ପ୍ରତିଦିନ ପ୍ରାୟ ୩ ହଜାର ମୁଣ୍ଡ ନିଏ ତମାଖୁ

ନୂଆଦିଲ୍ଲୀ: ମେ’ ୩୧, ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଯୋଗୁଁ ହେଉଥିବା କ୍ଷତି ଏବଂ ଏଥିରୁ ଦୂରେଇ ରହିବା ସହ  ଲୋକଙ୍କୁ ସଚେତନ କରିବା ପାଇଁ ଦେଶବ୍ୟାପୀ ଏହି ଦିବସ ପାଳନ କରାଯାଉଛି।  ଅତ୍ୟଧିକ ତମାଖୁ ଓ ଧୂମପାନ କରିବା ଦ୍ୱାରା କ୍ୟାନସ୍‌ର ଭଳି ମରାତ୍ମକ ରୋଗ ମାଡ଼ିବସେ। ଏଥିରେ ଲୋକଙ୍କ ଜୀବନ ଯାଇଥାଏ। ସେଥିପାଇଁ ତମାଖୁ ରୋଗର ଜଡ଼ ବୋଲି କୁହାଯାଏ। ଏହାକୁ ଧ୍ୟାନ ରଖି  ଆଜି  ବିଶ୍ୱ ତମାଖୁ ବର୍ଜନ ଦିବସରେ […]

mrutyu

mrutyu

Rakesh Mallick
  • Published: Thursday, 31 May 2018
  • Updated: 01 June 2018, 07:48 AM IST

Sports

Latest News

ନୂଆଦିଲ୍ଲୀ: ମେ’ ୩୧, ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଯୋଗୁଁ ହେଉଥିବା କ୍ଷତି ଏବଂ ଏଥିରୁ ଦୂରେଇ ରହିବା ସହ  ଲୋକଙ୍କୁ ସଚେତନ କରିବା ପାଇଁ ଦେଶବ୍ୟାପୀ ଏହି ଦିବସ ପାଳନ କରାଯାଉଛି।  ଅତ୍ୟଧିକ ତମାଖୁ ଓ ଧୂମପାନ କରିବା ଦ୍ୱାରା କ୍ୟାନସ୍‌ର ଭଳି ମରାତ୍ମକ ରୋଗ ମାଡ଼ିବସେ। ଏଥିରେ ଲୋକଙ୍କ ଜୀବନ ଯାଇଥାଏ। ସେଥିପାଇଁ ତମାଖୁ ରୋଗର ଜଡ଼ ବୋଲି କୁହାଯାଏ। ଏହାକୁ ଧ୍ୟାନ ରଖି  ଆଜି  ବିଶ୍ୱ ତମାଖୁ ବର୍ଜନ ଦିବସରେ ଏହା ଥିମ୍‌ ‘ତମାଖୁ ଏଣ୍ଡ କାଡିଓଭାସକୁଲାର ଡିଜିସ୍‌’ ଯଥା ‘ତମାଖୁ ହୃଦୟ ରୋଗ’ ରଖାଯାଇଛି।

ଏକ ସର୍ଭେରୁ ଜଣାପଡ଼ିଛି ଯେ ବିଶ୍ୱରେ  ପ୍ରତିବର୍ଷ ୭୦ ଲକ୍ଷ ଲୋକ ତମାଖୁ ଓ ଧୂମପାନ ସେବନ କରିବା ଦ୍ୱାରା କ୍ୟାନସର ଭଳି ମାରତ୍ମକ ରୋଗରେ ପଡ଼ି  ମୃତ୍ୟୁମୁଖରେ ପଡୁଛନ୍ତି। ସେହିପରି  ଭାରତରେ  ପ୍ରତିଦିନ ୨୭୩୯ ଜଣ ଲୋକ ଏଥିରେ ପ୍ରାଣ ହରାଛନ୍ତି।

ତମାଖୁ ବଢ଼ାଇଥାଏ ହୃଦ୍‌ରୋଗ ଆଶଙ୍କା

VOTBର  କ୍ୟାନସର ସର୍ଜନ ଡଃ ଟି.ପି. ସାହୁ କହିଛନ୍ତି, ବିଶ୍ୱରେ  ହୃଦ୍‌ରୋଗ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି। ଏଥିରୁ ରକ୍ଷା ପାଇବାକୁ ହେଲେ ତମାଖୁ  ସେବନ ବନ୍ଦ କରିବା ଜରୁରୀ। ଅତ୍ୟଧିକ ଧୂମପାନ କରିବା ଯୋଗୁଁ  ହୃଦ୍‌ରୋଗ ହୋଇଥାଏ। ଏହାର ଧୂଆଁ ଆମ ଶରୀର ପାଇଁ ଅଧିକ କ୍ଷତିକାରକ।

ଭାରତରେ କେତେ ପ୍ରତିଶତ ବ୍ୟକ୍ତି ଗୁଟୁଖା ଓ ଧୂମପାନ କରିଥାନ୍ତି?

ଗ୍ଲୋବାଲ ୱାଲ୍ଡ ତମାଖୁ ସର୍ବେକ୍ଷଣ (GATS-2) ପକ୍ଷରୁ ଏକ ସର୍ଭେ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ୨୦୧୬-୧୭ ମସିହାରେ  ଭାରତରେ ଧୂଆଁ ରହିତ ତମାଖୁ  ସେବନ ଅଧିକ। ବର୍ତ୍ତମାନ  ୪୨.୪ ପ୍ରତିଶତ ପୁରୁଷ, ୧୪.୨ ପ୍ରତିଶତ ମହିଳା  ଓ ୨୮. ୮ ପ୍ରତିଶତ ବୟସ୍କ ବ୍ୟକ୍ତି ତମାଖୁ ସେବନ କରିଥାନ୍ତି। ସେଥିମଧ୍ୟରୁ  ୧୯ ପ୍ରତିଶତ ପୁରୁଷ ୨ ପ୍ରତିଶତ ମହିଳା ଓ  ୧୦.୭ ପ୍ରତିଶତ ବୟସ୍କ ବ୍ୟକ୍ତି ଧୂମପାନ ଯଥା ସିଗାରେଟ , ବିଡ଼ି ଓ ଗଞ୍ଜେଇ ଟାଣିଥାନ୍ତି।  ସେହିପରି  ୨୯.୬ ପ୍ରତିଶତ  ପୁରୁଷ, ୧୨.୮ ପ୍ରତିଶତ ମହିଳା ଓ ୨୧.୪ ପ୍ରତିଶତ ବୟସ୍କ ବ୍ୟକ୍ତି ଧୂଆଁ ରୋହିତ ତମାଖୁ  ଯଥା ଗୁଟୁଖା ଖାଇଥାନ୍ତି।

ତମାଖୁ ସେବନ ଦ୍ୱାରା ହାର୍ଟଷ୍ଟ୍ରୋକ୍‌ର ଆଶଙ୍କା ଅଧିକ

ମୁମ୍ବାଇର ଟାଟା ମେମୋରିୟଲ ହସପିଟାଲର ପ୍ରଫେସର ଡଃ ପଙ୍କଜ ଚର୍ତୁବେଦୀ  କହିଛନ୍ତି,“ଜଣେ ବ୍ୟକ୍ତି ତମାଖୁ ସେବନ କରିବା ଦ୍ୱାରା  ଶରୀରର  ଅଙ୍ଗପ୍ରତ୍ୟଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଆମ ଶରୀର ଅଙ୍ଗପ୍ରତ୍ୟଙ୍ଗକୁ ନଷ୍ଟ କରି ଦେଇଥାଏ। ଧୂମପାନ କରୁଥିବା ବ୍ୟକ୍ତି ହୃଦ୍‌ଘାତରେ ପ୍ରାଣ ହରାଇଥିବାର ଆଶଙ୍କା ଅଧିକ ଥାଏ। ୧୦ ପ୍ରତିଶତ ଲୋକଙ୍କୁ ଧୂମପାନ କରିବା ଦ୍ୱାରା ଏହି ରୋଗ ହୋଇଥାଏ।

 ସିଗାରେଟ୍‌  ପିଇବା ଦ୍ୱାରା ବୟସ ୧୧ ମିନିଟ୍‌ କମିଯାଏ

କିଛି ଲୋକଙ୍କ ସିଗାରେଟ ପିଇବା ଦ୍ୱାରା ଫ୍ରେସ ଲାଗିଥାଏ ବୋଲି କହିଥାନ୍ତି।  କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ  ଗୋଟିଏ ସିଗାରେଟ୍ ପିଇବା ଦ୍ୱାରା ଆପଣଙ୍କ ବୟସ ୧୧ ମିନିଟ୍‌ କମ୍‌ ହୋଇଯାଇଥାଏ। ଗୋଟିଏ ସିଗେରେଟ୍‌ରେ ୪୦୦୦ କେମିକାଲ୍‌  ରହିଥାଏ, ଯାହାକୁ ଟାଣିବା ଦ୍ୱାରା  କ୍ୟାନସର ଭଳି ମରାତ୍ମକ ରୋଗ  ହୋଇଥାଏ।

୬ ସେକେଣ୍ଡରେ ମରିଥାନ୍ତି ଜଣେ

ତମାଖୁ ସେବନ ଦ୍ୱାରା  ୬ ସେକେଣ୍ଡରେ ଜଣେ  ଲୋକଙ୍କର ମୃତ୍ୟୁ ଘଟୁଛି। ତମାଖୁରେ ବିଭିନ୍ନ କେମିକଲ  ରହିଥାଏ। ସେଥିମଧ୍ୟରୁ ନିକୋଟିନ୍‌ ଅନ୍ୟତମ। ନିକୋଟିନ୍‌ ଆମର ଶିରାପ୍ରଶିରାକୁ ପ୍ରଭାବିତ କରିଥାଏ। ଧୂମପାନ କରିବା ଦ୍ୱାରା ବ୍ୟକ୍ତି ଫ୍ରେସ୍‌ ଅନୁଭବ କରିଥାଏ। କିନ୍ତୁ ଶୀଘ୍ର ତାର ମୃତ୍ୟୁ ଘଟିଥାଏ।

ସର୍ଭେରୁ ଜଣାପଡ଼ିଛି ତମାଖୁ ସେବନ କ୍ଷତିକାରକ ବୋଲି ୧୦ରୁ ୭ ପ୍ରତିଶତ ଲୋକ ମାନିଥାନ୍ତି।  ୫୩ ପ୍ରତିଶତ ଲୋକ  ଧୂମପାନ ଛାଡ଼ିବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ଏଥିରେ ବିଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos