ଶୀତର ପ୍ରକୋପ ଜାରି, ଫୁଲବାଣୀରେ ତାପମାତ୍ରା ୮ ଡିଗ୍ରୀ

winterr

କନ୍ଧମାଳ: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଫୁଲବାଣୀର ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀ ସେଲିସିୟସ ରହୁଛି।

ଜିଲ୍ଲାର ଆଭ୍ୟନ୍ତରୀଣ ଓ ପାହାଡିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିଛି। ସକାଳୁ କାକର ସାଙ୍ଗକୁ କୁହୁଡି ଯୋଗୁଁ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାତି ହୋଇଗଲେ ରାସ୍ତାଘାଟ ଶୂନଶାନ ହୋଇଯାଉଛି।

Previous ArticleNext Article

Send this to a friend