୭ଦଫା ଦାବିରେ ଠିକା ଶ୍ରମିକଙ୍କ ବିକ୍ଷୋଭ

<p>ପାରାଦୀପ: ପାରାଦ୍ୱୀପ ଆଇଓସିଏଲ୍&zwnj;ରେ ଶ୍ରମିକ ଅଶାନ୍ତି।&nbsp; ୭ଦଫା ଦାବିରେ ଠିକା ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ। ଶତାଧିକ ଶ୍ରମିକ କଳା ପତକା ଧରି &zwnj;ଆଇଓସିଏଲ୍ ପ୍ରଶାସନିକ ଭବନଠାରୁ ଏକ ରାଲିରେ ୪ନମ୍ବର ଗେଟ୍&zwnj; ପର୍ଯ୍ୟନ୍ତ ଆସିଥିଲେ।&nbsp; ପରେ କଂପାନୀ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ବିରୋଧରେ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିୟମିତ ଦରମା ପ୍ରଦାନ, ଇପିଏଫ୍ ଓ ଇଏସ୍ଆଇ ରାଶି ପ୍ରତିମାସରେ ଜମାକରିବା, ପୁରୁଣା ଶ୍ରମିକଙ୍କୁ ଚାକିରିରୁ ବାହାର ନ କରିବା, ଠିକାଦାର ଓ ଆଇଓସିଲ୍ କର୍ତ୍ତୃପକ୍ଷଙ୍କ ମନମୁଖି ଶାସନ ବନ୍ଦ କରିବାକୁ ସଂଘ ଦାବି କରିଛି।</p> <p>ଏନେଇ ପୂର୍ବରୁ ମଧ୍ୟ ସଂଘ ଦାବି ଉପସ୍ଥାପନ କରିଥିଲା।&nbsp; ତେବେ ଆଇଓସିଏଲ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ ଡ୍ୟୁଟିକୁ ଯିବା ପୂର୍ବରୁ ଠିକା ଶ୍ରମିକମାନେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଧମକ ଦେଇଛନ୍ତି।</p>

Ordigital Desk
  • Published: Wednesday, 02 August 2017
  • Updated: 02 August 2017, 01:28 PM IST

Sports

Latest News

<p>ପାରାଦୀପ: ପାରାଦ୍ୱୀପ ଆଇଓସିଏଲ୍&zwnj;ରେ ଶ୍ରମିକ ଅଶାନ୍ତି।&nbsp; ୭ଦଫା ଦାବିରେ ଠିକା ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ। ଶତାଧିକ ଶ୍ରମିକ କଳା ପତକା ଧରି &zwnj;ଆଇଓସିଏଲ୍ ପ୍ରଶାସନିକ ଭବନଠାରୁ ଏକ ରାଲିରେ ୪ନମ୍ବର ଗେଟ୍&zwnj; ପର୍ଯ୍ୟନ୍ତ ଆସିଥିଲେ।&nbsp; ପରେ କଂପାନୀ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ବିରୋଧରେ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିୟମିତ ଦରମା ପ୍ରଦାନ, ଇପିଏଫ୍ ଓ ଇଏସ୍ଆଇ ରାଶି ପ୍ରତିମାସରେ ଜମାକରିବା, ପୁରୁଣା ଶ୍ରମିକଙ୍କୁ ଚାକିରିରୁ ବାହାର ନ କରିବା, ଠିକାଦାର ଓ ଆଇଓସିଲ୍ କର୍ତ୍ତୃପକ୍ଷଙ୍କ ମନମୁଖି ଶାସନ ବନ୍ଦ କରିବାକୁ ସଂଘ ଦାବି କରିଛି।</p><p>ଏନେଇ ପୂର୍ବରୁ ମଧ୍ୟ ସଂଘ ଦାବି ଉପସ୍ଥାପନ କରିଥିଲା।&nbsp; ତେବେ ଆଇଓସିଏଲ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ ଡ୍ୟୁଟିକୁ ଯିବା ପୂର୍ବରୁ ଠିକା ଶ୍ରମିକମାନେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଧମକ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos