ଚତୁର ସରକାରୀ ବାବୁ: ମା'କୁ ଘାତକ ସଜାଇ ସରକାରକୁ ବଞ୍ଚାଇ ଦେଲେ !

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ଆତ୍ମହତ୍ୟା କରିଥିବା କୁନ୍ଦୁଲିର ନାବାଳିକା ଏବେ ବିଜେଡି ସରକାର ଉପରେ ବୋଝ ପାଲଟି ଯାଇଛନ୍ତି। ଏଥିରୁ ମୁକ୍ତି ପାଇବାକୁ ଶାସକ ଦଳ, ନାବାଳିକାଙ୍କ ମାଆ ଲେଖିଥିବା ଏକ ଦରଖାସ୍ତକୁ ଅସ୍ତ୍ର ଭାବେ ଉପସ୍ଥାପନ କରିଛି। ଦରଖାସ୍ତଟି ନାବାଳିକା ବଞ୍ଚିଥିବା ବେଳେ, ତାଙ୍କ ମାଆ କୋରାପୁଟ ଶିଶୁ ମଙ୍ଗଳ ସମିତିକୁ ଲେଖିଥିଲେ। ସେଥିରେ ସେ ଲେଖିଥିଲେ- ‘ମୋର ଝିଅ ରଙ୍ଗଲତା (ଛଦ୍ମନାମ)କୁ କୌଣସି ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନରେ ରଖି ପାଠ ପଢ଼ାଇବାକୁ ଚାହୁଁନାହିଁ। ଝିଅକୁ […]

Application

Application

Ordigital Desk
  • Published: Tuesday, 23 January 2018
  • Updated: 23 January 2018, 09:00 PM IST

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ଆତ୍ମହତ୍ୟା କରିଥିବା କୁନ୍ଦୁଲିର ନାବାଳିକା ଏବେ ବିଜେଡି ସରକାର ଉପରେ ବୋଝ ପାଲଟି ଯାଇଛନ୍ତି। ଏଥିରୁ ମୁକ୍ତି ପାଇବାକୁ ଶାସକ ଦଳ, ନାବାଳିକାଙ୍କ ମାଆ ଲେଖିଥିବା ଏକ ଦରଖାସ୍ତକୁ ଅସ୍ତ୍ର ଭାବେ ଉପସ୍ଥାପନ କରିଛି। ଦରଖାସ୍ତଟି ନାବାଳିକା ବଞ୍ଚିଥିବା ବେଳେ, ତାଙ୍କ ମାଆ କୋରାପୁଟ ଶିଶୁ ମଙ୍ଗଳ ସମିତିକୁ ଲେଖିଥିଲେ।

ସେଥିରେ ସେ ଲେଖିଥିଲେ- ‘ମୋର ଝିଅ ରଙ୍ଗଲତା (ଛଦ୍ମନାମ)କୁ କୌଣସି ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନରେ ରଖି ପାଠ ପଢ଼ାଇବାକୁ ଚାହୁଁନାହିଁ। ଝିଅକୁ ମୋ ସାଙ୍ଗରେ ଆମ୍ଭ ଘରକୁ ନେଇଯିବାକୁ ଚାହୁଁଛି। ମୁଁ ତା’ର ସମସ୍ତ ଯତ୍ନ ଓ ସୁରକ୍ଷା ଦାୟିତ୍ୱ ନେବି, ତାକୁ ତା’ର ଶିକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବି। ସେ ଭବିଷ୍ୟତରେ ଯଦି କୌଣସି ଅପ୍ରୀତିକର ଘଟଣା ବା ଆତ୍ମହତ୍ୟା କରେ ତାହା ପାଇଁ ଆମ୍ଭେ ଦାୟି ରହିବୁ। ମୋର ଝିଅକୁ ବା ମୋର ପରିବାର ପାଇଁ କୌଣସି ପୋଲିସ୍ ସୁରକ୍ଷା ଦରକାର ନାହିଁ।’

ଏହି ଦରଖାସ୍ତରେ ନାବାଳିକାଙ୍କ ମାଆଙ୍କ ନାଁ ଲେଖାଯାଇଛି ଓ ସେଥିରେ ସେ ନିଜର ଟିପଚିହ୍ନ ଦେଇଛନ୍ତି। ଖାଲି ସେତିକି ନୁହେଁ, ଏଥିରେ ଝିଅର ଭାଇ ଓ ଖୁଡ଼ି ସାକ୍ଷୀ ପଡ଼ିଛନ୍ତି। ସେମାନେ ଏଥିରେ ଦସ୍ତଖତ କରିଛନ୍ତି। ଦରଖାସ୍ତଟିରେ କୋରାପୁଟ ଏସ୍‌ପି ଅଫିସ୍‌ର ଷ୍ଟାମ୍ପ ମରାଯାଇଛି ଓ ସେଥିରେ ନିଜେ ଏସ୍‌ପି ସାଇନ୍ କରିଛନ୍ତି। ଏସ୍‌ପି ଯେଉଁ ସାଇନ୍ କରିଛନ୍ତି ସେଥିରେ ତାରିଖ ପଡ଼ିଛି ୨୮.୧୧.୨୦୧୭।

କହିବା କଥା ହେଲା, ବୋଧହୁଏ ଇଏ ହେଉଛନ୍ତି ବିଶ୍ୱର ପ୍ରଥମ ମାଆ, ଯିଏ ହାତ କାଟି ଲେଖି ଦେଇଛନ୍ତି, ତାଙ୍କ ଝିଅ ଆତ୍ମହତ୍ୟା କଲେ ସେଥିପାଇଁ ସେ ହିଁ ଦାୟୀ ରହିବେ। ପାଠକ ପାଠିକା ବିଚାର କରିବେ, ଏକ ସଭ୍ୟ ଓ ସୁସ୍ଥ ସମାଜରେ ଏହା କ’ଣ କେବେ ସମ୍ଭବ? ଅସମ୍ଭବ ମନେହେଉଥିବା ଏ ଧାଡ଼ିଟି ଲେଖିଛି କିଏ? ନାବାଳିକାଙ୍କ ମାଆ ଟିପ ଚିହ୍ନ ଦେଇଥିବାରୁ ସେ ଯେ ପାଠ ପଢ଼ି ନାହାଁନ୍ତି ତାହା ସ୍ପଷ୍ଟ। ତେଣୁ ଦରଖାସ୍ତଟିରେ କ’ଣ ଲେଖାଯାଇଛି, ତାହା ସେ ଜାଣିନଥିବେ। ପୋଲିସ୍ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ ସମିତିର କୌଣସି ବାବୁ ନିଶ୍ଚୟ ଏହି ଦରଖାସ୍ତଟି ଲେଖିଛନ୍ତି। ମାଆ ଜଣକ ନିଜ ଝିଅକୁ ନିଜ ଘରକୁ ନେଇଯିବାକୁ ଉତ୍କଣ୍ଠିତ ଥିଲେ। ତେଣୁ ସରକାରୀ ବାବୁ ମୌକା ପାଇ ନିଜ ଦୋଷ ଛଡ଼େଇବାକୁ ସବୁକିଛି ଲେଖି ଦେଇଛନ୍ତି ଦରଖାସ୍ତରେ, ଯେମିତିକି ପରେ ଆଉ ସରକାର କିମ୍ବା ପ୍ରଶାସନ ପାଇଁ ଅସୁବିଧା ସୃଷ୍ଟି ହେବନି।

କିନ୍ତୁ ଦରଖାସ୍ତରେ କ’ଣ ଲେଖାଯାଇଛି, ସେ ସଂପର୍କରେ ସରକାରୀ ବାବୁ ନାବାଳିକାଙ୍କୁ କମ୍ବା ତାଙ୍କ ମାଆଙ୍କୁ ବୁଝାଇଥିଲେ କି? ମାଆ ଜଣକ ଯେହେତୁ ଆଦିବାସୀ ଭାଷା ଜାଣନ୍ତି, ସେ କେବେବି ଓଡ଼ିଆରେ ଲିଖିତ ଏ ଦରଖାସ୍ତକୁ କେବେ ବୁଝି ନଥିବେ। ଏଭଳି ସ୍ଥିତିରେ କେମିତି ଜଣେ ମାଆ କହିବାକୁ ସାହସ କରିବ ଯେ, ତା ଝିଅ ଯଦି ଆତ୍ମହତ୍ୟା କରେ ସେଥିପାଇଁ ସେ ଦାୟି ବୋଲି? ମାଆ ଯଦି ଜାଣିଥାନ୍ତା, କୌଣସି ପରିସ୍ଥିତିରେ ତା ଝିଅଟି ଆତ୍ମହତ୍ୟା ବି କରିପାରେ, ସେ କ’ଣ କେବେ ଘରକୁ ପଳେଇବାକୁ ଦରଖାସ୍ତ ଲେଖିଥାନ୍ତା? ସବୁଠୁ ବଡ଼ କଥା ହେଲା, ସରକାରଙ୍କ ତଳିଆ କର୍ମଚାରୀଙ୍କର ସିନା ବୁଦ୍ଧି କମ୍, ବଡ଼ ଅଫିସର ସବୁ କରୁଥିଲେ କ’ଣ? ସେମାନେ ଏହାକୁ ପଢ଼ିଥିଲେ ତ? ଏସ୍‌ପି ବାବୁ ତ ଦସ୍ତଖତ କରିଛନ୍ତି, ତେଣୁ ସେ ନିଶ୍ଚୟ ଏହାକୁ ପଢ଼ିଥିବେ।

ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ସମସ୍ତେ ମିଳିମିଶି ‘ଆତ୍ମହତ୍ୟା’ ଶବ୍ଦଟି ଦରଖାସ୍ତରେ ଲେଖିଛନ୍ତି। କାରଣ ନାବାଳିକାଙ୍କ ମାଆ ଟିଭି କ୍ୟାମେରା ଆଗରେ ନିଜେ ପ୍ରତିକ୍ରିୟା ଦେଇ ସାରିଲେଣି ଯେ, ତାଙ୍କୁ ଜୋର୍ ଜବରଦସ୍ତ କରି ଦରଖାସ୍ତରେ ଟିପଚିହ୍ନ ନିଆଯାଇଛି। ଏ ଜୋରଜବରଦସ୍ତ କରିଥିବା ସରକାରୀ କର୍ମଚାରୀ କିଏ? ଆପଣମାନେ ଚିନ୍ତା କରନ୍ତୁ, ନିଜକୁ ଓ ନିଜ ସରକାରକୁ ଦୋଷମୁକ୍ତ କରିବାକୁ ଏ ଅଫିସରମାନେ କେତେ ନୀଚ୍ଚ ସ୍ତରକୁ ଯାଇପାରନ୍ତି। ଦରଖାସ୍ତଟି ଲେଖିଥିବା ସରକାରୀ କର୍ମଚାରୀକୁ ଓ ତାଙ୍କ ବାବୁମାନଙ୍କୁ ସରକାର ଏବେ ଧରିବେ କି? ନା, ଏଭଳି ଏକ ଚତୁର ଦରଖାସ୍ତ ଲେଖି ସରକାରକୁ ବଞ୍ଚେଇ ଦେଇଥିବା ଏ ବାବୁମାନଙ୍କୁ ପୁରସ୍କାର ଦିଆଯିବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story