହଣ ଅତ୍ୟନ୍ତ ଜରୁରୀ। ପିଲା କେମିତି ପାଠ ପଢ଼ିବ, ଭଲ ମଣିଷ ହେବ ସେଥିପାଇଁ ସବୁ ବାପାମାଆ ଚେଷ୍ଟା କରିଥାନ୍ତି। ପିଲାଙ୍କ ପାଠପଢ଼ାକୁ ନେଇ ସେମାନେ ବହୁତ ଚିନ୍ତିତ ମଧ୍ୟ ରହିଥାନ୍ତି। ଏଇତ ଗଲା ବାପାମାଆଙ୍କ କଥା। ପ୍ରତ୍ୟେକ ପିଲାଙ୍କୁ ସ୍କୁଲ ଆଣିବାକୁ ସରକାର ମଧ୍ୟ କାର୍ଯ୍ୟ କରୁଛନ୍ତି। ପିଲା ଏଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏତେ ସବୁ ପରେ ବି ଯଦି ଚାହୁଁଛନ୍ତି ଆପଣଙ୍କ ପିଲା […]

study

study

Rakesh Mallick
  • Published: Friday, 23 March 2018
  • Updated: 23 March 2018, 08:32 AM IST

Sports

Latest News

ଜ୍ଞାନ ଆରୋହଣ ଅତ୍ୟନ୍ତ ଜରୁରୀ। ପିଲା କେମିତି ପାଠ ପଢ଼ିବ, ଭଲ ମଣିଷ ହେବ ସେଥିପାଇଁ ସବୁ ବାପାମାଆ ଚେଷ୍ଟା କରିଥାନ୍ତି। ପିଲାଙ୍କ ପାଠପଢ଼ାକୁ ନେଇ ସେମାନେ ବହୁତ ଚିନ୍ତିତ ମଧ୍ୟ ରହିଥାନ୍ତି। ଏଇତ ଗଲା ବାପାମାଆଙ୍କ କଥା। ପ୍ରତ୍ୟେକ ପିଲାଙ୍କୁ ସ୍କୁଲ ଆଣିବାକୁ ସରକାର ମଧ୍ୟ କାର୍ଯ୍ୟ କରୁଛନ୍ତି। ପିଲା ଏଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏତେ ସବୁ ପରେ ବି ଯଦି ଚାହୁଁଛନ୍ତି ଆପଣଙ୍କ ପିଲା ଭଲ ପଢୁ ଓ ଭଲ ଚାକିରିଟିଏ କରୁ, ତେବେ ଆପଣଙ୍କୁ ଘରେ କିଛି ଛୋଟ କାମ କରିବାକୁ ପଡିବ। କେବଳ ଭଲ ସ୍କୁଲ ଓ ଭଲ ଶିକ୍ଷକ ଦେଇ ଦେଲେ ଯେ, ପିଲା ପଢିବ ଓ ତା’ର ପାଠପଢ଼ାରେ ମନ ଲାଗି ରହିବ ତାହା ଭାବିବା ଭୁଲ। ପିଲାର ପାଠପଢାରେ ମନ ଲାଗି ରହିବାକୁ ହେଲେ ତା’ ପଢା ଘରେ ସେମିତି ପରିବେଶର ଆବଶ୍ୟକତା ରହିଛି।

ଯଦି ପିଲାଙ୍କ ପାଠପଢ଼ା ଘର ବାସ୍ତୁ ଅନୁସାରେ ହୋଇ ନଥିବ ଯେତେ ଯାହା କଲେ ବି ପାଠପଢାରେ ମନ ଲାଗିବ ନାହିଁ। ରୁମ୍‌ରେ ସକାରାତ୍ମକ ଉର୍ଜା ରହିଲେ ପିଲା ନିଜ ଧ୍ୟାନ କେନ୍ଦ୍ରୀତ କରିପାରିବ ଓ ପାଠପଢ଼ାରେ ମନ ଲାଗିବ। ପିଲାଙ୍କ ପଢା ଘର କେମିତି ହେବା ଦରକାର ଏନେଇ ବାସ୍ତୁଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ପିଲାଙ୍କ ପଢା ଘର କେମିତି ରହିବା ଆବଶ୍ୟକ।

study୧. ପାଠପଢ଼ାରେ ଦେବୀ ସରସ୍ୱତୀଙ୍କ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଯଦି ଆପଣଙ୍କ ଘରେ ସରସ୍ୱତୀଙ୍କ ପୂଜା ସ୍ଥାନ ଭୁଲ ଜାଗାରେ ରହିଛି, ଏହା ଆପଣଙ୍କ ଓ ଆପଣଙ୍କ ପିଲାର ବୁଦ୍ଧି ଓ ଶିକ୍ଷା ଉପରେ ପ୍ରଭାବ ପକାଇବ। ଏହାସହ ବ୍ୟବସାୟରେ ମଧ୍ୟ ନାନା ସମସ୍ୟା ଦେଖାଦେବ। ତେଣୁ ବାସ୍ତୁବିତଙ୍କ ସହ ପରାମର୍ଶ କରନ୍ତୁ ଓ ଆପଣଙ୍କ ଘର ଅନୁସାରେ ଦେବୀ ସରସ୍ୱତୀଙ୍କ ସ୍ଥାନ କେଉଁଠି ହେବା ଦରକାର ତାହା ନିର୍ଦ୍ଧାରଣ କରି ସେଠାରେ ପୂଜା କରନ୍ତୁ। ଏହାଦ୍ୱାରା ପିଲାଙ୍କ ପାଠପଢ଼ାରେ ଉନ୍ନତି ହେବ।

study୨. ଆପଣଙ୍କ ପିଲା ବିଛଣାରେ ବସି ପଢୁଛି କି? ଏପରି କରିବା ଦ୍ୱାରା ପାଠପଢ଼ାରେ ଏକାଗ୍ରତା ଆସି ନଥାଏ। ତେଣୁ ପିଲା ଯେମିତି ବିଛଣାରେ ବସି ପାଠ ନ ପଢେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

study୩. କେଉଁ ଦିଗକୁ ମୁହଁ କରି ପିଲା ପାଠ ପଢିବା ଆବଶ୍ୟକ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ପିଲା ପାଇଁ କେଉଁ ଦିଗ ଶୁଭ ତାହା ଜାଣନ୍ତୁ ଓ ସେହି ଅନୁସାରେ ପିଲାର ଷ୍ଟଡି ଟେବୁଲ ସେଟ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos