ଧୋନୀଙ୍କ ଜନ୍ମଦିନ ଉତ୍ସବରେ ପତ୍ନୀ ଅନୁଷ୍କାଙ୍କ ସହ କୋହଲି ସାମିଲ୍‌, ଜାଣନ୍ତୁ କେମିତି ହେଲା ସେଲିବ୍ରେସନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀଙ୍କ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭଳି ଏକ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଧୋନୀଙ୍କ ଜନ୍ମଦିନ ଉତ୍ସବରେ ସାମିଲ ହୋବା ସହ ଧୋନୀଙ୍କୁ ଶୁଭକାମନା ଜଣାଇଛନ୍ତି। ବିରାଟ କୋହଲି ସୋସିଆଲ୍‌ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ କୋହଲି ନିଜ ପତ୍ନୀଙ୍କ ସହ ଧୋନୀଙ୍କ ଜନ୍ମଦିନ ଉତ୍ସବକୁ ସେଲିବ୍ରେଟ୍‌ କରୁଥିବାର ନଜର […]

aeroplane_660_031618051422

aeroplane_660_031618051422

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 06:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀଙ୍କ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭଳି ଏକ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଧୋନୀଙ୍କ ଜନ୍ମଦିନ ଉତ୍ସବରେ ସାମିଲ ହୋବା ସହ ଧୋନୀଙ୍କୁ ଶୁଭକାମନା ଜଣାଇଛନ୍ତି। ବିରାଟ କୋହଲି ସୋସିଆଲ୍‌ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ କୋହଲି ନିଜ ପତ୍ନୀଙ୍କ ସହ ଧୋନୀଙ୍କ ଜନ୍ମଦିନ ଉତ୍ସବକୁ ସେଲିବ୍ରେଟ୍‌ କରୁଥିବାର ନଜର ଆସିଛି। ଏହି ଫଟୋରେ ସମସ୍ତେ ଖୁସି ଦେଖାଯାଉଥିବା ବେଳେ ଅନୁଷ୍କା କିନ୍ତୁ ଖୁସି ନଥିବା ଜଣାପଡ଼ିଥିଲା। ଯାହାକୁ ନେଇ ଅନେକ ୟୁଜର୍ସ ପ୍ରତିକ୍ରିୟ ପ୍ରକାଶ କରିଥିଲେ। ପରେ ବିରାଟ ଆଉ ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ଉଭୟ ବିରାଟ ଓ ଅନୁଷ୍କା ଧୋନୀଙ୍କ ଜନ୍ମଦିନ ଉତ୍ସବକୁ ବେଶ୍‌ ଖୁସିରେ ସେଲିବ୍ରେଟ୍‌ କରୁଥିବାର ନଜର ଆସିଥିଲେ। ଏହି ପୋଷ୍ଟରେ ବିରାଟ ଲେଖିଛନ୍ତି, “ହାପି ବାର୍ଥ ଡେ ମାହି ଭାଇ, ଭଗବାନ ଆପଣଙ୍କୁ ଖୁସି ରଖନ୍ତୁ”। ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ସହ ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଯେଉଁଠି ଭାରତୀୟ ଟିମ୍‌ ଏକ ଲମ୍ବା ସିରିଜ୍‌ ଖେଳୁଛି।

ଧୋନୀଙ୍କ ଜନ୍ମଦିନ ଉତ୍ସବରେ ପତ୍ନୀ ସାକ୍ଷୀ, ଝିଅ ଜିଭା ଓ ପୁରା ଟିମ୍ ଇଣ୍ଡିଆ ସାମିଲ ହୋଇଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଧୋନୀଙ୍କ ଜନ୍ମଦିନ ଉତ୍ସବକୁ ବେଶ୍‌ ଧୁମଧାମ୍‌ରେ ପାଳନ କରିଥିଲା। ଯଦିଓ ଏହି ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ବପିକ୍ଷରେ ଭାରତ ପରାସ୍ତ ହୋଇଥିଲା, ତଥାପି ଧୋନୀଙ୍କ ଜନ୍ମଦିନରେ ଏହାର ପ୍ରଭାବ ପଡ଼ିନଥିଲା। ସମସ୍ତେ ଖୁସିରେ ଧୋନୀଙ୍କ ଜନ୍ମଦିନକୁ କେକ୍‌ କାଟି ସେଲିବ୍ରେଟ୍‌ କରିଥିଲେ।

Image result for dhoni birthday

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos