ବିନା ଏସିରେ ଘରକୁ ଥଣ୍ଡା ରଖିପାରିବେ, ଜାଣନ୍ତୁ କିପରି

ଖରା ଦିନ ଆସିଲାଣି। ତାପମାତ୍ରା ବଢିବ। ଗୁଳୁଗୁଳି ଓ ଝାଞ୍ଜି ଅସହ୍ୟ ହେବ। ତେବ ଗରମରେ ଘଣ୍ଟାକୁ ଘଣ୍ଟା ଗାଧୋଇବା, ରାତିସାରା ଅନିଦ୍ରା ରହି ଝାଳ ପୋଛିବା , ବରଫରେ ଦେହ ଘସି ନିଜକୁ ଥଣ୍ଡା ରଖିବାର ସମାଧାନ ନୁହେଁ। ଏବେ ମଧ୍ୟ ଦେଶର କେତେକ ଜାଗାରେ ମଧ୍ୟ ୨୪ ଘଣ୍ଟା ବିଜୁଳି ଆସେ ନାହିଁ। ସମସ୍ତଙ୍କ ଘରେ ଇନ୍‌ଭର୍ଟର ସୁବିଧା ମଧ୍ୟ ନଥାଏ।  ତେବେ ଖରା ଦିନେ ପ୍ରାକୃତିକ ଉପାୟରେ ଘରକୁ କିପରି , ଥଣ୍ଡା […]

koraput 12

koraput 12

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 10:31 AM IST

Sports

Latest News

ଖରା ଦିନ ଆସିଲାଣି। ତାପମାତ୍ରା ବଢିବ। ଗୁଳୁଗୁଳି ଓ ଝାଞ୍ଜି ଅସହ୍ୟ ହେବ। ତେବ ଗରମରେ ଘଣ୍ଟାକୁ ଘଣ୍ଟା ଗାଧୋଇବା, ରାତିସାରା ଅନିଦ୍ରା ରହି ଝାଳ ପୋଛିବା , ବରଫରେ ଦେହ ଘସି ନିଜକୁ ଥଣ୍ଡା ରଖିବାର ସମାଧାନ ନୁହେଁ। ଏବେ ମଧ୍ୟ ଦେଶର କେତେକ ଜାଗାରେ ମଧ୍ୟ ୨୪ ଘଣ୍ଟା ବିଜୁଳି ଆସେ ନାହିଁ। ସମସ୍ତଙ୍କ ଘରେ ଇନ୍‌ଭର୍ଟର ସୁବିଧା ମଧ୍ୟ ନଥାଏ।  ତେବେ ଖରା ଦିନେ ପ୍ରାକୃତିକ ଉପାୟରେ ଘରକୁ କିପରି , ଥଣ୍ଡା ରଖିପାରିବେ ଆସନ୍ତୁ ଜାଣିବା ।

- ଘରକୁ ଥଣ୍ଡା ରଖିବାକୁ ଚାହୁଁଥିଲେ ଘରେ କମ୍‌ ବଲ୍ବର ବ୍ୟବହାର କରନ୍ତୁ। ଆପଣ ସିଏଫ୍‌ଏଲ୍‌ ବା ଏଲ୍‌ଇଡି ଲାଇଟ୍‌ର ବ୍ୟବହାର କରିପାରିବେ। କମ୍ପ୍ୟୁଟର,ଟିଭି ପରି ଇଲୋଟ୍ରୋନିକ ଜିନିଷ ଘରେ ଉତ୍ତାପ ବଢାଇଥାଏ ଏଥିଲାଗି ଯେଉଁ ସମୟରେ ଏହାର ବ୍ୟବହାର ଉପଯୋଗ ଏହାକୁ ଅନ୍‌ପ୍ଲଗ୍‌ କରିଦିଅନ୍ତୁ।

-  ଘରେ ରଙ୍ଗ ଦେବା ସମୟରେ ତାପମାତ୍ରାକୁ କମ୍‌ କରିବା ଲାଗି ୱାଟର ବେସ୍‌ଡ୍‌ ରଙ୍ଗ ଦିଅନ୍ତୁ। ଏହି ପେଣ୍ଟ୍‌ କରିବା ଦ୍ୱାରା ଘର ଥଣ୍ଡା ରହିଥାଏ।

-  ଘରେ ତାପମାତ୍ରା କମ୍‌ କରିବା ଲାଗି ଘର ଚଟାଣରେ infrared under-floor heating ର ବ୍ୟବହାର କରନ୍ତୁ। ଏହା ଘର ଚଟାଣକୁ ଥଣ୍ଡା ରଖିବା ସହ ଘର ତାପମାତ୍ରାକୁ ନିୟନ୍ତ୍ରିତ ରଖେ। ଏହା ଦ୍ୱାରା ଘର ଥଣ୍ଡା ରହିବା ସହ ଏସି ଲଗାଇବାର ଆବଶ୍ୟକତା ମଧ୍ୟ ପଡେ ନାହିଁ।

- ଘର ବାହାରେ ଖାଲି ସ୍ଥାନ ଥିଲେ ଗଛ ଲଗାନ୍ତୁ। ଜାଗା ନଥିଲେ ବାଲ୍‌କୋନୀରେ କୁଣ୍ଡରେ ଗଛ ଲଗାଇପାରିବେ। ଏହା ଘରକୁ ନୂଆ ଲୁକ୍‌ ଦେବା ସହ ଥଣ୍ଡା ରଖେ।

- ଘରେ ବାୟୁ ଚଳାଚଳ ପାଇଁ ସଠିକ୍‌ ବ୍ୟବସ୍ଥା  କରନ୍ତୁ।

-  ଏହି ଦିନରେ ହାଲୁକା ରଙ୍ଗର ପରଦା , ବେଡ୍‌ସିଟ୍‌ର ବ୍ୟବହାର କରନ୍ତୁ। ସୂତାର ବେଡ୍‌ସିଟ୍‌ ଓ ତକିଆ ଖୋଳର ବ୍ୟବହାର କରିବା ଅଧିକ ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos