ଅଭିନବ ପ୍ରତିବାଦ: ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ମଦ ବିକି ବିରୋଧ ଜାହିର କଲେ ମହିଳା

ଭଦ୍ରକ: ଧାରଣାସ୍ଥଳରେ ମଦ। ଗୋଟିଏ କି ଦୁଇଟି ନୁହେଁ ବିଭିନ୍ନ ବ୍ରାଣ୍ଡର ଦେଶୀ ଓ ବିଦେଶୀ ମଦ ରଖାଯାଇଛି। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଏପରି ଅଭିନବ ଉପାୟରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ। ଆନ୍ଦୋଳନକାରୀମାନେ ପାଖାପାଖି ୩ଟି କାଉଁଣ୍ଟର ଖୋଲି ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଜନବସତି, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ପାଖରେ ମଦ ଦୋକାନ ଖୋଲି ପାରିବ ନାହିଁ। ଏଥିପାଇଁ କଡ଼ା ଆଇନ୍‌ ରହିଛି। ମାତ୍ର ଏହି […]

wine protest-in-bhadrak

wine protest-in-bhadrak

Rakesh Mallick
  • Published: Monday, 14 August 2017
  • Updated: 14 August 2017, 10:24 PM IST

Sports

Latest News

ଭଦ୍ରକ: ଧାରଣାସ୍ଥଳରେ ମଦ। ଗୋଟିଏ କି ଦୁଇଟି ନୁହେଁ ବିଭିନ୍ନ ବ୍ରାଣ୍ଡର ଦେଶୀ ଓ ବିଦେଶୀ ମଦ ରଖାଯାଇଛି। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଏପରି ଅଭିନବ ଉପାୟରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ। ଆନ୍ଦୋଳନକାରୀମାନେ ପାଖାପାଖି ୩ଟି କାଉଁଣ୍ଟର ଖୋଲି ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ଜନବସତି, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ପାଖରେ ମଦ ଦୋକାନ ଖୋଲି ପାରିବ ନାହିଁ। ଏଥିପାଇଁ କଡ଼ା ଆଇନ୍‌ ରହିଛି। ମାତ୍ର ଏହି ଆଇନ୍‌କୁ ଭଦ୍ରକ ସହର ମଠସାହି ଅଞ୍ଚଳରେ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି। ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ ଏଠାରେ ଏକ ବିଅର ବାର୍‌ ଖୋଲା ଯାଇଛି। ଯାହାକୁ ଦୀର୍ଘ ଦିନରୁ ଲୋକେ ବିରୋଧ କରୁଛନ୍ତି। ଏପରିକି ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ଜିଲ୍ଲା ପ୍ରଶାସନ ଗାଁ ଲୋକଙ୍କ ଅଭିଯୋଗକୁ ଶୁଣୁ ନାହାନ୍ତି। ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ୪ ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକାରୀ ଧାରଣା ସ୍ଥଳ ଦେଇ ପ୍ରତିଦିନ ଅଫିସ୍‌ ଯାଉଥିଲେ ମଧ୍ୟ ଲୋକଙ୍କ ଗୁହାରି ଶୁଣୁନାହାନ୍ତି। ଫଳରେ ଆନ୍ଦୋଳନକାରୀ ଆଜି ଧାରଣାସ୍ଥଳରେ ବିଭିନ୍ନ ବ୍ରାଣ୍ଡର ମଦ ରଖି ପ୍ରତିବାଦ କରିଛନ୍ତି। ମଦ ଦୋକାନ ନ ଉଠିବା ଯାଏ ଏମିତି ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ କହିଥିଲେ।

ଆନ୍ଦୋଳନକାରୀ ମେନକା ଜେନା କହିଛନ୍ତି-“ରାଜଘାଟ ଛକରେ ସ୍କୁଲ, ଶିବ ମନ୍ଦିର, ତାରିଣୀ ମନ୍ଦିର, ଶନିମନ୍ଦିର ଓ ଦକ୍ଷିଣଶ୍ୱର କାଳି ମନ୍ଦିର ପରି ଧାର୍ମିକ ଅନୁଷ୍ଠାନ ରହିଛି। ଏଠାକୁ ପ୍ରତିଦିନ ବହୁ ଭକ୍ତ ଆସିଥାନ୍ତି। ଏହାସତ୍ତ୍ୱେ ଏଠାରେ ମଦ ବାର୍‌ ଖୋଲା ଯାଇଛି। ମଦ ପିଇ ମଦ୍ୟପମାନେ ଏଠାରେ ଅରାଜକତା ସୃଷ୍ଟି କରୁଛନ୍ତି। ଅନେକ ସମୟରେ ଗାଡ଼ି ଜାମ ହେଉଛି, ଆମେ ଘରୁ ବାହାରି ପାରୁନାହୁଁ।”

ମଠସାହି ଗ୍ରାମବାସୀ ପ୍ରବୀର ଜେନା କହିଛନ୍ତି-“ମଦକୁ ବିରୋଧରେ ଦୀର୍ଘ ୫ ଦିନ ହେଲା ଧାରଣା ଚାଲିଛି। ମାତ୍ର ଏଥିପ୍ରତି ଜିଲ୍ଲାପାଳ କର୍ଣ୍ଣପାତ ନକରିବା ଦୁର୍ଭାଗ୍ୟର ବିଷୟ। ଏହାର ପ୍ରତିବାଦରେ ଆଜି ସାଙ୍କେତିକ ପ୍ରତିବାଦ କରାଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story