ପୁରୀ ରାମରହିମ ଆଶ୍ରମ ଆଗରେ ବିକ୍ଷୋଭ

ପୁରୀ (ଓଡ଼ିଶା ରିପୋର୍ଟର): ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ବାବା ଗୁରୁମିତ୍‌ ରାମରହିମ ସିଂହଙ୍କୁ ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ବାବାଙ୍କୁ ବିରୋଧକରି ଆଜି ସନ୍ଧ୍ୟାରେ ପୁରୀ-କୋଣାର୍କ ରାସ୍ତାର ବେଲେଶ୍ୱରପାଟଣା ସ୍ଥିତ ରାମରହିମ ଆଶ୍ରମ ଆଗରେ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ସ୍ଥିତି ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବାବା ରାମ୍‌ରହିମ୍‌ ଦୋଷୀ ସାବ୍ୟସ୍ତ ହେବା ପରେ ପଞ୍ଜାବ, ହରିୟାଣା, ରାଜସ୍ତାନ ଓ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ସମର୍ଥକମାନେ ଓବି ଭ୍ୟାନ୍‌ ଓ ଗାଡ଼ିରେ ନିଆଁ ଲଗାଇଦେଇଥିଲେ। ଫଳରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହାଛଡ଼ା ବହୁ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ସ୍ଥିତିକୁ ନିୟମନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Previous ArticleNext Article

Send this to a friend