ମୁମ୍ବାଇ: ଅବିବାହିତ ସାବାଳିକା ମଧ୍ୟ ବାପାଙ୍କୁ ଭରଣପୋଷଣ ମାଗିପାରିବ । ଯଦି ବାପା ମନା କରନ୍ତି, ତେବେ ଝିଅଟି ଏଥିପାଇଁ ନିଜେ ଅଦଲତକୁ ଯାଇପାରିବ। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ନିଜ ଝିଅ ପାଇଁ ଜଣେ ମହିଳା ସ୍ୱାମୀ ଠାରୁ ଭରଣପୋଷଣ ମାଗିବା ମାମଲାରେ ଏହି ରାୟ ଆସିଛି । ମାମଲାରେ ପ୍ରଶ୍ନ ଉଠିଥିଲା ଯେ, ୧୮ ବର୍ଷରୁ ଅଧିକ ବୟସର ଅବିବାହିତ ଝିଅ ବାପାଙ୍କୁ ଭରଣପୋଷଣ ମାଗି ପାରିବ କି ନାହିଁ॥ ତେବେ ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସ୍ପଷ୍ଟ ହୋଇଛି ଯେ, ୧୮ ବର୍ଷରୁ ଅଧିକ ବୟସର ହୋଇଥିଲେ ମଧ୍ୟ ଅବିବାହିତ ଝିଅ ନିଜ ପାଇଁ ନିଜେ ବାପାଙ୍କୁ ଭରଣପୋଷଣ ମାଗିପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।