ରିମୋଟ୍ କାମ କରୁ ନଥିଲେ ତାହାକୁ ବାଡ଼େଇବା ପରେ କାମ କରେ କିପରି?

ଭୁବନେଶ୍ୱର(ସଂଗ୍ରାମ ଦାସମହାପାତ୍ର): ଟିଭି ଦେଖିବା ବେଳେ ପ୍ରାୟ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବେ । ପୂର୍ବରୁ ଠିକ୍ ଭାବେ କାମ କରୁଥିବା ଟିଭି ରିମୋଟ୍ ହଠାତ୍ କାମ କରିବା ବନ୍ଦ କରିଦିଏ । ରିମୋଟର ବଟନ୍ ଚିପିଲେ କିଛି କାମ କରେ ନାହିଁ । ଅଧିକାଂଶ ସମୟରେ ଏହି ସମସ୍ୟାର ସମାଧାନ ବି ଆମେ ଅତି ସହଜରେ କରିଦେଉ । ରିମୋଟକୁ ଥରେଦୁଇଥର ହାତରେ ବାଡ଼େଇ ଦେଲେ ରିମୋଟ ଠିକ୍ ହୋଇଯାଏ । ସବୁବେଳେ ନହେଲେ […]

TV-remote-smacking-on-hand

TV-remote-smacking-on-hand

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 04:07 PM IST

ଭୁବନେଶ୍ୱର(ସଂଗ୍ରାମ ଦାସମହାପାତ୍ର): ଟିଭି ଦେଖିବା ବେଳେ ପ୍ରାୟ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବେ । ପୂର୍ବରୁ ଠିକ୍ ଭାବେ କାମ କରୁଥିବା ଟିଭି ରିମୋଟ୍ ହଠାତ୍ କାମ କରିବା ବନ୍ଦ କରିଦିଏ । ରିମୋଟର ବଟନ୍ ଚିପିଲେ କିଛି କାମ କରେ ନାହିଁ । ଅଧିକାଂଶ ସମୟରେ ଏହି ସମସ୍ୟାର ସମାଧାନ ବି ଆମେ ଅତି ସହଜରେ କରିଦେଉ । ରିମୋଟକୁ ଥରେଦୁଇଥର ହାତରେ ବାଡ଼େଇ ଦେଲେ ରିମୋଟ ଠିକ୍ ହୋଇଯାଏ । ସବୁବେଳେ ନହେଲେ ବି ଏହି ଉପାୟ ଅଧିକାଂଶ ସମୟରେ କାମରେ ଆସିଥାଏ । କେବଳ ରିମୋଟ ନୁହେଁ, ଟିଭି, ରେଡିଓ, କମ୍ପ୍ୟୁଟରର ସିପିୟୁକୁ ବି ବେଳେବେଳେ ଏହିଭଳି ବାଡ଼େଇବା ପାଇଁ ପଡ଼େ । କେବେ ଭାବିଛନ୍ତି, ଏଭଳି କିପରି ହୁଏ? ଖରାପ ହୋଇଯାଇଥିବା ଏକ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରକୁ କେବଳ ବାଡ଼େଇଲେ ଏହା ପୁଣି କାମ କରେ କିପରି? ମୋର ଜଣେ ବନ୍ଧୁଙ୍କୁ ପଚାରିବାରୁ ସେ ମଜାରେ କହିଲେ, ମାଡ଼ ଭୟରେ ରିମୋଟ୍  କାମ କରିବାରେ ଲାଗେ । ତେବେ ସତରେ କ'ଣ ଏହା ମାଡ଼ ଭୟରେ କାମ କରେ ନା ଏହା ପଛରେ କିଛି ବିଜ୍ଞାନ ସମ୍ମତ କାରଣ ରହିଛି ?

କିନ୍ତୁ ଆମେ ଯେତେବେଳେ ରିମୋଟକୁ ଥରେ ଦୁଇଥର ବାଡ଼େଇ ଦେଉ, ସେତେବେଳେ ବ୍ୟାଟେରି ଓ ସ୍ପ୍ରିଙ୍ଗ ଜୋରରେ ଥରି ଉଠେ ଏବଂ ଉଭୟଙ୍କର ପରସ୍ପରକୁ ଛୁଇଁଥିବା ଟର୍ମିନାଲର ସ୍ଥିତିରେ ପରିବର୍ତ୍ତନ ଆସେ । ଏଥିସହ ଉଭୟ ଟର୍ମିନାଲ ପରସ୍ପର ସହ ଘସିହେବା ଦ୍ୱାରା ଅକ୍ସାଇଡ୍ ସ୍ତର ଝଡ଼ିପଡ଼େ ବା ନଷ୍ଟ ହୋଇଯାଏ । ତେଣୁ ବିଦ୍ୟୁତ ଭଲଭାବେ ପ୍ରବାହିତ ହୁଏ ଏବଂ ରିମୋଟ ପୁଣି କାମ କରିବା ଆରମ୍ଭ କରେ । ତେବେ ରିମୋଟକୁ ଜୋରରେ ନବାଡ଼େଇ ଆପଣ ରିମୋଟରେ ଲାଗିଥିବା ଅବସ୍ଥାରେ ବ୍ୟାଟେରିକୁ ଦୁଇଚାରିଥର ବୁଲାଇ ଦିଅନ୍ତୁ ଅଥବା ବ୍ୟାଟେରିକୁ ବାହାର କରି ପୁଣି ଥରେ ଲଗାଇ ଦିଅନ୍ତୁ । ଏହା ଫଳରେ ରିମୋଟ ଭିତରର ଯନ୍ତ୍ରାଂଶ ଖରାପ ହେବାର ଆଶଙ୍କା ରହିବ ନାହିଁ, ଅକ୍ସାଇଡ୍ ସ୍ତର ନଷ୍ଟ ହୋଇ ରିମୋଟ ମଧ୍ୟ ପୁଣି କାମ କରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos