ବହୁ ଉପକାରୀ ଭିଜା ବାଦାମ

almond

ପିସ୍ତା ବାଦାମ  ହେଉଛି ଭିଟାମିନ୍‌ ଏବଂ ମିନେରାଲର ଏକ ଉତ୍ତମ ଗନ୍ତାଘର। ପ୍ରତିଦିନ ସକାଳେ ଭିଜା ହୋଇଥିବା ବାଦାମ ଖାଇବା ଦ୍ୱାରା ପାଚନ ତନ୍ତ୍ର ଓ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଭଲ। ଏଥିରେ  ଭିଟାମିନ୍‌-ଇ, କ୍ୟାଲ୍‌ସିୟମ୍‌, କପର୍‌ ଓ ଆଇରନ୍‌ ରହିଛି ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ଭିଜା ହୋଇଥିବା ବାଦାମ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ।

ପେଟ ସମ୍ୱନ୍ଧୀୟ ସମସ୍ୟାରୁ ମୁକ୍ତି ଦିଏ

ଭିଜା ବାଦାମ ଖାଇବା ଦ୍ୱାରା ହଜମ ପକ୍ରିୟା ଠିକ୍‌ ରହେ। ବାଦାମରେ ଏନ୍‌ଜାଇମ୍‌ ଅବରୋଧକ ଶକ୍ତି ରହିଛି।  ଯାହା ସମସ୍ତ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ।

ତ୍ୱଚାରେ ଚମକ ଆଣେ

ବାଦାମରେ ଭିଟାମିନ ଇ ଓ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ଫ୍ରି ରେଡିକଲ୍ସକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏହା ସହ ତ୍ୱଚା ସମ୍ୱନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ। ବାଦାମ ପେଷ୍ଟ ମୁହଁରେ ଲଗାଇବା ଦ୍ୱାରା ଦାଗ ବ୍ରଣ ସମସ୍ୟା ଦୂର ହୁଏ।

ହୃଦୟକୁ ସୁସ୍ଥ ରଖେ

ଭିଜା ହୋଇଥିବା ବାଦାମରେ ପ୍ରୋଟିନ୍‌, ପୋଟାସିୟମ୍‌ ଓ ମ୍ୟାଗନେସିୟମ୍‌ ରହିଛି ଯାହା କୋଲେଷ୍ଟ୍ରଲ୍‌ ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ଏବଂ ହୃଦ୍‌ରୋଗର ଆଶଙ୍କାକୁ କମ୍‌ କରାଇଥାଏ।

କେଶ ପାଇଁ ଭଲ

କେଶ ପାଇଁ ବଡ ଉପକାରୀ ହୋଇଥାଏ। ଏହା ନ୍ୟାଚୁରାଲ କଣ୍ଡିସନର ଭାବେ କାମ କରିଥାଏ। ଏହା କେଶର ମୂଳକୁ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ।

ଏନର୍ଜି ଯୋଗାଏ

ବାଦାମରେ ମାଙ୍ଗାନିଜ, କପର୍‌ ଓ ରାଇବୋଫ୍ଲୋବିନ ରହିଛି ଯାହା ଶରୀରକୁ ସଙ୍ଗେ ସଙ୍ଗେ ଏନର୍ଜି ଯୋଗାଇଥାଏ।

 

Previous ArticleNext Article

Send this to a friend