ଏଆଇଏଡିଏମକେରୁ ବିଦା ହେଲେ ଶଶିକଳା

Sasikala

ଚେନ୍ନାଇ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲରେ ଦଣ୍ଡ ଭୋଗୁଥିବା ଭି.କେ. ଶଶିକଳାଙ୍କୁ ଏଆଇଏଡିଏମକେରୁ ବହିଷ୍କାର କରାଯାଇଛି। ଆଜି ଚେନ୍ନାଇରେ ଏଆଇଏଡିଏମକେର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ସାଧାରଣ ସଂପାଦକ ପଦକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଏଣିକି ଦଳରେ ଆଉ କେହି ସାଧାରଣ ସଂପାଦକ ରହିବେନି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜେ. ଜୟଲଳିତାଙ୍କୁ ଦଳର ସ୍ଥାୟୀ ସାଧାରଣ ସମ୍ପାଦକ ଘୋଷଣା କରାଯାଇଛି।

ବୈଠକରେ ୨ ହଜାରରୁ ଅଧିକ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କୁ ୧୧ ଜଣିଆ ଷ୍ଟିଅରିଂ ଦଳର ମୁଖ୍ୟ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମାଡ୍ରାସ ହାଇକୋର୍ଟର ଅନୁମତି ନେବାକୁ ପଡିବ। ବୈଠକରେ ଶଶିକଳାଙ୍କୁ ସମର୍ଥନ କରୁଥିବା ୧୮ଜଣ ବିଧାୟକ ଅନୁପସ୍ଥିତ ଥିଲେ।

Previous ArticleNext Article

Send this to a friend