ଭୁବନେଶ୍ୱର: ପୁଣି ଆରମ୍ଭ ହେଲା ରାଜ୍ୟର ବିଭିନ୍ନ ଟୋଲ ଗେଟ୍ରେ ଫି ଆଦାୟ। ବିମୁଦ୍ରାକରଣ ନିଷ୍ପତ୍ତି ପରେ ଟୋଲ୍ ଆଦାୟ ବନ୍ଦ ରହିଥିଲା।
ତେବେ ସରକାରଙ୍କ ନିଷ୍ପତ୍ତି କ୍ରମେ ଗତ ମଧ୍ୟରାତ୍ରିରୁ ପୁଣି ଟୋଲ୍ ଆଦାୟ ଆରମ୍ଭ ହୋଇଛି। ଟୋଲ ଗେଟ୍ରେ ସ୍ୱାପିଂ ମେସିନ୍ ସହ ପର୍ଯ୍ୟାପ୍ତ ଖୁଚୁରା ଟଙ୍କାର ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ଗତକାଲି ମଧ୍ୟ ରାତ୍ରିରୁ ପେଟ୍ରୋଲ ପମ୍ପ ଏବଂ ବିମାନ ବନ୍ଦରରେ ପୁରୁଣା ୫୦୦ ଟଙ୍କିଆ ନୋଟ୍କୁ ଆଉ ଗ୍ରହଣ କରାଯାଉ ନାହିଁ। ଉଭୟ ପେଟ୍ରୋଲ ପମ୍ପ ଏବଂ ବିମାନ ବନ୍ଦରରେ ଡିଜିଟାଲ୍ ପେମେଣ୍ଟ ଓ କ୍ୟାସ୍ଲେସ୍ ସୁବିଧା ବୃଦ୍ଧି କରାଯାଇଛି।
ତେବେ ଏଲ୍ପିଜି ଗ୍ୟାସ୍ ଆଉଟ୍ଲେଟ୍, ପାଣି ଓ ବିଦ୍ୟୁତ୍ ବିଲ୍ ପୈଠ ଆଦି ପାଇଁ ପୁରୁଣା ୫୦୦ଟଙ୍କିଆ ନୋଟ୍ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।