ଭେଙ୍କେୟା ଉପରାଷ୍ଟ୍ରପତି, ହାରିଗଲେ ମହାତ୍ମା ଗାନ୍ଧିଙ୍କ ନାତି

ନୂଆଦିଲ୍ଲୀ: ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଜିତିଲେ ଭେଙ୍କେୟା ନାଇଡୁ। ଏନ୍‌ଡିଏ ପ୍ରାର୍ଥୀ ଭେଙ୍କେୟା ବିରୋଧୀ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୭୭୧ଟି ଭୋଟ ପଡ଼ିଥିବା ବେଳେ ଭେଙ୍କେୟାଙ୍କ ଖାତାରେ ୫୧୬ଟି ପଡ଼ିଥିବା ବେଳେ ଗୋପାଳ କୃଷ୍ଣଙ୍କ ଖାତାରେ ୨୪୪ଟି ପଡ଼ିଥିଲା।  ବିଜୟ ପରେ  ଭେଙ୍କେୟାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିରୋଧୀ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧି ମଧ୍ୟ ଭେଙ୍କେୟାଙ୍କ ଶୁଭ କାମନା […]

gandhi

gandhi

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 10:57 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଜିତିଲେ ଭେଙ୍କେୟା ନାଇଡୁ। ଏନ୍‌ଡିଏ ପ୍ରାର୍ଥୀ ଭେଙ୍କେୟା ବିରୋଧୀ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୭୭୧ଟି ଭୋଟ ପଡ଼ିଥିବା ବେଳେ ଭେଙ୍କେୟାଙ୍କ ଖାତାରେ ୫୧୬ଟି ପଡ଼ିଥିବା ବେଳେ ଗୋପାଳ କୃଷ୍ଣଙ୍କ ଖାତାରେ ୨୪୪ଟି ପଡ଼ିଥିଲା।  ବିଜୟ ପରେ  ଭେଙ୍କେୟାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ବିରୋଧୀ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧି ମଧ୍ୟ ଭେଙ୍କେୟାଙ୍କ ଶୁଭ କାମନା କରିଛନ୍ତି।  ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ  ୭୮୫ ଜଣ ସଦସ୍ୟଙ୍କ ମଧ୍ୟରୁ ୭୭୧ ଜଣ ଭାଗ ନେଇଥିଲେ।

ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୯୮.୨୧ ପ୍ରତିଶତ ଭୋଟିଂ ହୋଇଥିଲା।  ଆଜି ୧୪ ଜଣ ଅନୁପସ୍ଥିତ ଥିଲେ । ୧୧ଟି ଭୋଟ ନାକଚ ହୋଇଥିଲା। ସୂଚନା ଅନୁଯାୟୀ ବିଜେପି ପକ୍ଷରୁ ଏନ୍‌ଡିଏ ସମର୍ଥିତ ସହରାଞ୍ଚଳ ବିକାଶ ମନ୍ତ୍ରୀ  ଭେଙ୍କେୟାଙ୍କୁ ଏହି ପଦ ପାଇଁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ୟୁପିଏ ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ପ୍ରାର୍ଥୀ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos