‘ଇମ୍ରାନ୍‌ ଖାନ୍‌’ ପାକିସ୍ତାନୀଙ୍କ ପ୍ରଥମ ପସନ୍ଦ କାହିଁକି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟରରୁ ରାଜନେତା ସାଜିଥିବା ଇମ୍ରାନ୍‌ ଖାନ୍‌ ଏବେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି। ପାକିସ୍ତାନର ସାଧାରଣ ନିର୍ବାଚନରେ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହେରିକ୍-ଏ-ଇନସାଫ୍‌କୁ ସର୍ବାଧିକ ଆସନ ମିଳିଥିବା ଜଣାପଡ଼ିଛି। ପାକିସ୍ତାନ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ୨୭୨ ସଦସ୍ୟ ବିଶିଷ୍ଟ ଜାତୀୟ ଆସେମ୍ବ୍ଲିର ଘୋଷିତ୨୫୧ଟି ଆସନରୁ ପାକିସ୍ତାନ ତେହେରିକ-ଏ-ଇନସାଫ ସର୍ବାଧିକ ୧୧୬ଟି ଆସନରେ ବିଜୟୀ ହୋଇଛି। ଏହା ସହ ଏକ ଇତିହାସ ମଧ୍ୟ ଯୋଡ଼ି ହୋଇଯାଇଛି। ବିଶ୍ୱ ଇତିହାସରେ ପ୍ରଥମ ଥର […]

super man copy

super man copy

Rakesh Mallick
  • Published: Saturday, 28 July 2018
  • Updated: 28 July 2018, 05:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟରରୁ ରାଜନେତା ସାଜିଥିବା ଇମ୍ରାନ୍‌ ଖାନ୍‌ ଏବେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି। ପାକିସ୍ତାନର ସାଧାରଣ ନିର୍ବାଚନରେ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହେରିକ୍-ଏ-ଇନସାଫ୍‌କୁ ସର୍ବାଧିକ ଆସନ ମିଳିଥିବା ଜଣାପଡ଼ିଛି। ପାକିସ୍ତାନ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ୨୭୨ ସଦସ୍ୟ ବିଶିଷ୍ଟ ଜାତୀୟ ଆସେମ୍ବ୍ଲିର ଘୋଷିତ୨୫୧ଟି ଆସନରୁ ପାକିସ୍ତାନ ତେହେରିକ-ଏ-ଇନସାଫ ସର୍ବାଧିକ ୧୧୬ଟି ଆସନରେ ବିଜୟୀ ହୋଇଛି। ଏହା ସହ ଏକ ଇତିହାସ ମଧ୍ୟ ଯୋଡ଼ି ହୋଇଯାଇଛି। ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ଜଣେ କ୍ରିକେଟର୍ କୌଣସି ଦେଶର ପ୍ରଧାନମନ୍ତ୍ରୀ ହେବେ।

ଇମ୍ରାନଙ୍କ ପାଇଁ କ୍ରିକେଟ କ୍ୟାପଟେନ୍‌ରୁ ଦେଶର ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାତ୍ରା କରିବା ଏତେ ସହଜ ନଥିଲା। କ୍ରିକେଟରେ ନିଜର ଆଧିପତ୍ୟ ସ୍ଥାପନ କରିବା ପରେ ୧୯୯୬ ମସିହାରେ ସେ ପାକିସ୍ତାନ ତେହେରିକ-ଏ-ଇନସାଫ୍‌ ପାର୍ଟି ଗଢ଼ିଥିଲେ। ପ୍ରଥମ ନିର୍ବାଚନରେ ତାଙ୍କୁ ମାତ୍ର ଗୋଟିଏ ସିଟ୍‌ରେ ବିଜୟ ହାସଲ ହୋଇଥିଲା। ହେଲେ ସେ ହାର୍ ନମାନି ନିଜର ସଂଘର୍ଷ ଜାରି ରଖିଥିଲେ। ଆଉ ସେହି ସଂଘର୍ଷ ଯୋଗୁ ତାଙ୍କର ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ପୁରା ହେବାକୁ ଯାଉଛି।

ଏଠାରେ ପ୍ରଶ୍ନ ଉଠୁଛି ଯେ ମାତ୍ର ଗୋଟିଏ ସିଟ୍‌ରେ ବିଜୟ ଲାଭ କରିଥିବା ପାର୍ଟି ଆଜି ସର୍ବାଧିକ ଆସନ ପାଇଲା କେମିତି? ପାକିସ୍ତାନର ପ୍ରଥମ ପସନ୍ଦ ଇମ୍ରାନ୍‌ ଖାନ୍‌ କାହିଁକି? କ’ଣ ପାଇଁ ପାକିସ୍ତାନର ଜନତା ଇମ୍ରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ବନାଇବାକୁ ଚାହୁଁଛନ୍ତି? ଆସନ୍ତୁ ଜାଣିବା ଇମରାନଙ୍କ ବିଜୟର କାରଣ ବିଷୟରେ।

୧. ଶରିଫ୍‌ଙ୍କ ପରିବାର ବିରୋଧରେ ଭ୍ରଷ୍ଟାଚାରର ଖୁଲାସା

ପାକିସ୍ତାନର ରାଜନୀତିରେ ଏବେ ଭ୍ରଷ୍ଟାଚାର ହେଉଛି ସବୁଠୁ ବଡ଼ ପ୍ରସଙ୍ଗ। ଇମ୍ରାନ୍‌ ନିଜ ନିର୍ବାଚନ ଅଭିଯାନ ସମୟରେ ଭ୍ରଷ୍ଟାଚାର ମାମଲା ଉଠାଇଥିଲେ। ଶରିଫ୍ ଓ ଭୁଟ୍ଟୋଙ୍କ ପରିବାର ବିରୁଦ୍ଧରେ ଭ୍ରଷ୍ଟାଚାର ମାମଲା ସାମ୍ନାକୁ ଆସିବା ପରେ ଇମ୍ରାରାନଙ୍କ ଅଭିଯାନକୁ ବଳ ମିଳିଥିଲା। ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ପାନାମା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍‌ଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ସେପଟେ ଇମ୍ରାନଙ୍କ ବିରୁଦ୍ଧରେ ଭ୍ରଷ୍ଚାଚାରର କୌଣସି ମାମଲା ନ ଥିଲା। ତାଙ୍କର ଛବି ସମ୍ପୁର୍ଣ୍ଣ ସ୍ୱଚ୍ଛ ଥିଲା। ଯାହା ଫଳରେ ସାଧାରଣ ଜନତା ତାଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ।

୨. ବଂଶବାଦ ବିରୁଦ୍ଧରେ ଜନାଦେଶ

ପାକିସ୍ତାନର ରାଜନୀତିରେ ଭୁଟ୍ଟୋ ଓ ଶରିଫ୍‌ଙ୍କ ପରିବାର ଦୀର୍ଘ କାଳରୁ ଶାସନ ଭାର ଚଳାଇ ଆସୁଛନ୍ତି। ସେନାର ପ୍ରାଧାନ୍ୟ ଥାଇ ବି ଏଇ ଦୁଇ ପରିବାର ସବୁଠୁ ଲମ୍ବା ସମୟ ଯାଏ ପାକିସ୍ତାନରେ ରାଜ୍ କରିଥିଲେ। କିନ୍ତୁ ସେଠାକାର ଜନତା ଏହି ବଂଶବାଦକୁ ବିଦା କରିବାକୁ ଚାହୁଁଥିଲେ। ତେଣୁ ଇମରାନଙ୍କ ବିଜୟକୁ ପାକିସ୍ତାନରେ ବଂଶବାଦ ବିରୁଦ୍ଧରେ ଜନାଦେଶ ଭାବେ ଦେଖାଯାଉଛି।

୩. ସେନା ଓ କଠୋରପନ୍ଥୀଙ୍କ ଖୋଲା ସମର୍ଥନ

ପାକିସ୍ତାନର ସାଧାରଣ ନିର୍ବାଚନରେ ପାକିସ୍ତାନ ତେହେରିକ-ଏ-ଇନସାଫ୍‌ ପାର୍ଟିକୁ ସେନା ଓ କଠୋରପନ୍ଥୀମାନଙ୍କର ଖୋଲା ସମର୍ଥନ ମିଳିଛି।  ଇମ୍ରାନଖାନ୍‌ଙ୍କୁ ପାକ୍‌ ସେନାଙ୍କର ପ୍ରଥମ ପସନ୍ଦ ବୋଲି କୁହାଯାଉଛି। କେବଳ ଏଥିପାଇଁ ଇମ୍ରାନ୍‌ ସେନା ବିରୁଦ୍ଧରେ କୌଣସି ବୟାନ ଦେଇନାହାନ୍ତି। ଏଥି ସହ ସେ ପୂର୍ବ ପ୍ରଧାନମନ୍ତ୍ରୀ ଶରିଫ୍‌, ସେନା ବିରୁଦ୍ଧରେ ବୟାନ ଦେଇ ସେନାକୁ ଦୁର୍ବଳ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏହା ବ୍ୟତୀତ କଠୋରପନ୍ଥୀ ସଙ୍ଗଠନ ହରକତ୍‌-ଉଲ୍‌-ମୁଜାହିଦିନର ଗ୍ୟାଙ୍ଗଷ୍ଟର ଓ ଅଲକାଇଦାର ବିଶେଷ ସଦସ୍ୟ ପଜ୍‌ଲୁର ରହମାନ ଖଲିଲ୍‌ ମଧ୍ୟ ଇମ୍ରାନ୍‌ଙ୍କ ପାର୍ଟିକୁ ସମର୍ଥନ କରିଛନ୍ତି।

୪. ଯୁବପିଢ଼ିଙ୍କୁ ଆକର୍ଷିତ କରିବାରେ ସଫଳ

ପାକିସ୍ତାନ୍‌ର ଯୁବପିଢ଼ି ଉପରେ ଇମ୍ରାନ୍‌ ଖାନ୍‌ଙ୍କର ବେଶ ପ୍ରଭାବ ରହିଛି।  ତାଙ୍କୁ ପାକିସ୍ତାନ କ୍ରିକେଟର୍ ଆଇକନ୍‌ ବୋଲି କୁହାଯାଏ। ୧୩ ବର୍ଷ ବୟସରୁ ହିଁ ଇମରାନ୍‌ କ୍ରିକେଟ ଖେଳିବା ଆରମ୍ଭ କରିଦେଇଥିଲେ। ୧୯୭୧ ମସିହାରେ ସେ ଇଂଲଣ୍ଡ ବିରୁଦ୍ଧରେ ୧୮ବର୍ଷ ବୟସରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ଏହାପରେ ସେ ୧୯୮୨ରୁ୧୯୯୨ ଯାଏଁ ପାକିସ୍ତାନ୍ କ୍ରିକେଟ ଟିମ୍‌ର ଅଧିନାୟକ ଭାର ସମ୍ଭାଳିଥିଲେ। ତାଙ୍କ ଅଧିନାୟତ୍ୱରେ ପାକିସ୍ତାନ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ୱକପ୍‌ ହାସଲ କରିଥିଲା। ତେଣୁ ଇମ୍ରାନ୍‌ଙ୍କୁ ପାକିସ୍ତାନର ସବୁଠୁ ସଫଳ କ୍ରିକେଟର ଓ ଅଧିନାୟକ ବୋଲି କୁହାଯାଏ।

୫. ରାଷ୍ଟ୍ରବାଦୀ ନେତାର ଛବି

ପାକିସ୍ତାନରେ ଇମ୍ରାନ୍ ଖାନ୍‌ ନିଜର ଛବି ଜଣେ ରାଷ୍ଟ୍ରବାଦୀ ନେତା ରୂପରେ ବନାଇବାରେ ସକ୍ଷମ ହୋଇଛନ୍ତି। ଦେଶ ହିତରେ ସେ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ବିଶେଷ କରି ଭାରତ ବିରୋଧରେ ବୟାନ ଦେଇ ସେ ଜନତାଙ୍କ ମନ ଜିତିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ  ନୱାଜ ଶରିଫ୍‌ଙ୍କୁ ସେ 'ଭାରତର ଗେହ୍ଲା ପୁଅ' ବୋଲି କହିଛନ୍ତି। ସେ ପାକିସ୍ତାନରେ ଆମେରିକୀୟ ସେନାର ଦଖଲକୁ ମଧ୍ୟ ବିରୋଧ କରିଛନ୍ତି। ଫଳରେ ଅଲକାଇଦା ମଧ୍ୟ ତାଙ୍କୁ ସମର୍ଥନ କରୁଛି।

୬. ଯୁବପିଢ଼ିଙ୍କୁ ବିକାଶର ସ୍ୱପ୍ନ

ଇମରାନ୍‌ ଖାନ୍‌ ନିର୍ବାଚନ ସମୟରେ ଯୁବପିଢ଼ିଙ୍କୁ ବିକାଶର ସ୍ୱପ୍ନ ଦେଖାଇଥିଲେ। ଯଦି ପାକ୍‌ରେ ତାଙ୍କ ସରକାର ଆସେ ତେବେ ସେ ପାକିସ୍ତାନକୁ ଭାରତଠୁ ବି ଆଗକୁ ନେଇଯିବେ ବୋଲି ଜନତାଙ୍କୁ ବିଶ୍ୱାସ ଦେଇଥିଲେ। ବର୍ତ୍ତମାନ ପାକିସ୍ତାନର ସବୁଠୁ ବଡ଼ ସମସ୍ୟା ହେଇଛି ବେରୋଜଗାର ସମସ୍ୟା। ତେଣୁ ଇମରାନ୍‌ଙ୍କ ବିକାଶର ପ୍ରତିଶୃତି ଯୁବପିଢ଼ିଙ୍କୁ ବେଶ ପ୍ରଭାବିତ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story