ଚୋରି ହୋଇଗଲା ବିଶ୍ୱର ଦାମିକିଆ ଭୋଡକା ବୋତଲ, ୮କୋଟି ପାଣିରେ

ବିଶ୍ୱର ସବୁଠାରୁ ଦାମିକିଆ ଭୋଡକା ମଦ ବୋତଲ ଚୋରି ହୋଇଯାଇଛି। ଏହି ବୋତଲ ଡେନମାର୍କର କାଫେ ୩୩ରେ ରଖା ଯାଇଥିଲା। ଦାମିକିଆ ମଦ ବୋତଲ ସଂଗ୍ରହ କରିବାରେ ଏହି କାଫେ ବିଶ୍ୱରେ ବେଶ୍ ଚର୍ଚ୍ଚିତ।

ଏହି ଚୋରି ହୋଇ ଯାଇଥିବା ଭୋଡକା ବୋତଲର ଦାମ ୧୧.୩ ମିଲିୟନ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮.୨୫ କୋଟି ଟଙ୍କା । ଏହାକୁ ଋଷ କମ୍ପାନୀ Dartz Motorz  ତିଆରି କରିଥିଲା। କମ୍ପାନୀ ଏହାର ନାମ ରଖିଥିଲା russo baltique vodka।

ଏହି ବୋତଲକୁ ସୁନା ଓ ରୂପା ଭଳି ଧାତୁରେ ତିଆରି କରାଯାଇଥିଲା। ଖାଲି ସେତିକି ନୁହେଁ ଏଥିରେ ଅନେକ ଦାମୀ ଦାମୀ ରତ୍ନ ଅଳଙ୍କାର ଖଚିତ ହୋଇଥିଲା। କାଫେର ମାଲିକ ବ୍ରାଏନ ଏଙ୍ଗବର୍ଜ ଫେସବୁକରେ ବୋତଲ ଚୋରି ହୋଇଥିବାର ସୂଚନା ଦେଇଥିଲେ। ରାତିରେ କେହି ଜଣେ ଦୁର୍ବୃତ୍ତ କାଫେର ଚାବି ଚୋରି କରି ଏଭିଳ କାରନାମା କରିଛି ବୋଲି ସେ ଫେସବୁକରେ ଲେଖିଥିଲେ।

Previous ArticleNext Article

Send this to a friend